Breaking
News
Breaking
News
16-Jun-2026
ହସ୍ପିଟାଲ ରେ ରହି ମଧ୍ୟ ଚାମେଲୀ ଓଝା ରଜପର୍ବ ପାଳିଲେ |
ଓଡିଶା ଜନ ମତ ବ୍ୟୁରୋ,
ଓଡ଼ିଶାର ପୂରପଲ୍ଲୀ ର କୁଆଁରୀ ଙ୍କ ଠାରୁ ମହିଳା ମାନଙ୍କ ଅତି ଆଦର ର ଗଣ ପର୍ବ ରଜ | ଏବଂ ପ୍ରକୃତି ତଥା ବସୁଧା ମାତା କୃଷିର ପର୍ବ ରଜ ଶେଷରେ ଅର୍ଣ୍ଣ ଦାତା ମହାଲକ୍ଷ୍ମୀ ଙ୍କ ଧର୍ମର ପର୍ବ ରଜ | ଏହି ପର୍ବ ତିନିଦିନ ପର୍ଯ୍ୟନ୍ତ ସବୁଠାରେ ରଜ ଦୋଳି, ପାନ ଓ ପୋଡ଼ ପିଠା ଠାରୁ ଖେଳ, ନାଚ ଧୁମ ଧାମ ରେ ପାଳିତ ହୁଏ | ଏହି ପର୍ବରୁ କେତେ ଦୁଃଖରେ କିଛି ଲୋକଙ୍କ ଷଡ଼ଯନ୍ତ୍ର ର ଶିକାର ହୋଈ ଅସୁସ୍ତତା ଥାଇ ମଧ୍ୟ ହସ୍ପିଟାଲ୍ ବେଡ୍ରେ ରଜ ପାଳିଲେ ସରପଞ୍ଚ ଚାମେଲି ଓଝା । ଚାମେଲିଙ୍କ ପାଇଁ ନୂଆ ଡ୍ରେସ୍ ଆଣିଛନ୍ତି ତାଙ୍କ ମାଆ । ପହିଲି ରଜରେ ହସ୍ପିଟାଲରେ ନୂଆ ଡ୍ରେସ୍ ପିନ୍ଧି ରଜ ପାଳିଛନ୍ତି ଚାମେଲି l ରଜ କଥା ପଚାରିଲେ ତାଙ୍କ ମୁହଁରେ ହସ ଖେଳିଯାଇଥିଲା l ସେ କହିଥିଲେ ନୂଆ ଡ୍ରେସ୍ ପିନ୍ଧିଛି । ମୋ ମାଆ ଆଣି ଦେଇଛି । ଆହୁରି ମଧ୍ୟ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।ଶନିବାରଠୁ ହସ୍ପିଟାଲରୁ ଆସିବା ପରଠୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ହସ୍ପିଟାଲରେ ମଧ୍ୟ ତାଙ୍କ ଯତ୍ନ ନିଆଯାଉଛି । ରଜରେ ତାଙ୍କ ପାଖକୁ ସମର୍ଥକ ମାନେ ଆସୁଥିବାରୁ ତାଙ୍କୁ ବହୁତ ଖୁସି ଲାଗୁଛି । ସୁସ୍ଥ ହେଲା ପରେ ମୁଁ ପୁଣି ଥରେ ଲୋକଙ୍କ ପାଇଁ କାମ କରିବି ବୋଲି ଚାମେଲି କହିଛନ୍ତି ।ମହାକାଳ ପଡ଼ା ପୋଲିସ ତାଙ୍କୁ ସହଯୋଗ କରୁନଥିବା ସେ ଅଭିଯୋଗ ଆଣିଛନ୍ତି । ଏ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି । ଦୁର୍ବ୍ୟବହାର କରିଥିବା ପୋଲିସ ବିରୁଦ୍ଧରେ ତୁରନ୍ତ ଆକ୍ସନ ନିଆଯାଉ ବୋଲି ମଧ୍ୟ ଚାମେଲି ଦାବି କରିଛନ୍ତି । ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଦଫା ପ୍ରତ୍ୟା ହାର ପାଇଁ ସେ ଦାବି କରିଛନ୍ତି ।ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତାଙ୍କୁ ନ୍ୟାୟ ଦାବି ପାଇଁ ଅନୁରୋଧ କରିଥିବାରୁ ଏ ବାବଦରେ ସରକାର ତଥ୍ୟ ମାଗିଛନ୍ତି,ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧ ରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଚାମେଲୀ ଙ୍କୁ କେତେ ନ୍ୟାୟ ମିଳିବ ତାହା ଆଗାମୀ ଦିନରେ ଜଣା ପଡିବ |
BACK TO TOP