Breaking News

ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||     

27ତମ ଖୋର୍ଦ୍ଧା ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପୋରୀ ଉଦ ଘାଟିତ |

15-Dec-2025

୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ ::368 ସ୍କାଉଟ, 309 ଗାଇଡି ଛାତ୍ରଛାତ୍ରୀ ଙ୍କ ଯୋଗଦାନ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଆଜି ଅପରାହ୍ନରେ ଉଦଘାଟିତ ହୋଇ ଯାଇଅଛି। ଏହି କ୍ୟାମ୍ପୋରିକୁ ଖୋର୍ଦ୍ଧା ବିଧାୟକ  ପ୍ରଶାନ୍ତ କୁମାର ଜଗଦେବ ଉଦ୍ଘାଟନ କରିବା ପରେ ପରେ ୭ ଟି ବ୍ଲକର ସ୍କାଉଟ୍ ଓ ଗାଇଡ ମାନେ ମାର୍ଚ୍ଚ ଫାଷ୍ଟରେ ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ। ସେହିପରି ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ରୂପେ  ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ,ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡା, ବିଜୟ କୁମାର ବେହେରା, ସାଂଗଠାନିକ ସଂପାଦକ ବିଭୁ ପ୍ରସାଦ ସେନାପତି, ଓ ଖୋର୍ଦ୍ଧା ବ୍ଳକ ଶିକ୍ଷା ଅଧିକାରୀ ଯାଜ୍ଞସେନି ସାହୁ ଓ ଗାଇଡ କମିସନର ଜୟନ୍ତୀ ହୋତା ସ୍କାଉଟ ର ସୁଧାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନି ସଙ୍ଗୀତ ଗାନ ପରେ ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର ବାର୍ଷିକ ବିବରଣୀ ପାଠ କରି କହିଥିଲେ ଏହି କ୍ୟାମ୍ପ ରେ ୩୬୮ ଜଣ ସ୍କାଉଟ୍ ଓ ୩୦୯ ଜଣ ଗାଇଡ ଛାତ୍ର ଛାତ୍ରୀ ଓ ଗାଇଡ କ୍ୟାପଟେନ ୬୫, ସ୍କାଉଟ ମାଷ୍ଟର ୭୫ ଜଣ ଙ୍କୁ ନେଇ ମୋଟ ୧୦୦୧ ଜଣ ସଭ୍ୟ ସଭ୍ୟା ଯୋଗ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହେବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୧୪ଟି ବିଭାଗରେ ପ୍ରତିଯୋଗିତା ଓ ବିଭିନ୍ନ ଦିବସରେ କ୍ୟାମ୍ପ ଫାୟର, ପତାକା ଉତ୍ତୋଳନ ଲିଡର ସିପ ମିଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ସଭାପତି ତଥା ମୁଖ୍ୟ କମିଶନର, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ଗଠନ ସହିତ ସମାଜରେ ଶାନ୍ତି ଶୃଙ୍ଖଳା ଉତ୍ତମ ନାଗରିକ ଓ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବାକୁ ସ୍କାଉଟ  ଶୃଙ୍ଖଳା ଓ ଶିକ୍ଷା, ଚେତନା ଦିଏ ବୋଲି କହିବା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗଦେବ ଛାତ୍ର ଛାତ୍ରୀ ମାନେ ବିକଶିତ ଭାରତରେ ଜଣେ ଜଣେ ବିକଶିତ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀମତି ଗୁମାନ ସିଂହ କର୍ମ ଉପରେ ଗୁରୁତ୍ବ ଦେଇ ସମସ୍ତେ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ଫାଷ୍ଟ କୁ ଗାଇଡ କମିଶନ ର ପୀତବାସ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଓ: ରମେଶ ବଳବନ୍ତରାୟ ପରିଚାଳନା କରିଥିଲେ। ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଯଜ୍ଞସେନୀ ସାହୁ ଧନ୍ୟବାଦ ଦେଇଥିଲେ। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ପିଲା ମାନଙ୍କର ଖାଦ୍ୟ ପେୟ ଓ ରହିବା ପାଇଁ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଓ ସରସ୍ୱତୀ ଶିଶୁ ମନ୍ଦିର, ପ୍ରାକ୍ଟି ସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ୟବସ୍ଥା କରାଯାଇଥିଲା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ ଶରତ କୁମାର ରାଉତ, ପ୍ରକାଶ ଚନ୍ଦ୍ର ପଲେଇ, ମାନସ କୁମାର ସେଠୀ, ଗଣେଶ୍ୱର ମିଶ୍ର, ଗଣେଶ୍ୱର ପୃଷ୍ଟି, ଅଗାଧୁ ସେଠୀ, ପ୍ରସନ୍ନ କୁମାର ମହାପାତ୍ର , ମନୋଜ ଦାଶ, ଶିବ ପ୍ରସାଦ ମହାପାତ୍ର, ଅଞ୍ଜନ କୁମାର ରାୟ, ସୁରେଶ ଚନ୍ଦ୍ର ବିଶ୍ୱାଳ, ଚିତ୍ତ ରଂଜନ ବରାଳ, ରେବତୀ ପଣ୍ଡା, ବିକାଶ ମୁଦୁଲି, ପ୍ରଫୁଲ୍ଲ ବେହେରା, ରବି ନାରାୟଣ ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ମାନସ ପଣ୍ଡା, ବଦ୍ରି ରଥ,ସାହାଯ୍ୟ ସହଯୋଗ କରୁଥିବା ବେଳେ ବିଭିନ୍ନ ବ୍ଲକ ର୍ ଶିକ୍ଷା ଅଧିକାରୀ ଯଥା ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, ସନାତନ ଜାଲି, ପ୍ରମୋଦ କୁମାର ସ୍ୱାଇଁ, ଭାସ୍କର ଲେଙ୍କା, ବିଆର ସି ସି ସଂଧ୍ୟା ବତି ଲେଙ୍କା, ଭରତ ଚନ୍ଦ୍ର ପ୍ରଧାନ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ଯ୍ଯ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ। ସଂଧ୍ୟା ରେ ସାଂସ୍କୃତିକ ପ୍ରତିଯୋଗିତା, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କ୍ୟାମ୍ପ୍ ଫାୟାର ଅନୁଷ୍ଠିତ ହୋଇ ଶିବିରାର୍ଥି ମାନଙ୍କ ବିଶ୍ରାମ ପାଇଁ ଲାଇଟ ଆଉଟ୍ ହୋଇଥିଲା।

News Comment

You Might Also Like

BACK TO TOP