Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ପାର୍ସାଲୀ ପଞ୍ଚାୟତ ଟୂଟା ଗାଁ ରାସ୍ତା ଶୋଚନୀୟ ||

10-Jul-2026

ପାର୍ସାଲି ପଞ୍ଚାୟତ ଟୁଟା ଗାଁ ରାସ୍ତା ଶୋଚନୀୟ, ଯିବାଆସିବା ବାଧାପ୍ରାପ୍ତ

ଓଡିଶା ଜନମତ ରାୟଗଡା,୧୦/୦୭ 

କାମେଶ୍ୱର କରକରିଆ : --------

ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଆର୍‌ଡି ବିଭାଗ ମାଧ୍ୟମରେ ବିଭିନ୍ନ ଗାଁକୁ ପକ୍କା ରାସ୍ତା ସଂଯୋଗ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅଧୀନ ଟୁଟା ଗାଁ ଆଜି ମଧ୍ୟ ଉନ୍ନତମାନର ରାସ୍ତାରୁ ବଞ୍ଚିତ ରହିଛି। ପଞ୍ଚାୟତଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଏହି ଗାଁକୁ ସଂଯୋଗ କରୁଥିବା କଚ୍ଚା ରାସ୍ତା ବର୍ଷା ଦିନେ ସମ୍ପୂର୍ଣ୍ଣ କାଦୁଅ ଓ ପଙ୍କ ରେ ପରିଣତ ହେଉଥିବାରୁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡ଼ିଛି। ଗାଁରେ ପ୍ରାୟ ୩୦ଟି ଡଙ୍ଗରିଆ କନ୍ଧ ପରିବାର ବସବାସ କରୁଛନ୍ତି। ବର୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯାତାୟାତ ବୃଦ୍ଧବୃଦ୍ଧାଙ୍କ ପଞ୍ଚାୟତ ଓ ବ୍ୟାଙ୍କ କାମ ରାସନ ସାମଗ୍ରୀ ଆଣିବା ସହ ସମସ୍ତ ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଅଧିକ ସମସ୍ୟା ଦେଖାଦେଉଛି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ। ଗାଁରେ କେହି ଅସୁସ୍ଥ ହେଲେ କିମ୍ବା ଜରୁରୀ ଚିକିତ୍ସା ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ମେଡିକାଲକୁ ନେବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ବିଶେଷକରି ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରୁ ନଥିବା ଅଭିଯୋଗ ରହିଛି। ଫଳରେ ପ୍ରସୂତିଙ୍କୁ ଖଟିଆ କିମ୍ବା ଚଦର ଭାରରେ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ନେବାକୁ ପଡ଼ୁଥିବାରୁ ମା` ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀମାନେ ମେଟାଲ,ଚିପ୍ସ,ବାଲି, ସିମେଣ୍ଟ, ଲୁହାଛଡ଼ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଗାଁକୁ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଘର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ରାସ୍ତା ସମସ୍ୟା ସେମାନଙ୍କ ପାଇଁ ବଡ଼ ବାଧକ ସାଜିଛି। ଗ୍ରାମବାସୀ ଡ୍ରିଞ୍ଜୁ ଶିକକା, ରେଲି ପ୍ରାସ୍କା, କଣ୍ଡ ପ୍ରାସ୍କା, ଚକ୍ର ଶିକକା ଓ ବୁଦ୍ରା ଶିକକା ପ୍ରମୁଖ ତୁରନ୍ତ ଟୁଟା ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାଟି ନିର୍ମାଣ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ଯୋଜନାର ସୁବିଧା ଏବଂ ଜରୁରୀକାଳୀନ ସେବା ଅଧିକ ସୁଗମ ହେବ। ତେଣୁ ଜିଲ୍ଲା ପ୍ରଶାସନ ଓ ଆର୍‌ଡି ବିଭାଗ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।ଏ ସମ୍ପର୍କରେ ଆରଡ଼ି ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେକହିଛନ୍ତି ଟେଣ୍ଡର କାର୍ଯ୍ୟ ପ୍ରସେସ ଚାଲିଛି ଟେଣ୍ଡର ପରେ ୩ ମାସ ମଧ୍ୟରେ ରାସ୍ତା କାମ ଆରମ୍ବ ହେବ ବୋଲିକହିଛନ୍ତି।

News Comment

You Might Also Like

BACK TO TOP