Breaking
News
Breaking
News
28-May-2026
ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ,
ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ନଂ 7 ର ପୁରୁଣା ପୋଷ୍ଟ ଅଫିସ ସାହିର ବାସିନ୍ଦା ବାଇନାଥ ସାହୁଙ୍କ ସାନପୁଅ ମୁକେଶ ସାନ ପୁଅ( 30) ବର୍ଷ ଗତକାଲି ସନ୍ଧ୍ୟାରେ ଘରେ କାହାକୁ ନଜଣାଇ ନିଜସ୍କୁଟି ଗାଦିରେ ଭୁତ ସରସିଙ୍ଗିପଞ୍ଚାୟତ ର କଇଠଡା ଗାଁ ବଣରେ ରାସ୍ତା ଉପରେ ସ୍କୁଟିଟିକୁ ରଖି ଗଛରେ ଆତ୍ମହତ୍ୟା କରି ଦେଇଥିଲେ | ମୁକେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଅନ୍ୟ ଦୁଇଭାଇ ଏବିଷୟ ରେ ପୋଲିସ କୁ ଖବର ଦେଇଥିଲେ | ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଟି ରାସ୍ତା ଉପରେ ରହି ଥିବାର ଖବର ଦେବାରୁ ପୋଲିସ ସହିତ ଦୁଇଭାଇ ସେହି ବଣ ରାସ୍ତାକୁ ଯାଇ ବହୁତ ଖୋଜା ଖୋଜି କରିଥିଲେ | ତେବେ ରାତ୍ର ର ଅନ୍ଧାର ଯୋଗୁଁ ତାଙ୍କୁ ବଣ ମଧ୍ୟରେ ଖୋଜିବା ସମ୍ଭବ ହୋଇନଥିଲା | ତେବେ ଆଜି ପୋଲିସ ଓ ଘରଲୋକ ସେହି ସ୍ଥାନରେ ଖୋଜା ଖୋଳି ପରେ ଗୋଟିଏ ଗଛରେ ସେ ଆତ୍ମହତ୍ୟା କରିଥିବାର ଦେଖି ଗଛରୁ ଶବକୁ ତଳକୁ ଓହ୍ଲାଇ ଶବ ଜବତ ସହ ପୁରୁଷୋତ୍ତମପୁର ମେଡିକାଲ କୁ ପଠାଇ ଥିଲେ ଥିଲେ | ଡକ୍ଟର ମେଡିକାଲ ରେ ତାଙ୍କୁ ମୃତ ଘୋଷଣା କରିଥିଲେ | ମୁକେଶ ର ଭାଇ ରାକେଶ ଙ୍କ ଏତଲା ଅନୁସାରେ ଏକ ଅପମୃତ୍ୟୁ ମାମଲା କେଶ ନଂ 12/26 ରୁଜୁ କରି ପୋଷ୍ଟମଟମପାଇଁ ପଠାଇ ଥିବାର ତଦନ୍ତ କାରୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି | ତେବେ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି | ତେବେ ମୁକେଶ ଙ୍କ ବାପା ତିନି ପୁଅ ପାଇଁ ତିନିଗୋଟି ଦୋକାନ କରି ଦେଇଥିଲେ ଏବଂ ନିଜେ ପାନ ଦୋକାନ ରେ ବସି ବ୍ୟବସାୟ କରୁଥିଲେ | ପାନ ଦୋକାନ ସହ ତିନି ଭାଇଙ୍କ ଦୋକାନ ବି ଭଲ ଚାଲୁଥିଲା ଏବଂ ଲୋକଙ୍କ ସହ ସମସ୍ତ ଙ୍କ ଭଲ ସମ୍ପର୍କ ରହିଥିଲା | ଆର୍ଥିକ ଅବସ୍ଥା ବି ଭଲ ଥିଲା | ତେବେକେଉଁ କାରଣ ଯୋଗୁଁ ମୁକେଶ (ଚି଼ଙ୍କୁ ) ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି | ତେବେ ଜଣେ ଯୁବ ବ୍ୟବସାୟୀ ଙ୍କ ଏହି ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି |
BACK TO TOP