Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |

14-Aug-2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ସାଂସଦ, ଭୁବନେଶ୍ୱର: ଶ୍ରୀମତୀ ଷଡଙ୍ଗୀ, ଜିଲ୍ଲା ସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ  |

ଓଡିଶା ଜନମତ, ଗୋପାଳ କୃଷ୍ଣ ପ୍ରଧାନ :----

ତ୍ରିରଙ୍ଗା ପତାକା ଆମ ଦେଶ ଭକ୍ତି, ଦେଶ ପ୍ରେମ,ଜାତୀୟତାବୋଧ, ଶାନ୍ତି, ମୈତ୍ରୀ ଓ ସମ୍ପ୍ରିତିର ପ୍ରତୀକ l ଅଖଣ୍ଡ ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ସ୍ୱାଧୀନତାର ଇତିହାସକୁ ମନେପକାଇ ଜାତୀୟ ଏକତା, ଅଖଣ୍ଡତା, ମଜବୁତ୍ କରି ଜାତୀୟ ସଂହତି କୁ ସୁଦୃଢ ଓ ଉଦ୍ରେଗ କରି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଉର୍ଦ୍ଧରେ ସମସ୍ତଙ୍କୁ ଦେଶ ମାତୃକା ସେବାରେ ପ୍ରେରଣା ଦେଇ ଆମ ରାଷ୍ଟ୍ରକୁ ବିଶ୍ୱ ଦରବାରରେ ସର୍ବୋତ୍ତମ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରର ବିଶ୍ୱ ଭାତୃତ୍ୱର  ଓ ମାତୃ ବନ୍ଦନାର ପରିଚୟ ପ୍ରଦାନ କରିଥାଏ ବୋଲି ଆଜି ଜିଲ୍ଲାସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଭୁବନେଶ୍ୱର, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ସମ୍ମାନିତ ଅତିଥି ଭାବେ ବିଧାୟକ , ଖୋର୍ଦ୍ଧା  ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଦେଶ ଭକ୍ତିକୁ ଜାଗ୍ରତ କରିବା ସମ୍ମାନ ଓ ସ୍ଵାଭିମାନକୁ ରକ୍ଷା କରିବା ପାଇଁ ବିରସୁରୀ ମାନେ ନିଜକୁ ବଳିଦାନ ଦେଇଛନ୍ତି ,ଆଜିର ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସେମାନଙ୍କୁ ଏହା ଏକ ଶ୍ରଦ୍ଧାଞ୍ଜଳୀ ସହ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେରଣା ଯୋଗାଇବବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍  ଋତୁରାଜ ସଭାପତି ଭାଷଣରେ କହିଥିଲେ କି ଖୋର୍ଦ୍ଧା  ପାଇକ ମାଟି ଅନେକ ବିରଶୁରୀଙ୍କୁ ଜନ୍ମ ଦେଇ ଆଜିର ଯେଉଁ ତ୍ରିରଙ୍ଗା ତଳେ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ରହିଛେ ତାହା ସେମାନଙ୍କ ତ୍ୟାଗ ଯୋଗୁ ସମ୍ଭବ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସ୍ଵାଧୀନତା ଦିବସ ପାଳନର ର ଅବ୍ୟବହିତ ପୂର୍ବରୁ ଆଜି ଆମେ ଯେଉଁ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରୁଛେ ତାହା ଦେଶ ଭକ୍ତିର ପ୍ରେରଣା କୁ ବହୁଗୁଣିତ କରି ଅଖଣ୍ଡ ଭାରତ ବର୍ଷକୁ ସଶକ୍ତ କରି ଗଢି ତୋଳିବା ରେ ସହାୟ ହେବ ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ସଭାପତି  ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ଖୋର୍ଦ୍ଧା  ପୌର ପରିଷଦ ଅଧ୍ୟକ୍ଷା  କନକ ଲକ୍ଷ୍ମୀ ମହାନ୍ତି, ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ଶ୍ମିଥ ପାରୁଷୋତ୍ତମ୍ ଦାସ,  ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ଉପସ୍ଥିତ ଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏକ ବିଶାଳ ରାଲୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚି ଥିଲା l ଟାଉନ୍ ହଲ୍ ଠାରେ ବନ୍ଦେ ମାତାରମ୍ ଗାନ ସହ ବିଭାଜନ ବିଭୀଷିକା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା l ବିଭିନ୍ନ ବର୍ଗର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ଘରେ ଘରେ ତ୍ରିରଙ୍ଗା ଦସ୍ତଖତ ଅଭିଯାନ ଏବଂ ସ୍କୁଟି ଓ ସାଇକେଲ ରାଲୀ ସହ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ ରଥ ରାଲିରେ ସଚେତନତା ଜାଗ୍ରତ କରିଥିଲା l

News Comment

You Might Also Like

BACK TO TOP