Breaking
News
Breaking
News
16-Aug-2026
ଚାରିଦିନ ପରେ ବି ଯୁବକଙ୍କ ଜୀବିତ କିମ୍ବା ମୃତ ଦେହ ମିଳିଲା ନାହିଁ | ଦୁଃଖ ଓ ଚିନ୍ତାରେ ପରିବାର ||
ଓଡିଶା ଜନ ମତ ବ୍ୟୁରୋ,
ଚାରିଦିନ ତଳେ ବାଲିଆ ଗାଁରେ ବାସ କରିଥିବା ଲକ୍ଷ୍ମଣ ଦାସ, ପି -ମାଗତା ଦାସ ଙ୍କ ଘରକୁ ଅଲାଡ଼ି ଗାଁର ଅଘରୀ ବେହେରା, ପି -ନରସିଂହ ବେହେରା ଆସି ଲକ୍ଷ୍ମଣ ଙ୍କୁ ତାଙ୍କର ମଇଁଷି ଚରେଇ ବା ପାଈଁ ଡାକି ନେଇଥିଲେ || ତେବେ ଲକ୍ଷ୍ମଣ ମଇଁଷି ପଲ ଧରି ଚରେଇ ବାକୁ ନଦୀପାର ହେଉଥିଲା ବେଳେ ପାଣିସ୍ରୋତ ରେ ବୁଡି ନିଖୋଜ ହୋଇ ଯାଇଥିବାର ଖବର ଶୁଣି ତାଙ୍କ ସ୍ତ୍ରୀ ଅପି ଦାସ ସନ୍ଧ୍ୟା ପରେ ପୁରୁଷୋତ୍ତମପୁର ଥାନାରେ ଏହି ବିଷୟ ରେ ଏକ ଲିଖିତ ଏତେଲା ଦେଇ ସ୍ୱାମୀଙ୍କ ନିଖୋଜ ବୋଲି ଅଭିଯୋଗ କରିଥିଲେ |
ତା ପର ଦିନ କେ ଏନ ପୁର ସରପଞ୍ଚ ପ୍ରତିନିଧି, ସମାଜ ସେବୀ ଏନ ରାମଚନ୍ଦ୍ର ରେଡ଼ୀ କିଛି ଥାନା ଷ୍ଟାଫ ଓ କିଛି ଲୋକ ଓଡ୍ରାଫ ଟିମ ଦ୍ୱାରା ନଦୀପଥରେ ବହୁତ ଦୂର ଯାଇ ଖୋଜିଥିଲେ ମଧ୍ୟ କିଛି ସନ୍ଧାନ ମିଳି ନଥିବାରୁ ଫେରି ଆସିଥିଲେ ||ତାପର ଦିନ ମଧ୍ୟ ଖୋଜା ଖୋଜି କରି କୌଣସି ଖବର ପାଇନଥିଲେ କିମ୍ବା ଲକ୍ଷ୍ମଣ ଙ୍କ ମୃତ ଦେହ କେଉଁଠି ଲାଗି ଥିବାର ଦେଖି ନଥିଲେ | ତେବେପରିବାର ଲୋକ ଲକ୍ଷ୍ମଣ ଙ୍କ ଜୀବିତ କିମ୍ବା ମୃତ ଦେହ ପାଇନଥିବାରୁ ଚିନ୍ତା ଓ ଦୁଃଖରେ କାଳ ତିପାତ କରୁଛନ୍ତି |ସେମାନେ ପୁଣିଥରେ ଥାନା ଓ ଜନସାଧାରଣ ଙ୍କୁ ଆକୁଳ ନିବେଦନ କରି ଛନ୍ତିକି ଲକ୍ଷଣ ଙ୍କ ମୃତ ଦେହ ଖୋଜିବାରେ ସମସ୍ତେ ଟିକେ ସହଯୋଗ ର ହାତ ବଢ଼େଇଲେ ସେମାନଙ୍କ ପରିବାର କିଛି ମାତ୍ରା ରେ ଏହି ଦୁଃଖ ରୁଟିକେ ଲାଘବ ହୋଇଥାନ୍ତେ ||
BACK TO TOP