Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଆଜିଠାରୁ ଆରମ୍ଭ ହେଲା ଐତିହାସିକ ଖୋର୍ଦ୍ଧା ମହୋତ୍ସବ,

15-Dec-2025

ଆଜିଠୁ ଆରମ୍ବ ଐତିହାସିକ ଖୋର୍ଦ୍ଧା ମହୋତ୍ସବ:: ଚାଲିବ ଡ଼ିସେମ୍ବର ୨୫ ପର୍ଯ୍ୟନ୍ତ      (ମୁଖ୍ୟ ଆକର୍ଷଣ ହେବ ଜଳପରୀ)
ପ୍ରଥମ ଥର ହେଲା ଟିଏଲସି ରୋଡ଼ ବିଡିଏ ପଡିଆ ରେ
(300 ରୁ ଉର୍ଦ୍ଧ ପଦର୍ଶନୀ ଷ୍ଟଲ ପଡିବ)

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ରେ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ଐତିହାସିକ ଖୋର୍ଦ୍ଧା ମହୋତ୍ସବ ଆଜି ଠାରୁ ଅର୍ଥାତ ଡ଼ିସେମ୍ବର ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଟି.ଏଲ.ସି ରୋଡ଼ର ବି.ଡ଼ି.ଏ ପଡ଼ିଆଠାରେ ଅନୁଷ୍ଠିତ ହେବ । ଖୋର୍ଦ୍ଧା ହେଉଛି ଭାରତର ଶେଷ ସ୍ୱାଧୀନ ଦୁର୍ଗ I ଏହି ଐତିହାସିକ ପୃଷ୍ଠଭୂମିରୁ ଆରମ୍ଭ ହୋଇଥିଲା ଭାରତ ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହ । ତେଣୁ ଖୋର୍ଦ୍ଧାର ମହାନ୍ ଐତିହାସିକ ପୃଷ୍ଠଭୂମିକୁ ଆଧାର କରି ୨୦୦୦ ମସିହାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ “ ନିୟୁ ଥିକିଙ୍ଗ୍ ଫୋରମ୍” ଦ୍ଵାରା ଆରମ୍ଭ କରାଯାଇଥିଲା, ଖୋର୍ଦ୍ଧା ମହୋତ୍ସବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖୋର୍ଦ୍ଧାର ମହାନ୍ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ଏହାକୁ ବିଶ୍ଵ ଦରବାରରେ ପରିଚିତ କରାଇବା l, ୨୦୦୦ ମସିହାରୁ ଆରମ୍ଭ କରାଯାଇଥୁବା ଏହି ମହୋତ୍ସବର ୨୫ବର୍ଷ ପୂର୍ତ୍ତି ୨୦୨୪ ରେ ପାଳନ କରାଯାଇଥିଲା । ଚଳିତ ବର୍ଷ ଏହି ପୂର୍ତ୍ତି ଉତ୍ସବର ଉଦ୍‌ଯାପନ ପର୍ବକୁ ବହୁ ଆଡ଼ମ୍ବର ସହ ପାଳନ କରାଯିବ ବୋଲି ସ୍ଥାନୀୟ ବିଧାୟକ ସ୍ଵତନ୍ତ୍ର ଭାବେ ଦାୟୀତ୍ଵ ନେଇଛନ୍ତି । ଏଥିରେ ୩୦୦ରୁ ଅଧୂକ ପ୍ରଦର୍ଶନୀ ମଣ୍ଡପ, ପିଲାମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି ଇତ୍ୟାଦି ସ୍ଥାନ ପାଇବା ସଙ୍ଗେ ସଙ୍ଗେ ପ୍ରତିଦିନ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ କଳାକାର ଅନୁଷ୍ଠାନମାନେ ଅଂଶ ଗ୍ରହଣ କରିବେ ଏବଂ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ମନୋରଞ୍ଜନର ମୁଖ୍ୟ ଆକର୍ଷଣ ହେବ ଜଳପରୀ । ଏଥିରେ ଇଣ୍ଡୋନେସିଆର ଝିଅମାନେ ଜଳପରୀ ଭାବେ ଉଭା ହେବେ ।
ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାବାସୀ ଉପଭୋଗ କରିବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ  ସ୍ଥାନୀୟ ବିଧାୟକ ତଥା ମହୋତ୍ସବର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ଜଗଦେବ, ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି,ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ଶକ୍ତି ଶଙ୍କର ମିଶ୍ର, ନିକୁଞ୍ଜ ପଟ୍ଟନାୟକ, ଗୌରୀଶଙ୍କର ତ୍ରିପାଠୀ, ବିଧାନ ମହାନ୍ତିଙ୍କ ସମେତ ସମେତ ବହୁ ସହଯୋଗୀ ସଦସ୍ୟମାନେ ଅନୁରୋଧ କରିଛନ୍ତି l

News Comment

You Might Also Like

BACK TO TOP