Breaking
News
Breaking
News
12-Oct-2026
ଦାଣ୍ଡିଆ ନା ନାଇ ଶୋର ନାଚରେ ଝୁମିଲେ ଦର୍ଶକ |
ଓଡ଼ିଶା ଜନମତ, ଛତ୍ରପୁର, ତା.୧୨ / ୧୦
କେ.ସତ୍ୟନାରାୟଣ ରେଡ୍ଡୀ :-----
ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଦାଣ୍ଡିଆ ନାଇଟ୍-ସୋ ଆୟୋଜିତ ହୋଯାଇଅଛି ।
ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶକ ପୂର୍ଣ୍ଣଜୟ ଜେନା ଙ୍କ ପରିଚାଳନାରେ ଏହି ଦାଣ୍ଡିଆ ନାଇଟ୍ ସୋ ରେ ପ୍ରାୟ ୧୨ ଶହ ମହିଳା ଏବଂ ୪୦ ରୁ ଉର୍ଦ୍ଧ୍ବ ପୁରୁଷ ବନ୍ଧୁ ଅଂଶଗ୍ରହଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ ।
ଯୁବକ-ଯୁବତୀ ଓ ମହିଳା ମାନେ ଭିନ୍ନ ଭିନ୍ନ ଧରଣର ରଙ୍ଗବେରଙ୍ଗ ପୋଷାକ ଓ ଶାଡ଼ି, ଲେହାଙ୍ଗା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇ ଆଧୁନିକ ଡିଜେ ଯନ୍ତ୍ର ଶ୍ୱବ୍ଦ ଧ୍ୱନିରେ ପରସ୍ପର ନାଚି ନାଚି ଝୁମିଲେ ।
ଏଥିରେ ଯୁବପୀଢ଼ିଙ୍କୁ ଅସୁମାରୀ ଉତ୍ସାହ ଆନନ୍ଦ ଦେଇଥିଲା । ଏକ ରଙ୍ଗିନ ଉତ୍ସବସ୍ଥଳୀରେ ପବିତ୍ର ଶାରଦୀୟ ନବରାତ୍ରୀ ପର୍ବ ପାଳନ ପ୍ରଥମ ରଜନୀ ଅବସରରେ ଆୟୋଜିତ ଦାଣ୍ଡିଆ ନାଇଟ୍ ସୋ- ଛତ୍ରପୁର ପୌରାଞ୍ଚଳ କୁ ଆଶ୍ଚର୍ଯ୍ୟ କରିଥିଲା ।
ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାହିତ ହୋଇ ଥିବା ଦାଣ୍ଡିଆ ନାଇଟ୍ ସୋ ଖୁବ୍ ଆଡ଼ମ୍ବର ପୂର୍ଣ୍ଣ ଥିଲା । ସଭିଁଏ ପୁଣି ଆଗମୀ ବର୍ଷ ପାଇଁ ଭେଟିବା ଆଶା କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଦାଣ୍ଡିଆ ନାଇଟ୍-ସୋ ର ଶୁଭାରମ୍ଭ କରିଥିଲେ ।।
ସମାଜସେବା ଦୀପକ ମୁଦୁଲି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଆୟୋଜକ ଓ ଉଦ୍ୟାକ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।
ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି.ଶ୍ରୀନିବାସ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସିଇଓ ଏସ. ଆନନ୍ଦ ରମଣ, ମେଡିକାଲ ଡାଇରେକ୍ଟର ସ୍ମିତାକ୍ରିଷ୍ଣା ମୂର୍ତ୍ତି, ଅପରେସନ ମ୍ୟାନଜର ଦେବାଶିଷ ଦାଶ, ୟୁଥ୍ ମାସ ସେବା ସଂଘ ର ସମ୍ପାଦକ ସୟେଦ ମୁକ୍ତାର, ଯୁବ ଜ୍ୟୋତିଷ ଶାସ୍ତ୍ର ବିତ୍ ଦୀପକ କୁମାର ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ସାଫଲ୍ୟ ମଣ୍ଡିତ କରିଥିଲେ ।।
BACK TO TOP