Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଆଦର୍ଶ ଶିକ୍ଷା ବିତ ପ୍ରଫେସର ସ୍ୱର୍ଗତ ରବି ନାରାୟଣ ମିଶ୍ର ଜଣେ ବହୁମୂଲ୍ୟ ପ୍ରତିଭାର ଅଧିକାରୀ ଥିଲେ ||

24-Jul-2026

ଆଦର୍ଶ ଶିକ୍ଷାବିତ୍ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ବହୁମୂଲ୍ୟ ପ୍ରତିଭାର ଅଧିକାରୀ ।

ଛତ୍ରପୁର, ତା. ୨୪ / ୭,

କେ.ସତ୍ୟନାରାୟଣ ରେଡ୍ଡୀ:-----
ଆଦର୍ଶ ଶିକ୍ଷାବିତ୍ ମତ୍ସ୍ୟବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ବହୁମୂଲ୍ୟ ପ୍ରତିଭାର ଅଧିକାରୀ ଅଟନ୍ତି  ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳବର୍ଣ୍ଣନା କରିଛନ୍ତି ।ସର୍ବୋପରି ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷାବିତ୍ ସ୍ଵାଭିମାନୀ, ଛାତ୍ର ବତ୍ସଳ, ନୀତିନିଷ୍ଠ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ପରୋପକାରୀ ଓ ସର୍ବୋପରି ଜଣେ ଉତ୍ତମ ମଣିଷ ଥିଲେ ବୋଲି ତାଙ୍କରି ସ୍ମୁତିରେ ଆୟୋଜିତ ସଭାରେ ଗଣନା କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ` ରଙ୍ଗେଈଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ସ୍ମୃତିରେ ତାଙ୍କରି ଗୁଣାବଳୀ ଉପରେ ଆଲୋକପାତ ସହ ସ୍ମୃତି ବ୍ୟାଖ୍ୟାନ କରାଯାଇଛି । ଏହି ସଭାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ଅମ୍ଳାନ ସ୍ମୃତି ପ୍ରତି କୁଳପତି ତାଙ୍କରି ଉଦ୍ଦେଶ୍ଯରେ ଶ୍ରଦ୍ଧାସୁମନ୍ ଅର୍ପଣ କରିବା ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 
      କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ଅନୁଷ୍ଠାନ ର ବୈଜ୍ଞାନିକ ଡ଼ଃ. ବିନୟ ଭୂଷଣ ନାୟକ (ମୁମ୍ବାଇ) ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସେ ମୂଲ୍ୟ ଯୁକ୍ତ ଖାଦ୍ୟ ର ପ୍ରସ୍ତୁତି ଓ ତାକୁ ନେଇ ବ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ l ବିଭନ୍ନ ଦେଶର ମାଛ କୁ ନେଇ ମୂଲ୍ୟ ଯୁକ୍ତ ଖାଦ୍ୟ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ I ଛାତ୍ରଛାତ୍ରୀ ମାନଙ୍କୁ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟକୁ ନେଇ ଉଦ୍ୟୋଗୀକରଣ ବିଷୟରେ ଉତ୍ସାହିତ କରିଥିଲେ I ସ୍ବର୍ଗତ ରବିନାରାୟଣ ମିଶ୍ର ଜଣେ ଭଲ ଶିକ୍ଷକ ଓ ଉତ୍ତମ ଗବେଷକ ଥିଲେ ବୋଲି କୁହାଯାଇଛି ।ମତ୍ସ୍ୟକ୍ଷେତ୍ର ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ପ୍ରଫେସର ସ୍ବର୍ଗତ ରବିନାରାୟଣ ମିଶ୍ର ଙ୍କ ର ମତ୍ସ୍ୟବିଜ୍ଞାନ ପ୍ରତି ବଳିଷ୍ଠ ଅବଦାନ ରହିଛି ଏବଂ ସେ ଲେଖିଥିବା ଅନେକ ପୁସ୍ତକ ଗୁଡିକ ଛାତ୍ରଛାତ୍ରୀ, ଅଧ୍ୟାପକ ଙ୍କୁ ଅନେକ ଦିଗଦର୍ଶନ ଦେଇଛି, ଏପରିକି ଅଧ୍ୟାପିକା ଓ ଅଧ୍ୟାପକଙ୍କ ଦ୍ୱାରା ଖୁବ ପ୍ରଶଂସନୀୟ ସ୍ୱରୂପ ଗ୍ରହଣୀୟ ହୋଇପାରିଛି ବୋଲିବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ର ଅବସରପ୍ରାପ୍ତ ଡିନ୍ ପ୍ରଫେସର କୃଷ୍ଣ ଚନ୍ଦ୍ର ଦୋରା କହିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଜ୍ଞାନ    ମହାବିଦ୍ୟାଳୟର ଡିନ୍ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟପ୍ରଦାନ ସାଂଗକୁ ଆୟୋଜିତ ସଭାରେ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସ୍ବର୍ଗତ ରବିନାରାୟଣ ମିଶ୍ର ମୋର ଶିକ୍ଷକ ବୋଲି ସମ୍ବୋଧନ କରି କହିଥିଲେ । ତାଙ୍କର ପାଠପଢା ଶୈଳୀ ଖୁବ ଉଚ୍ଚକୋଟୀ ର ଥିଲା ଓ ସେ ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେ କରନ୍ତି ବୋଲି ଡିନ୍ ସାର୍ କହିଥିଲେ ।  ପ୍ରକାଶ ଥାଉକି ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ୧୯୮୭ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ । ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥାଇ ସେ ୫ଖଣ୍ଡ ପୁସ୍ତକ ସଙ୍କଳନ କରିବା ସହିତ ୬୦ ରୁ ଉର୍ଦ୍ଧ୍ୱ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ପତ୍ରିକାରେ ପ୍ରକାଶିତ କରିଥିଲେ । ଶିକ୍ଷାଦାନ, ଗବେଷଣା ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କର ପାଠ୍ୟ ପୁସ୍ତକ ଗୁଡିକ ପାଇଁ ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକ ମାନେ ଉପକୃତ ହୋଇପାରୁଛନ୍ତି । ଏହି ସଭାରେ ଦିବଂଗତ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ଧର୍ମପତ୍ନୀ  ଡ଼ଃ. ବିଷ୍ନୁପ୍ରିୟା ମିଶ୍ର, ଅନେକ ମତ୍ସ୍ୟବିଜ୍ଞାନୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଅତିଥି ଅଧ୍ୟାପକ ଡ଼ଃ. ଅର୍ପିତ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।।

News Comment

You Might Also Like

BACK TO TOP