Breaking News

ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||     

ଟ୍ରେନ ରୁ ଖସି ପଡି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ |

09-May-2025

ଟ୍ରେନରୁ ପଡ଼ି ପ୍ରଧାନ ଶିକ୍ଷୟତ୍ରୀ ସଂଜିତା ସାହୁଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା।

ଓଡିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା, ତା.୦୯/୦୫/୨୦୨୫:
ଗତ ୮ ତାରିଖ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ କଳମ୍ବ ଗ୍ରାମର ବାସିନ୍ଦା ସଂଜିତା ସାହୁଙ୍କ ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଶ୍ରୀମତୀ ସାହୁ ହଜରତ୍ ନିଜାମୁଦ୍ଦିନ୍ନ୍ ପୁରୀ- ହରିଦ୍ଵାର ଉକ୍ତଳ ଏକ୍ସପ୍ରେସରେ ହରିଦ୍ଵାରମୁଖେ ଯାତ୍ରା କରିଥିବାବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେସନରେ ଗାଡ଼ି ଅଟକିଥିଲା। ଗାଡିରୁ ଓହ୍ଲାଇ ପିଇବାପାଣି ଆଣି ଡବା ନିକଟକୁ ଆସିବା ବେଳକୁ ଟ୍ରେନଟି ଛାଡିଦେଇଥିବାରୁ ସେ ତରବର ହୋଇ ବଗିରେ ଚଢିବା ବେଳେ ତଳକୁ ଖସି ପଡ଼ିଥିଲେ। ଖସି ପଡ଼ିବାରୁ ତାଙ୍କର ମୁଣ୍ଡର ପଛପଟେ ଶକ୍ତ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ରେଳବାଇ ଜିଆରପି ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ଲାଟଫର୍ମରୁ ଉଦ୍ଧାର କରି ଝାରସୁଗୁଡା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଯୋଗ୍ୟଯେ, ଶ୍ରୀମତୀ ସାହୁ ଜଣେ ଶିକ୍ଷୟତ୍ରୀ ଥିଲେ। ବର୍ତ୍ତମାନ ସମୟରେ ପୋଲସରା ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସୁଥିବାବେଳେ ତାଙ୍କର ଏଭଳି ଆକସ୍ମିକ ଦୁଃଖଦ ମୃତ୍ୟୁ ଘଟଣାକୁ ନେଇ କଳମ୍ବ ଗ୍ରାମ ସମେତ, ଶିକ୍ଷକ ଏବଂ ବୁଦ୍ଧିଜୀବୀ ମହଲରେ ଗଭିର ଶୋକଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ୯ ତାରିଖ ଶୁକ୍ରବାର ଦିନ ସକାଳ ୫ଟା ସମୟରେ ବୁର୍ଲାରୁ 
ନିଜର କଳମ୍ବ ଗ୍ରାମରେ ଆମ୍ବୁଲାନ୍ସ ଗାଡ଼ିଦ୍ଵାରା ମରଶରୀର ପହଞ୍ଚିବା ପରେ ଗ୍ରାମବାସୀ,ଶିକ୍ଷକ ମହଲ, ବୁଦ୍ଧିଜୀବୀ, ବିଭିନ୍ନ ନେତୃବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ ଏଵଂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଦେଖିବାକୁ ମିଳିଥିଲା। ଶେଷରେ ପରିବାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ଏକ ଶୋଭାଯାତ୍ରା ଜରିଆରେ ସମଗ୍ର କଳମ୍ବ ଗ୍ରାମ ବୁଲାଯାଇ (ପି ଟି ଓ ) ଗ୍ରାମ ନିକଟସ୍ଥ ଶ୍ମଶାନ ଘାଟରେ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତଙ୍କ ସ୍ଵର୍ଗାରୋହଣ ଖବର ପାଇ ବିଇଓ କାର୍ଯ୍ୟାଳୟରେ ନୂତନ ବିଇଓ ଶ୍ରୀଯୁକ୍ତ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା କରାଯାଇ ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ ନବର ପ୍ରାର୍ଥନା କରାଯିବାସହ ଶୋକଶନ୍ତପ୍ତ ପରିବାର ପ୍ରତି ଗଭିର ସମବେଦନା ଜ୍ଞାପନ କରାଯାଇଛି। ଏଥିରେ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଷ୍ଟାଫ୍ ଓ କର୍ମଚାରିମାନଙ୍କ ସମେତ ହାତୀଓଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP