Breaking News

ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||     

ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |

20-Aug-2026

ବଟି  ମାଗିବାକୁ ନେଇ ବିଜେପି ନାରୀନେତ୍ରୀଙ୍କ  ବିରୁଦ୍ଧରେ ଥାନାରେ ଅଭିଯୋଗ |

ଓଡ଼ିଶା ଜନମତ ପୋଲସରା,ସନ୍ତୋଷ କୁମାର ପଣ୍ଡା, 
  ତା.୨୦/୦୮/୨୦୨୬:- ---

ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଓ ତହସିଲ୍ ଅଧିନସ୍ଥ ଢୁଙ୍କାପଡ଼ା ଗ୍ରାମ ପଞ୍ଚାୟତ ଏବଂ ମୌଜାରେ ଦହି ମୁଣ୍ଡିଆ ନାମକ ପାହାଡ ଅଛି। ଏହି ପାହାଡ଼ରେ  ପଥର କୁଆଁରି  କରିବା ପାଇଁ ରାଜ୍ୟ ଲଘୁ ଖଣି ବିଭାଗ ପକ୍ଷରୁ ଗତ  ୨୦୨୨ ସାଲ ସେପ୍ଟେମ୍ବର ମାସ ୦୮ ତାରିଖ ଦିନ ଏମ୍/ଏସ୍  ଅନ୍ନପୂର୍ଣ୍ଣା ଡେକୋରେଟରକୁ ଲିଜ୍ ଦିଆଯାଇଛି। ସେବେଠାରୁ ଉକ୍ତ ଡେକୋରେଟର ଏହି  ପାହାଡ଼ରେ ପଥର କୁଆଁରି  ଆରମ୍ଭ କରି ଆସୁଥିବା ବେଳେ ଚଳିତ ଅଗଷ୍ଟ ମାସ ୧୫ ତାରିଖ ଶନିବାର ଦିନ ଉକ୍ତ ପଞ୍ଚାୟତର ପୂର୍ବତନ  ମହିଳା ସରପଞ୍ଚ ତଥା ବର୍ତ୍ତମାନ ବିଜେପି ନାରୀ ନେତ୍ରୀ  ଆରତୀ ଦେବୀ (ଭୂୟାଁ) ନିଜର  ୩୦ ଜଣ ଯୁବକଙ୍କ ସମେତ କୁଆଁରିକୁ  ଯାଇ ପଥର କୁଆଁରି  ପରିଚାଳକ ପ୍ରଭାକର ପଣ୍ଡାଙ୍କୁ ଖୋଜି ତାଙ୍କୁ ସେଠାରେ ନ ପାଇବାରୁ ଉପସ୍ଥିତ କର୍ମଚାରୀ ଅନିତା ନାହକଙ୍କୁ ଚୋର ମାଲିକଙ୍କୁ କହିଦବୁ ଆରତୀ ଦେବୀଙ୍କୁ ମାସକୁ ଦୁଇ ଲକ୍ଷ ଟଙ୍କା ବଟି ଦେବ। ନ ହେଲେ ଏ ପଥର କୁଆଁରି  ଆମେ ଚଳେଇ ଦେବୁନାହିଁ ବୋଲି ଧମକ ଦେବାସହିତ ଯୁବକ ମାନେ କୁଆଁରିରେ ଭଙ୍ଗାରୁଜା  କରିବାସହ ସେଠାରେ ଥିବା ୪୦୦ ଲିଟର ଡିଜେଲ ତଳେ ଢାଳି ଦେଇଥିଲେ।  ଏହି  ସମୟରେ କୁଆଁରିରେ   କାମ କରୁଥିବା ମଜୁରୀଆ ମାନେ ପ୍ରତିବାଦ  କରିବାରୁ ଉତ୍ୟକ୍ତ ଯୁବକମାନେ ମଜୁରୀଆମାନଙ୍କୁ ବାଡ଼ିଆପିଟା  କରିଥିଲେ। ଏଥିସହ କୁଆଁରି ଛାଡି ଯିବାବେଳେ ମଜୁରୀ  ଦେବା ପାଇଁ ରଖା ଯାଇଥିବା  ନଗଦ ୦୩ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ।ପରେ ଉକ୍ତ ଘଟିଥିବା ଘଟଣାକୁ ନେଇ କର୍ମଚାରୀ ଅନିତା ନାହାକ ପୋଲସରା ଥାନାରେ ଏକ ଏତଲା ଦାୟର କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲସରା ଥାନାରେ ୪୭୨/୨୦୨୬ରେ  ଏକ ମାମଲା ରୁଜୁ କରାଯାଇଛି।
ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବିଜେପି ନାରୀନେତ୍ରୀ  ଆରତୀ ଦେବୀ ଏଭଳି କାଣ୍ଡ ଘଟାଇବା ପରେ ଉକ୍ତ ପାହାଡ଼କୁ ପଥର କାଟିବା  ପାଇଁ ଲିଜ୍  ଦେଲେ ପରିବେଶ ପ୍ରଦୂଷଣ କରିବା ସହ  ପାହାଡ଼ରେ ରହୁଥିବା ବିଭିନ୍ନ ଜଙ୍ଗଲି  ପଶୁପାଷୀମାନଙ୍କ ଜୀବନ ବିପଦପନ୍ନ ହେବାକୁ ନେଇ ଲିଜ୍ ବାତିଲ କରିବାକୁ ରାଜ୍ୟ ଉଚ୍ଚ ନ୍ୟାୟଳୟରେ କରିଥିବା  ମୋକଦ୍ଦମା ବର୍ତ୍ତମାନ ବିଚାରାଧୀନ ଥିବାବେଳେ ବାରମ୍ବାର ନାରୀନେତ୍ରୀ ଜଣକ ଉକ୍ତ  ପଥର କୁଆଁରିକୁ ଯାଇ  କରୁଥିବା ବିଶୃଙ୍ଖଳାକୁ ନେଇ ତାଙ୍କର ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଉକ୍ତ ଘଟଣା ବିଷୟକୁ ନେଇ ଆରତୀ ଦେବୀଙ୍କ ସହିତ ଫୋନ ଯୋଗେ ତାଙ୍କ ମତାମତ ଜାଣିବା ପାଇଁ ସମ୍ପର୍କ ସ୍ଥାପନ କରାଯାଇଥିଲେ ସୁଦ୍ଧା ତାଙ୍କଠାରୁ କୌଣସି ଉତ୍ତର ମିଳିନାହିଁ।

News Comment

You Might Also Like

BACK TO TOP