Breaking
News
Breaking
News
03-Jun-2026
ମଣିଷ କୁ ମାରୁଥିବା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ ||
ଓଡିଶା ଜନ ମତ ବ୍ୟୁରୋ,
ମଣିଷ ମାରୁଥିବା ହାତୀକୁ ସ୍ଥାନାନ୍ତର ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ଯୋଜନା କରା ଯାଇଥିଲା। ତେଣୁ ମଣିଷ ମରା ହାତୀକୁ ଚିହ୍ନଟ କରି ବନ ବିଭାଗ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଆଜି ଟ୍ରାଙ୍କୁଲାଇଜ୍ କରା ଯାଇଛି। ଆଜି ସକାଳୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ୭ ଘଣ୍ଟା ପରେ ଟ୍ରାଙ୍କୁଲାଇଜ କରାଯାଇ ଥିଲା। ହାତୀକୁ କେଉଁ ଠାରେ ରଖା ଯିବ ସେ ନେଇ କୌଣସି ସୂଚନା ମିଳି ନାହିଁ । ଘଟଣା ସ୍ଥଳରେ ଅନୁଗୋଳ ଆରଆରଟି ଟିମ, ଢ଼େଙ୍କାନାଳ ଆରଆରଟି ଟିମ, ଅନୁଗୋଳ ବନଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କୁମାର ସିଂ, ଏସିଏଫ୍ ବିଦ୍ୟାସାଗର, ଡିଏଫଓ ନୀତିଶ କୁମାର, ଆରସିସିଏଫ୍ ସଞ୍ଜୟ ସ୍ୱାଇଁ ଉପସ୍ଥିତ ଥିବା ସୂଚନା ମିଳିଛି।
BACK TO TOP