Breaking
News
Breaking
News
02-Aug-2026
ସାତନଳ ନିକଟସ୍ଥ ରାଜ୍ଯ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଜଣେ ମୃତ, 2 ଆହତ
ଓଡିଶା ଜନମତ କୋଦଳା 01/08/26 :
ନରେନ୍ଦ୍ର ନାଥ ଗୌଡ଼ :--ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାତନଳ ଛଳ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ଯ 2 ଜଣ ଆହତ ହୋଇଥିବା ଜଣାପଡିଛି l ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଚାକୁଣ୍ଡାଝୋଳା ଗ୍ରାମର 25 ବର୍ଷୀୟ କାଳୁ ଜାନି l ଆହତ ମାନେ ହେଲେ ସେହି ଗ୍ରାମର 57 ବର୍ଷୀୟ
ସୁରେନ୍ଦ୍ର ଜାନି ଓ 25 ବର୍ଷୀୟ ନବଘନ ଜାନି l ଏହି 3 ଜଣ ସ୍କୁଟି ଯୋଗେ ବୁଢ଼ାମ୍ବ ଠାରୁ କୋଦଳା ଅଭିମୁଖେ ଆସୁଥିବା ବେଳେ ସାତନଳ ନିକଟସ୍ଥ ରାଜ୍ଯ ରାଜପଥରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି l ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର କାଳୁ ଜାନିଙ୍କୁ ମୃତ ଘୋଷଣା କରିଛନ୍ତି l କୋଦଳା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଚାକୁଣ୍ଡାଝୋଳା ଗ୍ରାମରେ ଏନେଇ ଶୋକର ଛାୟା ଖେଳିଯାଇଛି l ପୋଲିସ ଶବ ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ପରିବାର ଅତି ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ନିମନ୍ତେ ଦାବି ହୋଇଛି l
BACK TO TOP