Breaking
News
Breaking
News
21-Oct-2026
ଖୋର୍ଦ୍ଧା ରେ ବଡ଼ିଜୋନ ପକ୍ଷରୁ 22 ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ,
ଆମ ଭିତରେ ଥିବା, କୁସଂସ୍କାର,ନକାରାତ୍ମକ ଭାବନା ରାବଣ କୁ ପୋଡିବା ଦରକାର, ବିଧାୟକ ପ୍ରଶାନ୍ତ ଜଗଦେବ |
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ :----
ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ସ୍ବେଛାସେବୀ ଯୁବ ଅନୁଷ୍ଠାନ ବଡ଼ିଜୋନ ପକ୍ଷରୁ 22 ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଛି l ଶାରଦୀୟ ଦୁର୍ଗାପୂଜା ଆଜିର ବିଜୟା ଦଶମୀ ରେ ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ନେଇ ପାଳନ ହେଉଥିବା ରାବଣ ପୋଡି ଉତ୍ସବ ଖୋର୍ଦ୍ଧା ଯୁବ ବର୍ଗ ଙ୍କ ସହିତ ସମସ୍ତ ଜନସାଧାରଣ ଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିଛି l ଏଇ ଉତ୍ସବ କେବଳ ମନୋରଞ୍ଜନ ପାଇଁ ନୁହେଁ ସମସ୍ତ ଙ୍କୁ ଗୋଟିଏ ସୁତା ରେ ବାନ୍ଧି ରଖିବା ପାଇଁ ଅନୁଷ୍ଠାନ ର ଏଭଳି କାର୍ଯ୍ୟ ନିଶ୍ଚିତ ରୂପେ ପ୍ରଶଂସନୀୟ ସେଥିପାଇଁ ଅନୁଷ୍ଠାନ ମୁଖ୍ୟ ଜିତେନ୍ଦ୍ର ପ୍ରଧାନ ଓ ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଉଥିବା ବେଳେ ଆଜିର ଦିନରେ ଆମ ଭିତରେ ଥିବା, କୁସଂସ୍କାର,ନାକା୍ରତ୍ମକ ଚିନ୍ତାଧାରା ଭାବନା କୁ ପୋଡିବା ଦରକାର ତାହାଲେ ଆମେ ରାବଣ ପୋଡି ପାଳନ ଉତ୍ସବ ର ମହତ୍ୱ ରହିବ ବୋଲି ବିଧାୟକ କହିଥିଲେ l ତେବେ ଆଗାମୀ ଦିନରେ ଖୋର୍ଦ୍ଧା ର ଭୌଗଳିକ ସ୍ଥିତି ବଦଳିବ, ଖୋର୍ଦ୍ଧା ନୂଆ ବସ୍ତଷ୍ଟାଣ୍ଡ,, ଖୋର୍ଦ୍ଧା ରାସ୍ତା ଘାଟ ର ରୂପରେଖ ବଦଳିବ, ଖୋର୍ଦ୍ଧା ରେ ବିକାଶ ଧାରା ପ୍ରଭାହିତ ହେବ ସେଥିପାଇଁ ସମସ୍ତ ଙ୍କ ସହଯୋଗ ଦରକାର ବୋଲି କହିଥିଲେ l ସେହିପରି ଆଜିର ଦ୍ୱିତୀୟ ସନ୍ଧ୍ୟା ରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାର ପାର୍ଶତ୍ତମ ଦାସ ଯୋଗଦେଇ କହିଲେ ଖୋର୍ଦ୍ଧା ଯୁବ ସମାଜ ନିଶା ରୁ ଦୁରେଇ ରୁହନ୍ତୁ ,,ନିଶା ମୁକ୍ତ ଭାରତ ଅଭିଯାନ ଚାଲିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲା ରୁ କିଭଳି ନିଶା କୁ ସମ୍ପୂର୍ଣ ବନ୍ଦ କରାଯିବ ସେଥିପାଇଁ ଖୋର୍ଦ୍ଧା ବାସି ସହଯୋଗ କରିବାକୁ ଅନୁରୋଧ କରିଥିଲେ l ଅନ୍ୟତମ ଅତିଥି ରୂପେ ଖୋର୍ଦ୍ଧା ପୌରଧ୍ୟକ୍ଷା କନକଲଷ୍ମୀ ମହାନ୍ତି,ଭୁବନେଶ୍ୱର ସାଂସଦ ଙ୍କ ପ୍ରତିନିଧି ଦିଲୀପ କୁମାର ହୋତା, ବରିଷ୍ଟ ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ଅନୁଷ୍ଠାନ ର ମୁଖ୍ୟ ଜିତେନ୍ଦ୍ର ପ୍ରଧାନ,(ରାଜା ) ପ୍ରମୁଖ ଯୋଗଦେଇଥିଲା ବେଳେ ଶେଷରେ ନିକୁଞ୍ଜ କିଶୋର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ l ଲଳିତ ମୋହନ ମହାପାତ୍ର,,ବଡ଼ିଜୋନ ରାବଣ ପୋଡି ଉତ୍ସବ ର ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର,, ସୌମେନ୍ଦ୍ର ପ୍ରଧାନ ଓ ବଡ଼ିଜୋନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l
BACK TO TOP