Breaking
News
Breaking
News
26-Aug-2026
ଶ୍ମଶାନ ଚାରି ପଟ ରେଦୁଇଫୁଟ ଖାଲ,
ଶବ ସତ୍କାର ପାଇଁ ହେଉଛି ଅସୁବିଧା ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ |
|ଓଡିଶା ଜନ ମତ ବ୍ୟୁରୋ,
ରାଜ୍ୟ ସରକାର ଶବ ଶସ୍କାରପାଇ କିଛି ଶବଦାହ ଗୃହ କରିଥାନ୍ତି |ଯାହାକି ଖରା ବର୍ଷା, ଏବଂ ଶୀତ ଦାଉରୁ ରକ୍ଷା କରିବ, ହେଲେ କିଛି ଦାୟିତ୍ୱହୀନ ସରକାରୀ କର୍ମଚାରୀଙ୍କ ମନମୁଖୀ ଶାସନ ଲାଗି ଅନେକ ସମସ୍ୟା ଉପୁଜୁଥିବା ଦେଖିବାର ମିଳିଛି l ଶବ ସତ୍କାର ଲାଗି ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ମଇଦଲପୁର ଠାରେ ଥିବା ଘାଷିସାହି ବାସିନ୍ଦା, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଅନାବଶ୍ୟକ ସ୍ଥାନ ଯଥା ଘାଷିମଶାଣିର ଚାରିପଟେ ମେସିନୀ ସାହାଯ୍ୟରେ ଖାଲଖୋଳି ଛାଡିଦେଲେ ମଶାଣିକୁ ଯିବାକୁ ରାସ୍ତା ମଧ୍ୟ ଛାଡିଲେ ନାଇଁ ଯାହାଫଳରେ ଶବବୋହିକି ଉକ୍ତ ଖାଲକୁ ପାରହୋଇ ଯିବାକୁ ବହୁତ ମୁସ୍କିଲ ହୋଇପଡିଛି l ବରଷା ଦିନକୁ ବଡ଼ବଡ଼ ଖାଲ କୁ ଅଂଟାଏପାଣି ୩ରୁ ୫ଫୁଟ ଅସାର ଓ ୩ରୁ ୫ଫୁଟ ଗଭୀର,ଏଭଳି ରାସ୍ତାରେ ଶବବୋହି କେଉଁଭଳି ପରିସ୍ଥିତିରେ ଉକ୍ତ ଖାଲପାର ହେବେ ଚିନ୍ତାର ବିଷୟ ପାଲଟିଛି l ଗତକାଲି ଜଣେବ୍ୟକ୍ତି ଙ୍କ ମୃତ୍ୟୁପରେ ମଶାଣିର ଏଭଳି ଦୃଶ୍ୟପରେ ବହୁତ ଅସୁବିଧାର ସମ୍ମୁଖୀନ ପରେ ଶବସତ୍କାର ହୋଇଥିଲା l ପୂର୍ବରୁମଧ୍ୟ ଏଭଳି ଘଟଣା ଘଟିବାପରେ ଅନେକ ଖବର କାଗଜରେ ପ୍ରକାଶ ପାଇଥିଲା କିନ୍ତୁ ଖବର ପ୍ରସାରଣ ପରେ ବି ପ୍ରଶାସନର ଚେତା ପସିଲାନି, ବର୍ତମାନ ପ୍ରଶାସନ ଘଟଣାକୁ କେଉଁଦିଗକୁ ନେଉଛନ୍ତି ତାହାଦେଖିବାକୁ ବାକି ରହିଲା ବୋଲି ସାହିବାସିନ୍ଦା ପ୍ରକାଶ କରିଛନ୍ତି l ଏବଂ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ କରିବାକୁ ଗୁହାରୀ କରିଛନ୍ତି l
BACK TO TOP