Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |

20-Aug-2026

ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି।
ଓଡିଶା ଜନମତ,ଜଗତସିଂହପୁର 
ଜ୍ୟୋତି ରଞ୍ଜନ ପଟ୍ଟନାୟକ....
 ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତି, ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ବ୍ୟକ୍ତି ଓ ଯୋଗ୍ୟ ପରିବାରଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶାବଳି ବାହାରିଥିଲେ ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି।ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚିକିଣିଆ ଗ୍ରାମ ପଞ୍ଚାୟତର କେତୋଟି ଗ୍ରାମରେ। ଚାଳ ଛପର ଘରେ ନିଜ ପରିବାରକୁ ନେଇ  ରହିଥିବା ବହୁ ବ୍ୟକ୍ତି ବାରମ୍ବାର ଆବେଦନ କରି ନିରାଶ ହେବାପରେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି।  ତଦନ୍ତକାରୀ ସରକାରୀ ଅଧିକାରୀ ମାନେ ଆବେଦନକାରୀ  ଙ୍କ ଘରକୁ ଯାଇ କିପରି ତଦନ୍ତ କରୁଛନ୍ତି ଯେ ଯୋଗ୍ୟ ବ୍ୟକ୍ତି ଙ୍କ ନାମ ତାଲିକାରୁ ବାଦ ପଡିଯାଉଛି ସେ ନେଇ ସନ୍ଦେହ କରାଯାଉଛି। ଘଟଣା ସବୁର ଅନୁଧ୍ୟାନ କଲେ ଜଣାଯାଏ ଯେ ଘରକୁ ଯାଇ ତଦନ୍ତ କରୁଥିବା ବହୁ ଅଧିକାରୀ ସରକାରୀ ପ୍ରାପ୍ତ ନହୋଇ ଆଡହକ ଭାବେ ଥିବାରୁ ସମସ୍ତ ପ୍ରକାର ବିଭ୍ରାଟ ସୃଷ୍ଟି କରିବା ସହିତ ଉତ୍କୋଚ ଆଣି ଯୋଗ୍ୟ ବ୍ୟକ୍ତି କୁ ଅଯୋଗ୍ୟ କରି ଅଯୋଗ୍ୟ ବ୍ୟକ୍ତି କୁ ବି ଯୋଗ୍ୟ ତାଲିକାରେ ପୁରାଇ ଦେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି କଳାଧାରୀ ଗ୍ରାମର ରୁନି ଲତା  ଲେଙ୍କା। ଏହି ସ୍ଵାମୀ ପରିତ୍ୟକ୍ତା ମହିଳା ଜଣଙ୍କ ବାପା ଘରେ ଆସି  ରହୁଥିବା ବେଳେ କିଛି ବର୍ଷ ତଳେ ତାଙ୍କର ଚାଳ ଛପର ଘରେ ନିଆଁ ଲାଗିବାରୁ ସେ ସର୍ବସ୍ଵ ହରାଇବା ସହିତ ନିଜେ ବି ନିଆଁ ରେ ପୋଡି ଭିନ୍ନକ୍ଷମ ହୋଇଯାଇଛନ୍ତି। ନିଜର ଭାଇ ନଥିବାରୁ ବାପା ମା ଙ୍କୁ ଦେଖାଶୁଣା କରୁଥିବା ସାନ ଭଉଣୀ ପାଖରେ ଅତି ଦୟନୀୟ ଅବସ୍ଥାରେ ସେ  ରହି ଦିନ କାଟୁଛି। ଭିନ୍ନକ୍ଷମ ଭାବେ  ସେ ପାଇବାକୁ ଯୋଗ୍ୟ ଥିଲେ ବି ତାଲିକାରୁ କିପରି ବାଦ ପଡୁଛି ସେନେଇ ସନ୍ଦେହ ଉପୁଜୁଛି। ସେହି କଳାଧାରୀ  ଗ୍ରାମର ଶ୍ରୀମତୀ ଟୁନିଆ ଲେଙ୍କା  ସ୍ଵାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅପୁଅଙ୍କୁ ଧରି ଅତି ଅସହାୟ ଭାବେ ଏକ ଭଙ୍ଗା ଚାଳଛପର ଘରେ ରହୁଛନ୍ତି। ଉକ୍ତ ଘରକୁ ଛପର କରିବାକୁ ଅସମର୍ଥ ହେବାରୁ ସ୍ଥାନୀୟ ଜଣେ ବ୍ୟକ୍ତି ରହିବା ପାଇଁ ପାଲ ଖଣ୍ଡେ ଦେଇଥିଲେ ବି ଟୁନିଆ ତାଲିକାରୁ ବାଦ ପଡ଼ିଛନ୍ତି। ସରକାରୀ ବାବୁ ମାନଙ୍କ ତଦନ୍ତ କିପରି ହୋଇ କିପରି ତାଲିକା ପ୍ରକାଶ ପାଉଛି ନା ତଦନ୍ତକାରୀ ବାବୁ ମାନଙ୍କୁ ହାତ ଗୁଞ୍ଜା ଯେ ଦେଉଛି ତାଙ୍କର ଯୋଗ୍ୟ ତାଲିକାରେ ନାମ ରହୁଛି,  ସେ ନେଇ ସନ୍ଦେହ ପ୍ରକାଶ ପାଉଛି। ଏହି ଗ୍ରାମର ଅନତି ଦୂରରେ ଥିବା ଏରଣ୍ଡପାଳ ଗ୍ରାମର ଭୂମିହୀନ ମହିଳା ଉର୍ବଶୀ ମହାନ୍ତିଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜମି ଯୋଗାଇ ଦିଆଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଗୋଟିଏ ଘର ଯୋଗାଇ ଦିଆଯାଇ ନାହିଁ। ତାଙ୍କ ଘର ତଦନ୍ତ ହେଉଛି କିନ୍ତୁ କେଉଁଥିପାଇଁ ଘରଟିଏ ତାଙ୍କୁ ମିଳିପାରି ନାହିଁ ତାହାର ଏକ ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀମତୀ ମହାନ୍ତି ଦାବି କରିଛନ୍ତି। ସେହିପରି ଚିକଣିଆ ଗ୍ରାମର ସସ୍ମିତା ମହାନ୍ତି ଓ ପଞ୍ଚାନନ ବେହେରାଙ୍କ ସମ୍ମାନ ପରିସ୍ଥିତି ଥିବାବେଳେ ସେମାନଙ୍କୁ ଆବାସ ଯୋଜନାରୁ ବାଦ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମର ଦଳିତ ବ୍ୟକ୍ତି ରଜିଆ କାଣ୍ଡି ଓ ଗଜିଆ କାଣ୍ଡିଙ୍କ ନାମରେ ଆବାସ ଯୋଜନାରେ ପକ୍କାଗୃହ ଆସିଥିବା ବେଳେ ସେମାନେ ଭୂମିହୀନ ହୋଇଥିବାରୁ ଘର ଖଣ୍ଡେ କରି ପାରୁନାହାନ୍ତି। ଏ ଘଟଣା ସମ୍ପର୍କରେ ଆମ ପ୍ରତିନିଧି ସରପଞ୍ଚ ବିଷ୍ଣୁ ଚରଣ ସେଠୀଙ୍କୁ ପଚାରିବାରେ ସେ କହିଥିଲେ ଯେ ବହୁ ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ ପଡ଼ିଛନ୍ତି କିନ୍ତୁ କୋଠାଘର ଥିବା ଲୋକ ମାନଙ୍କୁ କିପରି ଯୋଗ୍ୟ ତାଲିକାରେ ପୁରା ଯାଇଛି ତାହାର ଏକ ନିରପେକ୍ଷ ତଦନ୍ତ ଉଚ ଅଧିକାରୀ ମାନଙ୍କ ଦ୍ଵାରା କରାଗଲେ ସମସ୍ତ ଘଟଣା ପଦାକୁ ଆସିପାରିବ। ଚିକିଣିଆ ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ  ଯୋଜନାରେ ହୋଇଥିବା ପ୍ରିୟାପ୍ରୀତି ତୋଷଣ ଘଟଣା ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ସାଧାରଣ ରେ ଦାବି ହୋଇଛି।

News Comment

You Might Also Like

BACK TO TOP