Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |

14-Apr-2026

ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ - ୨୦୨୬ ଅନୁଷ୍ଟିତ

 ଓଡିଶା ଜନ ମତ,ବୁଗୁଡ଼ା,୧୪/୪:

କୁମୁଦ ଚନ୍ଦ୍ର ବେହେରା:--

ବୁଗୁଡ଼ା ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟ ଦ୍ୱାରା ଗଞ୍ଜାମ କଳାକାର ଦିବସ - ୨୦୨୬ ର ଆୟୋଜନ ଧୂମଧାମ ରେ ପାଳିତ ହୋଇଯାଇଅଛି । ଉଦଘାଟକ ରୂପେ ଅବସରପ୍ରାପ୍ତ ଭାରତୀୟ ଯବାନ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ରୂପେ ବରିଷ୍ଠ ସଂଗୀତ ନିର୍ଦେଶଙ୍କ ଶ୍ରୀ ଶ୍ୟାମପଦ ହୋତା, ସମ୍ମାନିତ ଅତିଥି ରୂପେ ଯୁବ କୃଷକ ଶ୍ରୀ ସିମାଞ୍ଚଳ ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ହିସାବରେ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦାନ କରିଥିଲେ ।  ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛବରେ ପ୍ରତିବର୍ଷ  ଏପ୍ରିଲ ୧୪ ତାରିଖ ଦିନ କଳାକାରଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ପ୍ରହ୍ଲାଦ ନାଟକର ଦୁଇ ବର୍ଷିଆନ ମହାରଥୀ ଖଣ୍ଡୁରୁ ଗ୍ରାମର ଶ୍ରୀ କପିଳ ସାହୁ, ବାଲିପଦରର ଶ୍ରୀ କୋକୋରାମ ଜେନା, ଦାସକାଠିଆ ଲୋକନୃତ୍ୟ ପାଇଁ କରଚୁଲି ଗ୍ରାମର ଶ୍ରୀ ତ୍ରିନାଥ ଗୌଡ଼, ଖଣ୍ଡୁରୁ ଭାଗବତ ଟୁଙ୍ଗିର ଶ୍ରୀ କନ୍ଧ ନୟକଙ୍କୁ "ଗଞ୍ଜାମ ଗୌରବ" ସମ୍ମାନ ପ୍ରଦାନ କରାଯାଇଥିଲା । ବୁଗୁଡ଼ା ଅଞ୍ଚଳର ଚାରି ବରପୁତ୍ର ମାନଙ୍କ ନାମରେ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ରାଜର୍ଷି ଶ୍ରୀକର ଭଞ୍ଜ ମହାରାଜ ସ୍ମୃତି ସମ୍ନାନ- ଅଧିବକ୍ତା ତଥା ମହନ୍ତ ଭକ୍ତରାମ ଦାଶ ମହାରାଜଙ୍କୁ, ପଣ୍ଡିତ ଶ୍ରୀ ଘନଶ୍ୟାମ ହୋତା ସ୍ମୃତିସମ୍ମାନ- ଶ୍ରୀ ଅନନ୍ତ କରଙ୍କୁ, ସଂଗୀତ ବିଶାରଦ ଶ୍ରୀ ନାରାୟଣ ତ୍ରିପାଠୀ ସ୍ମୃତି ସମ୍ମାନ - ଶ୍ରୀ ସୁରେନ୍ଦ୍ରନାଥ ଦାସଙ୍କୁ, ଶ୍ରୀ ମଦନ ମୋହନ ପାଣି ସ୍ମୃତି ସମ୍ମାନ - ଵିଶିଷ୍ଟ ଗବେଷକ ଡ. ବ୍ରଜକିଶୋର ପାଢ଼ୀଙ୍କୁ, କଳାଶ୍ରୀ ଯୋଗୀ ମହାରଣା ସ୍ମୃତି ସମ୍ମାନ - ଶ୍ରୀ ମଧୁ ମଙ୍ଗଳ ମହାରଣାଙ୍କୁ ପ୍ରଦାନ କରାଯାଇଥିଲା । ଘଟକଳସ ଲୋକନୃତ୍ୟ ପାଇଁ ଗୋଲିଆର ଶ୍ରୀ ଶଙ୍କର ସାହୁ, ପିତଳ ମାଛ କାରିଗରୀ ପାଇଁ ବେଲଗୁଣ୍ଠାର ଶ୍ରୀ ପ୍ରକାଶ ମହାରଣା, ଗୋବର କଣ୍ଢେଇ ପାଇଁ ଚଢିଆ ପଲ୍ଲୀର ଶ୍ରୀମତୀ ଵିଷ୍ଣୁ ପ୍ରିୟା ମହାରଣା, ପଶୁମୁଖା ନୃତ୍ୟ ପାଇଁ ବଡକୋଦଣ୍ଡାର ବୁଦ୍ଧିଆ ଗୌଡ଼, ବାଘ ନୃତ୍ୟ ପାଇଁ ବେଲଗୁଣ୍ଠାର ଶ୍ରୀ ମହେନ୍ଦ୍ର ପାତ୍ର, ଗାହଣ ପାଇଁ ଆଦିପୁରର ଶ୍ରୀ ଶଙ୍କର ସାହୁ, ସୁତା କଣ୍ଢେଇ ନୃତ୍ୟ ପାଇଁ ବଡକୋଦଣ୍ଡାର  ଶ୍ରୀ ଜଗବନ୍ଧୁ ବେହେରାଙ୍କ ଭଳି ୪୦ ଜଣ କଳାକାରଙ୍କ ସମେତ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଗଞ୍ଜାମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହନ୍ତ ମହାରାଜ ଭକ୍ତରାମ ଦାଶଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ "ଅତିଥି ସମ୍ମାନ ପତ୍ର" ପ୍ରଦାନ କରାଯାଇଥିଲା । ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟର ନିର୍ଦେଶକ ଡ଼. ସ୍ଥିତଧୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାର ପରିସମାପ୍ତିରେ ଅନୁଷ୍ଠାନର ସଚିବ ଶ୍ରୀମତୀ ପ୍ରଭାସିନୀ ଅଧିକାରୀ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୂପରେଖ ଦେବାରେ ଶ୍ରୀ ଦିଲ୍ଲୀପ କୁମାର ଦାଶ ସହଯୋଗ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ଗୋଟିଏ ମଞ୍ଚରେ ଶତାଧିକ କଳାକାରଙ୍କୁ ଏକାଠି କରି ସମ୍ନାନ ପ୍ରଦାନ କରାଯିବାକୁ ଯୋଜନା ରହିଛି ବୋଲି ଅନୁଷ୍ଠାନର ନିର୍ଦେଶକ ତଥା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡ଼. ସ୍ଥିତଧୀ ରଥ ପ୍ରକାଶ କରିଛନ୍ତି ।

News Comment

You Might Also Like

BACK TO TOP