Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଖୋର୍ଦ୍ଧା ଜିଲ୍ଳାରେ ବନ୍ୟାବିପର୍ଯୟ ମୁକାବିଲା ପାଈଁ ପ୍ରଶାସନ ର ଯୁଦ୍ଧ କାଳୀନ ତତ୍ପରତା |

02-Aug-2026

ଖୋର୍ଦ୍ଧା ରେ ବନ୍ୟା ବିପର୍ଯ୍ୟୟ ମୁକାବିଲାରେ ଯୁଦ୍ଧକାଳୀନ ତତ୍ପରତା  |

 ଖୋର୍ଦ୍ଧା ବ୍ଲକରେ ପ୍ରାୟ 1500 ଶହ ରୁ ଉର୍ଦ୍ଧ  ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ::ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ ଙ୍କ ତଦାରଖ କୁ ଗ୍ରାମବାସୀଙ୍କ ପ୍ରଶଂସା  |ନରଣଗଡ଼ ଓ ଓରବରସିଂହ ପଞ୍ଚାୟତରେ ପ୍ରଶାସନର ନିରନ୍ତର ନଜର |

ଓଡିଶା ଜନ ମତ, ଖୋର୍ଦ୍ଧା , ଗୋପାଳ କୃଷ୍ଣ ପ୍ରଧାନ :----

 ହୀରାକୁଦ ର ଜଳ ନିଷ୍କାସନ ପରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ  ଗ୍ରାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକ୍ରମ ଜୋରଦାର କରାଯାଇଛି। ବିଶେଷକରି ଖୋର୍ଦ୍ଧା ବ୍ଲକର ନରଣଗଡ଼ ଓ ଓରବରସିଂହ ଗ୍ରାମ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଜି ପ୍ରାୟ 1500 ରୁ ଉର୍ଦ୍ଧ  ଜଣ ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ସେଥିରେ 234 ଜଣ ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଛି l ତତସହିତ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି। ଖୋର୍ଦ୍ଧା ବ୍ଲକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଙ୍କ  ସୂଚନା ଅନୁଯାୟୀ, ଲଗାତାର ବର୍ଷା ଓ ହୀରାକୁଦ ଜଳ ଆସିବା ଫଳରେ ବହୁ ସ୍ଥାନରେ ରାସ୍ତାଘାଟ, ଚାଷଜମି ଓ ବସତି ଜଳମଗ୍ନ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ, ବୃଦ୍ଧ, ମହିଳା ଏବଂ ଦୈନିକ ମଜୁରିଆଙ୍କୁ ପ୍ରାଥମିକତା ଦେଇ ଖାଦ୍ୟ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ବ୍ଲକ  ପ୍ରଶାସନ ଗୁରୁତ୍ୱ ଦେଉଛି। ରିଲିଫ  କାର୍ଯ୍ୟକ୍ରମ ଅନ୍ତର୍ଗତ ନରଣଗଡ଼ ପଞ୍ଚାୟତର ଓରମି ଗ୍ରାମରେ ୩୨୦ ଜଣ (୨୨୦ ଜଣ ବୟସ୍କ ଓ ୧୦୦ ଜଣ ଶିଶୁ)ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ମାନପୁର ଗ୍ରାମରେ ୧୫୦ ଜଣ, ଧବଳପୁର ସରକାରୀ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଥିବା ୧୫୦ ଜଣ ବନ୍ୟାପୀଡ଼ିତଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଇଛି।
ଅନ୍ୟପଟେ ଓରବରସିଂହ ଗ୍ରାମ ପଞ୍ଚାୟତର ହିରିମୂଳ ଗ୍ରାମରେ ୧୭୪ ଜଣ ଏବଂ ଦୁର୍ଗାପୁର ଓ ଡିହଖଳା ଗ୍ରାମର ୪୦୦ ଜଣ ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏହାକୁ ମିଶାଇ ଗୋଟିଏ ଦିନରେ ଆଜି ମୋଟ 1574 ଜଣ ଲୋକ ପ୍ରଶାସନ ପକ୍ଷରୁ ଖାଦ୍ୟ ସହାୟତା ପାଇଛନ୍ତି। ଜିଲ୍ଲାପାଳ ଅମୃତ ଋତୁରାଜ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ବିଭାସ ପାଣିଗ୍ରାହୀ ଓ ଅନ୍ୟ  ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ ରିଲିଫ୍ କାର୍ଯ୍ୟ ଚାଲିଥିବା ବେଳେ ରାଜସ୍ୱ, ପଞ୍ଚାୟତିରାଜ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ  ଉପସ୍ଥିତ ରହି ପ୍ରତ୍ୟେକ ଗ୍ରାମର ସ୍ଥିତି ସମୀକ୍ଷା କରି ବିପନ୍ନ ପରିବାର ଚିହ୍ନଟ ସହ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରୁଥିବା ବେଳେ ବିଡ଼ିଓ ଙ୍କ ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି l ୨ ଦିନ ହେବ ପ୍ରଶାସନ ପକ୍ଷରୁ ଜଳସ୍ତର ଉପରେ ଚବିଶ ଘଣ୍ଟିଆ ନଜର ରଖାଯାଇଥିବା ବେଳେ ଆଜି ସାମାନ୍ୟ ଏକ ପୁଟ ହେବ ଜଳ ସ୍ତର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି l  ହିରିମୂଳ ଗ୍ରାମ ଟି ଏବେବି ପାଣି ଘେର ରେ ଥିବାରୁ ଜରୁରୀକାଳୀନ ସେବା ପାଇଁ  ଦୁଇଟି ଡ଼ଙ୍ଗା କୁ ନିୟୋଜିତ କରାଯାଇଛି lବନ୍ୟା ଜଳ କମିଲେ ରାସ୍ତା, ନଦୀବନ୍ଧ, କୃଷି କ୍ଷେତ୍ର  କ୍ଷୟ ସମ୍ପର୍କିତ ସୂଚନା ତୁରନ୍ତ ପହଞ୍ଚାଇବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଗୃହ ପାଳିତ ଗାଈ ଗୋରୁ ଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇଛି l
ଏପଟେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ପ୍ରଶାସନର ତୁରନ୍ତ ରିଲିଫ୍ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ପ୍ରତ୍ୟେକ ବର୍ଷା ଋତୁରେ ନିମ୍ନାଞ୍ଚଳ ଗ୍ରାମଗୁଡ଼ିକ ଜଳମଗ୍ନ ହେଉଥିବାରୁ ଡ୍ରେନେଜ୍ ବ୍ୟବସ୍ଥାର ଦୁର୍ବଳତା, ପ୍ରାକୃତିକ ଜଳନିଷ୍କାସନ ପଥର ଅବରୋଧ ଏବଂ ନାଳ-ନଦୀର ପଙ୍କୋଦ୍ଧାର କାର୍ଯ୍ୟ ପ୍ରତି ଅବହେଳାକୁ ଦାୟୀ କରିଛନ୍ତି କିଛି ଗ୍ରାମବାସୀ l ସ୍ଥାନୀୟ ବାସିନ୍ଦାଙ୍କ ମତରେ, କେବଳ ରିଲିଫ ବଣ୍ଟନ ନୁହେଁ, ବରଂ ନଦୀବନ୍ଧର ସୁଦୃଢ଼ୀକରଣ, ଆଧୁନିକ ଡ୍ରେନେଜ୍ ବ୍ୟବସ୍ଥାର ବିକାଶ, ପ୍ରାକୃତିକ ଜଳପଥର ପୁନରୁଦ୍ଧାର ଓ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଗଲେ ଭବିଷ୍ୟତରେ ଏପରି କ୍ଷତିକୁ ବହୁ ପରିମାଣରେ ରୋକାଯାଇପାରିବ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡ଼ିଓ ଶ୍ରୀ ପଟ୍ଟନାୟକ  ସ୍ପଷ୍ଟ କରିଛନ୍ତି  ଯେ, ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ରିଲିଫ୍ କାର୍ଯ୍ୟ ଜାରି ରହିବ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରହିଛି ଏବଂ କ୍ଷେତ୍ରସ୍ତରରୁ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟ ଓ ତଳ ସ୍ତର ଅଧିକାରୀଙ୍କ ଠାରୁ ମିଳୁଥିବା ରିପୋର୍ଟ ଆଧାରରେ ଅଧିକ ସହାୟତା ଯୋଗାଇ ଦିଆଯିବ। ବନ୍ୟାପ୍ରବଣ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି ପରାମର୍ଶ ପାଳନ କରିବା ଏବଂ କୌଣସି ଜରୁରୀ ପରିସ୍ଥିତି ଦେଖାଦେଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବାକୁ ଅପିଲ କରାଯାଇଛି। ପ୍ରତ୍ୟେକ ବନ୍ୟାପୀଡ଼ିତ ପରିବାର ସୁରକ୍ଷିତ ଭାବେ ପୁନର୍ବାସିତ ହୋଇ ସାଧାରଣ ଜୀବନକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସରକାରୀ ସହାୟତା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ଓରବରସିଂହ ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଟସିଂ, ସମିତି ସଭ୍ୟ ଦିନେଶ ପାଇକରାୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନଞ୍ଜୟ  ଛୋଟରାୟ,ପ୍ରମୋଦ କୁମାର ନାୟକ , ସେକ ଫିରୋଜ, ରୁରାଲ ହାଉସ ର ସୁନୀଲ କୁମାର ଜେନା, ବିଏସଏ ସୌମ୍ୟ ରଞ୍ଜନ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ ପାଣିଗ୍ରାହୀ, ପ୍ରୀତିଲତା ଦାସ, ନରଣଗଡ଼ ସରପଞ୍ଚ ଉପସ୍ଥିତ ରହି ସହଯୋଗ କରୁଛନ୍ତି l

News Comment

You Might Also Like

BACK TO TOP