Breaking News

ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||     

ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ ରେ ଆଇ ଆଇ ସିଙ୍କ ବଢୁଛି ବିବାଦ |

14-Jun-2026

ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ: କଲ୍ୟାଣସିଂହପୁର ଆଇଆଇସିଙ୍କୁ ନେଇ ବଢ଼ୁଛି ବିବାଦ |
ଓଡ଼ିଶା ଜନମତ, ରାୟଗଡ଼ା, ୧୪/୦୬,

କାମେଶ୍ୱର କରକରିଆ :------
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଆଇଆଇସି କଳ୍ପନା ବେହେରାଙ୍କୁ କେନ୍ଦ୍ର କରି ପୁଣି ଏକ ବିବାଦ ସାମ୍ନାକୁ ଆସିଛି। ଥାନା ସମ୍ମୁଖରେ ଘଟିଥିବା ଉତ୍ତେଜନା ଏବଂ ଗ୍ରାମବାସୀଙ୍କ ଅସନ୍ତୋଷ ସମ୍ପର୍କିତ ଖବର ପ୍ରସାରଣ ପରେ ସେ କିଛି ସାମ୍ବାଦିକଙ୍କୁ ଡାକି ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶନିବାର ଅପରାହ୍ନରେ ଆଇଆଇସି କଳ୍ପନା ବେହେରା କିଛି ସାମ୍ବାଦିକଙ୍କୁ ଖୋଜି ବଜାର ଅଞ୍ଚଳକୁ ଆସିଥିଲେ ଏବଂ ସେଠାରେ ସର୍ବସାଧାରଣଙ୍କ ଉପସ୍ଥିତିରେ ଅପମାନଜନକ ଭାଷା ବ୍ୟବହାର କରିଥିବା କୁହାଯାଉଛି। ଏହାକୁ ନେଇ ସାମ୍ବାଦିକ ମହଳରେ ଅସନ୍ତୋଷ ଦେଖାଦେଇଛି।ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଶିଖରପାଇ ଅଞ୍ଚଳର କିଛି ଗ୍ରାମବାସୀ ଥାନା ଆଇଆଇସିଙ୍କ ବ୍ୟବହାରକୁ ନେଇ ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶେଷରେ ଆଇଆଇସି କଳ୍ପନା ବେହେରା କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଏହି ଘଟଣା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ପୁଣି ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଘଟଣାକୁ ଆହୁରି ଗୁରୁତର କରିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଥାନାକୁ ନ୍ୟାୟ ଓ ସହାୟତା ପାଇଁ ଯାଉଥିବା ସାଧାରଣ ଲୋକଙ୍କ ସହ ଶାଳୀନ ଓ ସଂଯମୀ ବ୍ୟବହାର କରିବା ପୋଲିସର ଦାୟିତ୍ୱ। କିନ୍ତୁ ବାରମ୍ବାର ଦୁର୍ବ୍ୟବହାର ଅଭିଯୋଗ ଆସିବା ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହେଉଛି। ଏହି ପ୍ରସଙ୍ଗରେ ଏସଡିପିଓ ଗୌରହରି ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘଟଣା ସମ୍ପର୍କରେ ସେ ଅବଗତ ହେଉଛନ୍ତି ଏବଂ ବିଷୟଟିକୁ ଅନୁଧ୍ୟାନ କରାଯିବ। ତେବେ ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଘଟଣାଟି ବର୍ତ୍ତମାନ କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଜିଲ୍ଲା ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

News Comment

You Might Also Like

BACK TO TOP