Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଆଡାବାଡ଼ି ଗାଁ ରେ ପାଞ୍ଚ ଦିନିଆ ଘଣ୍ଟ ଯାତ୍ରା ସମାପ୍ତ |

03-Jun-2026

ଆଡାବାଡ଼ି ଗାଁରେ ୫ ଦିନିଆ ଘଣ୍ଟଯାତ୍ରା ସମାପନ, ଗ୍ରାମଦେବୀ ମା’ ଠାକୁରାଣୀଙ୍କ ପୂଜାରେ ଭକ୍ତଙ୍କ ସମାଗମ

ଓଡିଶା ଜନମତ ରାୟଗଡା,୩/୬,

କାମେଶ୍ୱର କରକରିଆ :-----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆଡାବାଡ଼ି ଗ୍ରାମରେ ପାରମ୍ପରିକ ଭାବେ ଆୟୋଜିତ ୫ ଦିନିଆ ଘଣ୍ଟଯାତ୍ରା ବୁଧବାର ଦିନ ଶେଷ ହୋଇଛି। ଗ୍ରାମର ସୁଖ, ଶାନ୍ତି ଓ ସମୃଦ୍ଧି କାମନାରେ ପ୍ରତି ୫ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ଅପାର ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଗତ ମେ ୨୯ ତାରିଖରେ ବିଶ ମହାନନ୍ଦିଆଙ୍କ ଘରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡାପାଟ ଆଣି ଘଣ୍ଟଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ପୂଜାରୀ ସନ୍ୟାସୀ କୌଶଲ୍ୟା, ସାଇବେଣି ମହାନନ୍ଦିଆ, ଲେଲିଆନ ମହାନନ୍ଦିଆ ଓ କଣ୍ଟିମା ମହାନନ୍ଦିଆଙ୍କ ନେତୃତ୍ୱରେ ପାଞ୍ଚ ଦିନ ଧରି ଗ୍ରାମଦେବୀ ମା’ ଠାକୁରାଣୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ ମା’ଙ୍କ ନିକଟରେ ବେଲପତ୍ର, ଫୁଲ, ଧୂପ, ଦୀପ ଆଦି ଅର୍ପଣ କରାଯିବା ସହ ଗ୍ରାମର କଲ୍ୟାଣ, ଭଲ ଫସଲ ଓ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା। ପରମ୍ପରା ଅନୁଯାୟୀ ଭକ୍ତମାନେ ପୁଢ଼, ଛେଳି, କୁକୁଡ଼ା ଓ ପାରା ଆଦି ବଳି ଅର୍ପଣ କରିଥିଲେ। ସେହିପରି କଣ୍ଟାଗାଦିରେ ମା’ଙ୍କୁ ଝୁଲାଇବା ଭଳି ପୁରାତନ ରୀତିନୀତି ମଧ୍ୟ ପାଳନ କରାଯାଇଥିଲା। ଯାତ୍ରା ଅବସରରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ବନ୍ଧୁ-ବାନ୍ଧବ ଓ ଅତିଥିମାନେ ଯୋଗ ଦେଇଥିଲେ। ଶେଷ ଦିନରେ ପୂର୍ଣ୍ଣାହୁତି, ସାମୂହିକ ପ୍ରାର୍ଥନା ଓ ପ୍ରସାଦ ସେବନ ପରେ ଘଣ୍ଟଯାତ୍ରାର ସମାପନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମର ପ୍ରାୟ ୮୦ଟି ପରିବାର ଘରପିଛା ୨ ହଜାର ଟଙ୍କା ଲେଖାଏ ଚାନ୍ଦା ସଂଗ୍ରହ କରି ଏହି ଘଣ୍ଟଯାତ୍ରାର ଆୟୋଜନ କରିଥିଲେ। ଗ୍ରାମବାସୀଙ୍କ ସହଯୋଗ, ଏକତା ଓ ଧାର୍ମିକ ଆସ୍ଥାର ଏହି ଅନନ୍ୟ ଉଦାହରଣ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ଏହି ପାରମ୍ପରିକ ଉତ୍ସବ ଗ୍ରାମର ସାମାଜିକ ଏକତା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ଼ କରିଥିବା ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP