Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଶୁଣିଲା ନାହିଁ ପ୍ରଶାସନ ନିଜ ଅର୍ଥରେ କେନାଲ ମରାମତି କଲେ ତିନି ଗ୍ରାମବାସୀ |

20-May-2026

ଶୁଣିଲା ନାହିଁ ପ୍ରଶାସନ, ନିଜ ଅର୍ଥରେ କେନାଲ ମରାମତି କଲେ  ୩ ଗ୍ରାମବାସୀ
ଓଡିଶା ଜନମତ ରାୟଗଡା,୨୦/୦୪,

କାମେଶ୍ୱର କରକରିଆ :-----

 ପ୍ରଶାସନର ଅବହେଳା ପରେ ଚାଷୀମାନେ ନିଜେ ଆଗକୁ ଆସି କେନାଲ ମରାମତି କାମ ଆରମ୍ଭ କରିଥିବା ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି। ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ନିମାଝୋଲା ଗାଁ ପାର୍ଶ୍ଵରେ ତିନୋଟି ଗାଁର ଚାଷୀ ଓ ଗ୍ରାମବାସୀ ମିଶି ନିଜସ୍ୱ ଅର୍ଥ ସଂଗ୍ରହ କରି କେନାଲ ସଫା ଓ ମରାମତି କାମ କରୁଛନ୍ତି। ହାତରେ କୋଦାଳ ଓ ମୁଣ୍ଡରେ ଠେକି ଧରି ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଶ୍ରମଦାନ କରୁଥିବା ଦୃଶ୍ୟ ଗାଁରେ ଦେଖିବାକୁ ମିଳିଛି। କେହି ମାଟି କାଢ଼ୁଛନ୍ତି ତ କେହି ପଥର ହଟାଉଛନ୍ତି ଓ ଅନେକ ସିମେଣ୍ଟ ବାଲି ମିସେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ପ୍ରଶାସନକୁ ଗୁହାରି କରି ନିରାଶ ହେବା ପରେ ଶେଷରେ ଗ୍ରାମବାସୀ ନିଜେ କାମ ହାତକୁ ନେଇଥିବା କହିଛନ୍ତି। କୁରାଡ଼ି, ବାଲିପଦର ଓ ନିମାଝୋଲା ଗାଁର ଚାଷୀମାନେ ବୈଠକ କରି ପ୍ରତି ରୋହିତ ୧ହଜାର ଟଙ୍କା ଆଦାୟ କରିଥିଲେ। ସେହି ଅର୍ଥରେ ସିମେଣ୍ଟ, ବାଲି ଓ ଚିପ୍ସ କିଣାଯାଇଥିବା ବେଳେ ଗ୍ରାମର ଲୋକେ ନିଜେ ଶ୍ରମଦାନ କରି କେନାଲ ମରାମତି କାମ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି କେନାଲ ଉପରେ ପ୍ରାୟ ୯ଶହ ଏକରରୁ ଅଧିକ ଚାଷ ଜମି ନିର୍ଭର କରୁଛି। ଗ୍ରୀଷ୍ମ ସମୟରେ ମରାମତି ନ ହେଲେ ଆଗାମୀ ଚାଷ ଋତୁରେ ଜମିକୁ ପାଣି ମାଡ଼ିବ ନାହିଁ ଓ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ସିଙ୍ଗନା କୋଣ୍ଡାଗରୀ,କୁମଟି, ଆପରାଓ, ବିଜୟ, ରଘୁନାଥ, ଗଙ୍ଗାଧର, ବଣ୍ଡା, ଦନୁ, ଜଣ୍ଡୁ କଣ୍ଡାଗାରୀ ବାଲିପଦର, ଦାସ କାଡ୍ରାକା କୁରାଢ଼ୀ, ଆନ୍ତରାଉ କାଡ୍ରାକା, ଲାଚନା ଉରଲାକା କୁରାଢ଼ୀ ଆଇନା ହିକକା କହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କେନାଲ ମରାମତି ପାଇଁ ବାରମ୍ବାର ପ୍ରଶାସନ ଓ ଆଇଟିଡିଏ ଅଧିକାରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିଲା। ଫଳରେ ଚାଷୀମାନେ ବାଧ୍ୟ ହୋଇ ନିଜ ଅର୍ଥ ଓ ଶ୍ରମଦାନରେ କେନାଲ ମରାମତି କାମ କରୁଥିବା ଦେଖିବାକୁ ମିଳିଛି। ଏ ନେଇ  ବିଭାଗୀୟ କନିଷ୍ଠ ଯନ୍ତ୍ରୀ  ଆଶୋକ କୁମାର ସେଠୀ ଙ୍କୁ ଜାଗାଯୋଗ କରିବାରୁ ସେ କହିଛନ୍ତି ମୁଁ ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରି ସମସ୍ୟା ର ସମାଧାନ କରିବି ବୋଲି କହିଛନ୍ତି।

News Comment

You Might Also Like

BACK TO TOP