Breaking
News
Breaking
News
02-Aug-2026
ବେଗୁନିଆପଡା ବ୍ଲକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଗଠିତ l
ଓଡିଶା ଜନମତ,କୋଦଳା :01/08/26 :
ନରେନ୍ଦ୍ର ନାଥ ଗୌଡ଼ :--ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ସ୍ଥିତ ଲଙ୍ଗଳେଶ୍ୱର ବିଦ୍ୟାପୀଠ ଠାରେ ଶନିବାର ଦିନ ସାଙ୍କୁଡ଼ା ଧବଳେଶ୍ୱର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶ୍ରୀ ଦେବରାଜ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ବ୍ଲକର ସମସ୍ତ ବିଦ୍ୟାଳୟ ଗୁଡିକ ଏକାଠି ହୋଇ କାମ କରିବା ନିମନ୍ତେ ଏକ ବ୍ଲକ ସ୍ତରୀୟ ସଂଘ ଗଠନ ହୋଇଥିଲା l ଏହି ବୈଠକରେ ସଭାପତି ଭାବେ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ, ଉପ-ସଭାପତି ଭାବେ ଶ୍ରୀ ନୀଳକଣ୍ଠ ଦାଶ, ସମ୍ପାଦକ ଭାବେ ଶ୍ରୀ ବିପ୍ର ଚରଣ ସାହୁ, ସହ ସମ୍ପାଦକ ଭାବେ ଶ୍ରୀ ଦୀପକ କୁମାର ବିଷୋୟୀ, କୋଷାଧକ୍ଷ ଭାବେ ଶ୍ରୀ ସଞ୍ଜୟ କୁମାର ଦାଶ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ନାରାୟଣ ପଣ୍ଡା ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ପ୍ରସନ୍ନ କୁମାର ନାୟକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ଭବିଷ୍ୟତରେ ଏହି ସଂଗଠନ ଓଷ୍ଟା ସଂଗଠନର ଆଭିମୁଖ୍ୟ ଦେଖି ସମର୍ଥନ କରିବା ପାଇଁ ନିଷ୍ପତ୍ତି କରାଗଲା l
BACK TO TOP