Breaking
News
Breaking
News
02-Aug-2026
ସାପ କାମୁଡା ରେ ପ୍ରେମିକ ମରିବା ଖବର ଶୁଣି ପ୍ରେମିକାର ଆତ୍ମ ହତ୍ୟା |
ସଂସାର ରେ ଏପରି କିଛି ପ୍ରେମିକା ଅଛନ୍ତି ସେମାନେ ନିଜ ପ୍ରେମ ପାଇଁ ପ୍ରେମିକର ଭଲ ପାଇଁ ସେମାନେ ସବୁ କିଛି କରି ପାରନ୍ତି | ଯେଉଁମାନେ ପତିବ୍ରତା ବ୍ରତ କରି ପ୍ରେମିକ ଅର୍ଥାତ ତାଙ୍କ ଭାବି ସ୍ୱାମୀଙ୍କ ମଙ୍ଗଳ କାମନା କରିଥାନ୍ତି | ସେମାନଙ୍କ ପାଇଁ ତାଙ୍କ ପ୍ରେମିକ ଓ ଭାବି ସ୍ୱାମୀ ହି ସବୁକିଛି | ପ୍ରେମିକ ପାଇଁ ପ୍ରେମିକାହିଁ ସବୁକିଛି ତେବେ ପ୍ରେମିକର ଯଦି କିଛିବି ଅସୁବିଧା ହୁଏ ତେବେ ସେ କଣ କରିବ ସେପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୋଚିଳାଡିହl ପଞ୍ଚାୟତ ଡିମଗଡ଼ିଆରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଏଠାରେ ପ୍ରେମିକର ମୃତ୍ୟୁ ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି।ନାଲକୋରେ କାମ କରୁଥିଲେ ପିଣ୍ଟୁସୂଚନା ଅନୁଯାୟୀ, ଅନୁଗୁଳର ନାଲକୋରେ କାମ କରୁଥିବା ପିଣ୍ଟୁଙ୍କୁ ପ୍ରେମ କରୁଥିଲେ ମହେଶ୍ବର ସିଂଙ୍କ ଝିଅ ଦେବୀ ସିଂl ପିଣ୍ଟୁ ସାପ କାମୁଡ଼ାରେ ମୃତ୍ୟୁବରଣ ଖବର ପାଇବା ପରେ ଦେବୀ ସିଂ ମାନସିକ ଭାରସାମ୍ୟ ହରାଇ ବାଡ଼ି ପଛ ପଟେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିଲେ l ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତେବେ ପ୍ରେମ ପାଇଁ ଦେବୀ ଏଭଳି ଏକ ନିଷ୍ପତ୍ତି ନେଇଥିବା ବେଳେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି |
BACK TO TOP