Breaking
News
Breaking
News
26-Aug-2026
ନିମିନା ଠାରେ ସାପ କାମୁଡ଼ାରେ ମହିଳା ମୃତ l
ଓଡିଶା ଜନମତ, ବେଗୁନିଆପଡା :26/08/26 :
ଭଞ୍ଜ କିଶୋର ମହାରଣା l
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ ବରିଡା ପଞ୍ଚାୟତର ନିମିନା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳା ଗ୍ରାମର ପର୍ଶୁବିଶ୍ୱାଳଙ୍କ ସ୍ତ୍ରୀ ଜାନକୀ ବିଶ୍ୱାଳ (42) l ପ୍ରାପ୍ତସୂଚନା ଅନୁଯାୟୀ ମୃତ ଜାନକୀ କୌଣସି କାମରେ ତାଙ୍କ ବାପଘର ଯାଇ ନିମିନା ଗ୍ରାମରେ ଥିଲେ l ସୋମବାର ରାତ୍ର ପ୍ରାୟ 1 ଘଣ୍ଟ ସମୟରେ ଶୋଇଥିବା ଅବସ୍ଥାରେ ଏକ ରଣା ସାପ ତାଙ୍କୁ କାମୁଡ଼ିଥିଲା l ତୁରନ୍ତ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯଇଥିଲା l ମଙ୍ଗଳବାର ରାତ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଚ୍ଛେଦ ପରେ ମୁଣ୍ଡୁଳା ଗ୍ରାମରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଥିଲା l ମୃତକଙ୍କ ସ୍ୱାମୀ, ଦୁଇପୁଅ ଏବଂ ଜଣେ ଝିଅ ଅଛନ୍ତି l ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି l
BACK TO TOP