Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

"ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |

14-Aug-2026

​`ଘରେ ଘରେ ତ୍ରିରଙ୍ଗା` ଅଭିଯାନରେ ଡି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |

ଓଡିଶା ଜନ ମତ ବ୍ୟୁରୋ, ​ଖଲ୍ଲିକୋଟ, ତା ୧୪/୦୮
​ବନ୍ଦେ ମାତରମ୍‌ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଏକତାର ଭାବନା, ଜାତୀୟତା ବୋଧକୁ ଜନମାନସରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି.), ଗଞ୍ଜାମ, ଖଲ୍ଲିକୋଟ ପକ୍ଷରୁ `ଘରେ ଘରେ ତ୍ରିରଙ୍ଗା` ଅଭିଯାନ ଉତ୍ସାହ ଓ ଉଦ୍ଦୀପନାର ସହିଦ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଠ ଶିକ୍ଷାବିତ୍ ଡ. ସନ୍ତୋଷ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଭିଯାନରେ ପ୍ରଥମ ଓ ଦ୍ଵିତୀୟ ବର୍ଷର ସମସ୍ତ ଗୁରୁଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ । ତ୍ରିରଙ୍ଗା ପତାକା ହାତରେ ଧରିବା ସାଙ୍ଗକୁ ସୁସଜ୍ଜିତ ହୋଇ ସମସ୍ତେ ଖଲ୍ଲିକୋଟ ଅଞ୍ଚଳରେ ପଦଯାତ୍ରା କରିଥିଲେ । ଏଥିସହ ଦେଶପ୍ରେମର ବାର୍ତ୍ତା ଦେଇ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଦେଶାତ୍ମବୋଧର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗାର ଶୋଭାରେ ରଙ୍ଗୀନ ହୋଇଉଠିଥିଲା ପଦଯାତ୍ରାର ପଥ । ଦେଶାତ୍ମବୋଧକ ସ୍ଲୋଗାନରେ ପରିବେଶ ମୁଖରିତ ହେବା ସହ ଗୁରୁଛାତ୍ରଛାତ୍ରୀଙ୍କ ମୁହଁରେ ଦେଖାଯାଇଥିଲା ଦେଶ ପାଇଁ ଅଦମ୍ୟ ଉତ୍ସାହ । ଆୟୋଜିତ ପଦଯାତ୍ରା କେବଳ ଏକ ଶୋଭାଯାତ୍ରା ନଥିଲା; ତାହା ଥିଲା ଜାତୀୟ ଗୌରବ ପ୍ରତି ଶ୍ରଦ୍ଧା ଓ ମାତୃଭୂମି ପ୍ରତି ଅସୀମ ଭଲପାଇବାର ଏକ ସାମୂହିକ ଅଭିବ୍ୟକ୍ତି ।`
​ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିରାମ ବିଶ୍ବାଳ, ବିଷ୍ଣୁ ନାରାୟଣ ଜେନା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଡ. ନିହାରିକା ସାମନ୍ତରାୟ, ପ୍ରଜ୍ଞା ପାରମିତା, ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପ୍ରାମାଣିକ, ସୁକୁଲେଇ ଟୁଡୁ, ଶିକ୍ଷକ ପ୍ରଶିକ୍ଷିକା କଲ୍ୟାଣୀ କୁମାରୀ ଗୌଡ଼, ଭାବିଲିତା ନାୟକ, ସରୋଜିନୀ ମିଶ୍ର, ଗାୟତ୍ରୀ ସ୍ବାଇଁ, ବବିତା ସିଂହ ନାୟକ, ଆର୍.ସି.ଟି. ପ୍ରଶିକ୍ଷକ ମନୋରଞ୍ଜନ ବାରିକ, ସିନିୟର ଆସିଷ୍ଟାଣ୍ଟ - ଆଶିଷ ରଞ୍ଜନ ସେଠୀ, ଜୁନିୟର ଆସିଷ୍ଟାଣ୍ଟ ନିରୂପମା ପ୍ରଧାନ, ପିଅନ ସୁକାନ୍ତି ସେଠୀ, ଚନ୍ଦ୍ର ଶେଖର ଗୌଡ଼ ଓ ନାଇଟ୍‌ ୱାଚର୍ ଜୟଶଙ୍କର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଅଭିଯାନକୁ ସଫଳ କରିଥିଲେ ।

ରିପୋର୍ଟ:-
ଡକ୍ଟର ଦ୍ବାରିକାନାଥ ମହାରଣା
ଖଲ୍ଲିକୋଟ, ଗଞ୍ଜାମ

News Comment

You Might Also Like

BACK TO TOP