Breaking
News
Breaking
News
20-Jul-2026
ରାଜ କନିକା ଥାନା ଦଶୀପୁର ଗାଁ ଦୁଇ ପରିବାରରୁ ଚୋରି |
ଓଡିଶା ଜନ ମତ ବ୍ୟୁରୋ,
ପୋଲିସ ଡାଳେ,ଡାଳେ ଗଲେ ଚୋର ମାନେ ପତ୍ରରେ,ପତ୍ରରେ ଚାଲନ୍ତି | କିନ୍ତୁ ଚୋର ଯେତେ ଚାଲାକ ହେଲେ ମଧ୍ୟ ଶେଷରେ ପୋଲିସ ପଂଞ୍ଝାରେ ପଡିଥାଏ ||ଗତ କିଛିଦିନ ଧରି ଆଳି ଥାନାଞ୍ଚଳରେ ଘରେ ପଶି ଲୁଟେରା ଙ୍କ ଆତଙ୍କ ଜାରି ରହିଥିବା ବେଳେ ଗତକାଲି ରାତିରେ ଦଶୀପୁର ଗାଁ ର ଦୁଇ ପରିବାରରୁ ଚୋରି ହୋଇଛି। ଏ ନେଇ ରାଜକନିକା ଥାନାରେ ହୋଇଥିବା ଏତଲା ଅନୁସାରେ ଏହି ଗାଁ ର ଗଗନ ବିହାରୀ ସାହୁ ଓ ଚିତ୍ତରଞ୍ଜନ ମଳିକଙ୍କ ଘରୁ ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା ସହ ଅନ୍ୟାନ୍ୟ ଦ୍ରବ୍ୟ ଚୋରି ହୋଇଥିବା ଜଣାପଡିଛି। ତେବେ ଏହି ଗାଁ ର ଚିତ୍ତ ରଞ୍ଜନ ମଳିକଙ୍କ ଦୁଇ ବଖରା ଚାଳ ଘରେ ୫ ପ୍ରାଣୀ କୁଟୁମ୍ବ ରହୁଥିବା ବେଳେ ଚୋର ମାନେ ଘରେ ପଶି ସୁନା ଗହଣା ଲୁଟ ହୋଇଥିବା ବେଳେ ଗଗନଙ୍କ ଘରେ ପାଖ ପଡୋଶୀଙ୍କ ଘର ରଙ୍ଗ ହେଉଥିବାରୁ ସେ ତାଙ୍କ ଘରର ଆସବାବପତ୍ର ଆଣି ରଖିଥିଲେ। ଚୋର ମାନେ ଏହି ଦୁଇ ଘରେ ଚୋରି କରି ନେଇଥିବା ଏତଲା ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି
BACK TO TOP