Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଯୁବକଙ୍କୁ ଅଟକ ରଖି ମାଡ଼ମାରିବା ଘଟଣାରେ ଜଣେ ଗିରଫ |

12-Jul-2026

*ଯୁବକକୁ ତିନିଦିନ ଧରି ଅଟକ ରଖି ଅକଥନୀୟ ମାଡ଼ ମାରି ଲହୁଲୁହାଣ ଘଟଣାରେ ଜଣେ ଗିରଫ୍ ।

 ଓଡିଶା ଜନ ମତ, ଛତ୍ରପୁର,ତା.୧୨/ ୭,

କେ.ସତ୍ୟନାରାୟଣ ରେଡ୍ଡୀ:-----
ଯୁବକକୁ ତିନିଦିନ ଧରି ଅଟକ ରଖି ଅକଥନୀୟ ମାଡ଼ ମାରି ଲହୁଲୁହାଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆର୍. ଶିବରାମ ଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି ।ବ୍ରହ୍ମପୁର ସହରରେ ପୁଣି ଭାଇଗିରି ର ଦାଦାଗିରି ମୁଖ ଟେକିଛି ବୋଲି ସବୁଆଡେ ଚର୍ଚ୍ଚା ଜୋର ଧରିଛି ।ଯୁବକକୁ ତିନି ଦିନ ଧରି ଅଟକ ରଖି ଅକଥନୀୟ ମାଡ଼ ମାରି ଲହୁଲୁହାଣ କରିବା ଘଟଣାରେ ବ୍ରହ୍ମପୁର ସଦର ଥାନା ପକ୍ଷରୁ ରବିବାର ମଧ୍ୟାହ୍ନରେ ଏକାଧିକ ଦଫାରେ ପୋଲିସ ମାମଲା ରୁଜୁ କରିଛି ବୋଲି ଜଣାଯାଇଛି ।ତିନି ଦିନ ଧରି ଅଟକ ରଖି ଜଣେ ଯୁବକଙ୍କୁ ପ୍ଲାଷ୍ଟିକ ହାର୍ଡ ପାଇପ୍ ରେ ଅକଥନୀୟ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ଏଭଳି ଅଦ୍ଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି ।ଭାୟରେ ପୀଡ଼ିତ ଯୁବକ ଜଣକ ଅନ୍ୟତ୍ର ଆତ୍ମ ଗୋପନ କରିଥିବା ଜଣାପଡ଼ିଛି ।ଘଟଣା ସମ୍ପର୍କରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସଦର ଥାନା ବ୍ରହ୍ମପୁର ପକ୍ଷରୁ ତଦନ୍ତ ଓ ଅନୁସନ୍ଧାନ ଜାରୀ ରହିଥିଲା । ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ରବିବାର ମଧ୍ୟାହ୍ନରେ ଏହି ମାମଲାରେ ଏକାଧିକ ଦଫାରେ ମାମଲାରୁଜୁ କରିଛି ।  ଏହି କ୍ରମେ ସଦର ଥାନା କେସ୍ ନଂ. ୪୪୫ / ୧୨/ ୭/ ୨୦୨୬ ୟୁ/ଏସ୧୨୭/(୩)୨୯୬/ ୧୧୫(୨)/୧୦୯/୩୫୧(୨)/ ୩(୫)/ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୩(୨) (ଭି) ଏସ୍.ସି.ଏସ.ଟି. ଆକ୍ଟ ମାଧ୍ଯମରେ ପୋଲିସ ଦଫା ଲଗାଇଛି । ଖୁବ୍ ଶୀଘ୍ର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆର୍. ଶିବରାମ ଏବଂ ସମ୍ପୃକ୍ତ ସହଯୋଗୀ  କେ. ବୁଲୁ ଙ୍କୁ ଗିରଫ୍ କରାଯିବା ଲାଗି ପୋଲିସ ପ୍ରସ୍ତୁତ ଅଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ବୋଲି ଜଣାପଡ଼ିଛି ।ଏଠାରେ ସୂଚନା ଯୋଗ୍ୟ ଯେ` ଜଣେ ଯୁବକଙ୍କୁ ବନ୍ଦ କୋଠରୀ ରେ ୫୦ ଘଣ୍ଟା ଧରି ଅବା ତିନି ଦିନ ଧରି ଅଟକ ରଖି ଯୁବକଙ୍କୁ ମାଡ଼ ମାରିବା ଭଳି ଅଦ୍ଭାବନୀୟ ଘଟଣା ଭାଇରାଲ  ହେଉଛି ।  ଉକ୍ତ ଭାଇରାଲ ଭିଡ଼ିଓ ନେଇ ବିଭିନ୍ନ ମହଲରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ।ହାର୍ଡ ପ୍ଲାଷ୍ଟିକ୍ ପାଇପରେ ଜଣେ ଯୁବକଙ୍କୁ ଗୋରୁଙ୍କୁ ପିଟିଲା ଭଳି ପିଟିଥିବା ଭିଡ଼ିଓ ପୋଷ୍ଟ ଉପରେ ପ୍ରସାଶନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡ଼ିତ ଙ୍କୁ ନ୍ୟାୟ ଦେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।ଗତମାସରେ ତାଙ୍କୁ ଆଳ ଦେଖାଇ ଅପହରଣ କରିନିଆ ଯାଇ ଥିଲା । ଜଣେ ଶିକ୍ଷକଙ୍କୁ ଆକ୍ରମଣର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତ ଜଣକ ଦଳିତ 
ହରିଜନ ସମ୍ପ୍ରଦାୟର ଯୁବକ ପ୍ରଶାନ୍ତ ଦାସ ବୋଲି ଜଣାପଡିଛି । ପ୍ରଶାନ୍ତ ଜଣେ ଦଳିତ ହରିଜନ ସମ୍ପ୍ରଦାୟର ଯୁବକ ଅଟନ୍ତି, ତାଙ୍କ ବାପା ବିଜୟ ଦାସ ଓ ମାତା ଶାନ୍ତି ଦାସ ଦୁହେଁ ମାତା ପିତା ଅସହାୟ ତଥା ଦୃଷ୍ଟିହୀନ ବ୍ୟକ୍ତି , ଯାହାକି ମାତା ପିତା ଦୁହେଁ ଏହି ଏକମାତ୍ର ପୁତ୍ର ଦ୍ୱାରା ସର୍ବଦା ସାହାରା ହୋଇ ଚଳି ଆସୁଛନ୍ତି ।  ଯେ` କି ମସିଆଖାଲି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହଯୋଗୀ ତଥା ମୁଖ୍ୟଅଭିଯୁକ୍ତ  କୁହାଯାଉଥିବା ଆର୍. ଶିବରାମ (ଅରୂପ) ଓ ସରପଞ୍ଚ କେ.ବୁଲୁ ଙ୍କ ଅନ୍ଯ ସହଯୋଗୀ ମିଶି ଏଭଳି ଅକଥନୀୟ ଭାବେ ପ୍ଲାଷ୍ଟିକ ପାଇପ୍ ରେ ମାଡ଼ମାରି ଅତ୍ୟାଚାର ସହ ଲହୁ ଲୁହାଣ କରିଦେଇଛନ୍ତି ।  ସରପଞ୍ଚ ସହଯୋଗୀ ଆର୍. ଶିବରାମ ଓ ଅନ୍ୟମାନେ ବିଜେପି ସମର୍ଥିତ ଦଳର ଲୋକ ବୋଲି କୁହାଯାଉଛି । ପ୍ରଶାନ୍ତ ଦାସ କୁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହେବାକୁ ବାଧ୍ୟ କରାଯାଉଛି, ବୋଲି ପ୍ରଶାନ୍ତ ଭିଡ଼ିଓ ପୋଷ୍ଟ କରିଛନ୍ତି । କିନ୍ତୁ ଏ ସମ୍ପର୍କରେ ନିକଟସ୍ଥ ଥାନା ରେ ସେ ଭୟରେ ଏତଲା ଦେଇନଥିଲେ  । କିନ୍ତୁ ଅନ-ଲାଇନ୍ ରେ ପୋଲିସ ପ୍ରଶାସନ ଓ ସମସ୍ତ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ଚାହୁଁ ଥିବା ଜଣାଯାଇଛି । ଏବେ ଭୟରେ ଗାଁରୁ ଯାଇ ଅନ୍ୟତ୍ର ରହୁଛନ୍ତି, ତାଙ୍କର ଜୀବନ ପ୍ରତି ଦିପଦ ଥିବା ଜଣାଇଛନ୍ତି । ତାଙ୍କ ଘରେ ବାପା, ମାଆ, ପତ୍ନୀ ଓ କୁନି ସନ୍ତାନଟିଏ ରହିଥିବା ସ୍ୱଷ୍ଟ କରି ଭିଡିଓରେ ଭାଇରାଲ କରିଥିବା ଜଣାପଡ଼ିଛି । ଏକ୍ଷେତ୍ରରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥିବା ଜଣାଯାଏ । ତେଣୁ ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ପୀଡ଼ିତ ପ୍ରଶାନ୍ତ ଦାସ କୁ ନ୍ୟାୟ ପ୍ରଦାନ କରିବା ନିହାତି ଜରୁରୀ ବୋଲି ଜନସାଧାରଣଙ୍କ ମହଲରେ ଆଲୋଚନା ହେଉଅଛି ।।

News Comment

You Might Also Like

BACK TO TOP