Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||

22-Aug-2026

ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ।

ମୁଖ୍ୟ ଅତିଥି ତହସିଲଦାର ତପନ କୁମାର ମହାପାତ୍ରଙ୍କ ଛାତ୍ରଛାତ୍ରୀଙ୍କୁ ଏକାଗ୍ରତା ସହ ଉଚ୍ଚଶିକ୍ଷା ହାସଲ କରିବାକୁ ପରାମର୍ଶ ।

 ଓଡିଶା ଜନ ମତ, ହିଞ୍ଜିଳିକାଟୁ, ୨୨/୮,

କୃଷ୍ ଚନ୍ଦ୍ ସାମନ୍ତର ;-----

 ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ ଭାବନ୍ଧସ୍ଥିତ ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ନୂତନ ଛାତ୍ରଛାତ୍ରୀଙ୍କୁ ନେଇ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବା ସହ ଏକ ସଫଳ ଶିକ୍ଷାଜୀବନ ପାଇଁ ଶୁଭକାମନା ଜଣାଯାଇଥିଲା। କଲେଜର ସେମିନାର ହଲ୍‌ରେ ଆୟୋଜିତ ଏହି ଉତ୍ସବରେ ନୂତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ,ଅଧ୍ୟାପକ-ଅଧ୍ୟାପିକା, ବିଭିନ୍ନ ବିଭାଗର ମୁଖ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ଶ୍ରୀ ତପନ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଏକାଗ୍ରତା ଓ ନିଷ୍ଠାର ସହ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା କେବଳ ଡିଗ୍ରୀ ହାସଲରେ ସୀମିତ ନ ରହି ଏହା ଜ୍ଞାନ, ଦକ୍ଷତା ଓ ଉତ୍ତମ ଚରିତ୍ର ଗଠନର ମାଧ୍ୟମ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଛାତ୍ରଜୀବନରେ ପରିଶ୍ରମ, ଶୃଙ୍ଖଳା ଓ ନିୟମିତତାକୁ ଆପଣାଇ ନିଜର ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ସଂଜୀବ କୁମାର ପୁରୋହିତ, ଭାଇସ୍‌ ଚେୟାରମ୍ୟାନ ଶ୍ରୀ ସଂଜୀବ କୁମାର ସାହୁ, ସେକ୍ରେଟାରୀ ଶ୍ରୀ ରାଜୀବ କୁମାର ପୁରୋହିତ, ପ୍ରିନ୍ସିପାଲ ପ୍ରଫେସର ଇଂ. ସମରେନ୍ଦ୍ର ଚୌଧୁରୀଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅତିଥିମାନେ ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ବୈଷୟିକ ଓ ବ୍ୟବହାରିକ ଜ୍ଞାନ ହାସଲ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଶୃଙ୍ଖଳା, ପରିଶ୍ରମ, ନିୟମିତତା ଓ ସତ୍ୟନିଷ୍ଠାକୁ ଜୀବନର ମୂଳମନ୍ତ୍ର କରି ଭବିଷ୍ୟତରେ ଜଣେ ଦକ୍ଷ ଓ ଦାୟିତ୍ୱବାନ ଇଞ୍ଜିନିୟର ଭାବେ ନିଜକୁ ଗଢ଼ି ତୋଳିବାକୁ ସେମାନେ ପରାମର୍ଶ ଦେଇଥିଲେ। ନିଜର ସଫଳତା ମାଧ୍ୟମରେ ପିତାମାତାଙ୍କ ସମ୍ମାନ ବଢ଼ାଇବା ସହ ଅନୁଷ୍ଠାନର ଗୌରବ ବୃଦ୍ଧି କରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଶିକ୍ଷା ସହିତ ଉତ୍ତମ ଚରିତ୍ର, ସାମାଜିକ ଦାୟିତ୍ୱବୋଧ ଓ ମାନବିକ ମୂଲ୍ୟବୋଧର ବିକାଶ ଉପରେ ମଧ୍ୟ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଜଣେ ଭଲ ଇଞ୍ଜିନିୟର ହେବା ସହ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଆଯାଇଥିଲା। ଶେଷରେ ମେକାନିକାଲ ବିଭାଗର ମୁଖ୍ୟ ଇଂ. ସୁନୀଲ କୁମାର ସାହୁ ଅନୁଷ୍ଠାନର ନିୟମାବଳୀ ଓ ଶିକ୍ଷାନୁଷ୍ଠାନରେ ପାଳନୀୟ ବିଭିନ୍ନ ନିୟମ ସମ୍ପର୍କରେ ନୂତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଉତ୍ସବର ସମଗ୍ର ପରିବେଶ ନୂତନ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ, ଆତ୍ମବିଶ୍ୱାସ ଓ ନୂତନ ସ୍ୱପ୍ନର ସଞ୍ଚାର କରିଥିଲା। ନୂତନ ଶିକ୍ଷାଜୀବନର ପ୍ରଥମ ପାଦକ୍ଷେପରେ ଅନୁଷ୍ଠାନର ଏହି ସ୍ୱାଗତ ସମ୍ବର୍ଦ୍ଧନା ସେମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା। 

News Comment

You Might Also Like

BACK TO TOP