Breaking
News
Breaking
News
27-Aug-2026
ଭାଇ ଓ ଭଉଣୀ ର ଅତୁଟ ସମ୍ପର୍କ ହେଉଛି ରକ୍ଷା ବନ୍ଧନ ||
ଓଡିଶା ଜନ ମତ ବ୍ୟୁରୋ
ରକ୍ଷା ବନ୍ଧନ କେଉଁ ପୌରାଣିକ ଯୁଗରୁ ପ୍ରଚଳିତ ହୋଇ ଆସୁଛି | ସତ୍ୟ ଯୁଗରେ ପ୍ରମାଣ ରହିଛି ଦେବତା ଅସୁର ଯୁଦ୍ଧ ସମୟରେ ଅସୁର ରାଜା ବୃତ୍ତାଶୁର ର ଦୌରାତ୍ମ୍ୟ ଓଇନ୍ଦ୍ର ସିଂହାସନ ଦଖଲ ପାଇଁ ପ୍ରସ୍ତୁତି ସମୟରେ ଇନ୍ଦ୍ରଙ୍କ ପରାଜୟ ଜାଣି ଦେବଗୁରୁ ବୃହସ୍ପତି ଏକ ସୂତାକୁ ମନ୍ତ୍ର ପୁତ କରି ଇନ୍ଦ୍ରାଣୀ ଙ୍କୁ ଦେଇଥିଲେ ଇନ୍ଦ୍ରଙ୍କ ସୂରକ୍ଷା ପାଇଁ ଶ୍ରାବଣ ପୁର୍ଣିମାରେ ବାନ୍ଧିବାକୁ, ଏବଂ ଏହି ସୁତା ଇନ୍ଦ୍ରାଣୀ ଇନ୍ଦ୍ର ଙ୍କ ହାତରେ ବାନ୍ଧିଲା ପରେ ଇନ୍ଦ୍ର ବୃତ୍ତାଶୁର କୁ ବଧ କରିଥିଲେ | ଏବଂ ସିଂହାସନ ରେ ବସିଥିଲେ || ସେହିପରି ତ୍ରେତୟା ଯୁଗରେ ମା ଲକ୍ଷ୍ମୀ ପତାଳ ପୁରରେ ଥିଲାବେଳେ ଅସୁର ରାଜା ବଳି କୁ ବିଷ୍ଣୁଙ୍କୁ ପାଇବା ପାଇଁ ବଳି କୁ ଭାଇ କରି ତାଙ୍କ ହାତରେ ରକ୍ଷା ବନ୍ଧନ ବାନ୍ଧିଥିଲେ ||ଏବଂ ବଳି ମଧ୍ୟ ଲକ୍ଷ୍ମୀଙ୍କୁ ସୁରକ୍ଷା ଦେଇ ବିଷ୍ଣୁ ଙ୍କୁ ଦେଇଥିଲେ ||ଏବଂ ଲଙ୍କାରେ ରାଜା ରାବଣ, କୁମ୍ଭକର୍ଣ୍ଣ ଓ ଭିବିଷଣ ହାତରେ ତାଙ୍କର ସୁରକ୍ଷା ପାଇଁ ସୁପର୍ନେଖା ତିନିଜଣଙ୍କୁ ରାକ୍ଷୀ ବାନ୍ଧିଥିଲେ ଏଂବ ଭଉଣୀ ର ଅପମାନଙ୍କୁ ସହ୍ୟ ନକରି ସୀତାଙ୍କୁ ହରଣ କରି ଲଙ୍କା ନେଇ ଅଶୋକ ବାଟିକା ରେ ରଖିଥିଲେ | ସେହିପରି ଦ୍ୱାପର ଯୁଗରେ ସୁଭଦ୍ରା ଶ୍ରୀକୃଷ୍ଣ ଓ ବଳରାମ ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ |ଏବଂ ଦ୍ରୌପଦୀ ପାଣ୍ଡବ ଙ୍କ ବନବାସ ସମୟରେ ଶ୍ରୀକୃଷ୍ଣ ଙ୍କ ହାତ ଏକ କାଠ ହାଣୁଥିଲା ବେଳେ ଅସ୍ତ୍ର ବାଜି କଟିଯାଇ ରକ୍ତ ପ୍ରବାହିତ କୁ ଦେଖି ପାଖରେ ଥିବା ଦ୍ରୌପଦୀ ନିଜର ଶାଢୀ ପଣତ କୁ ଚିରି ରକ୍ତ ପ୍ରବାହିତ ଶ୍ରୀକୃଷ୍ଣ ଙ୍କ ହାତର ସୁରକ୍ଷା ପାଇଁ ଏବଂ ଭାଇ ମନେକରି ବାନ୍ଧିଥିଲେ | ଏବଂ ଶ୍ରୀକୃଷ୍ଣ ମଧ୍ୟ କୌରବ ସଭାରେ ଦୁଃଶାସନ ଦ୍ରୌପଦୀ ଙ୍କୁ ଵିଵସ୍ତ୍ର କରୁଥିଲା ବେଳେ ଭାଇ ଶ୍ରୀକୃଷ୍ଣ ଭଉଣୀ ର ସମ୍ମାନ ରଖି ତାଙ୍କୁ କୋଟିଏ ବସ୍ତା ଦେଇ ତାଙ୍କ ଇଜ୍ଜତ କୁ ରକ୍ଷା କରିଥିଲେ | ସେହି ପାରି କଳି ଯୁଗରେ ଶ୍ରୀକ୍ଷେତ୍ର ରେ ବସିଥିବା ବଡ଼ ଭାଇ ବଳରାମ ଓ ସାନଭାଇ ଜଗନ୍ନାଥ ଙ୍କୁ ମଧ୍ୟ ରାକ୍ଷୀ ବାନ୍ଧୁଛନ୍ତି | ଏବଂ ଅନେକ ଭଉଣୀ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧୁ ଛନ୍ତି | ରକ୍ଷାବନ୍ଧନ ପର୍ବକୁ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ପ୍ରେମ, ବିଶ୍ୱାସ ଏବଂ ସ୍ନେହର ପ୍ରତୀକ ଭାବରେ ବିବେଚନା କରାଯାଏ।
କିପରି ଓ କେବେ ପାଳନ କରିବା :---
୨୦୨୬ ମସିହାରେ, ୨୭ ରୁ ୨୮ ଅଗଷ୍ଟ ମଧ୍ୟରେ ରକ୍ଷାବନ୍ଧନ ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଛି, କାରଣ ଉଭୟ ତାରିଖରେ ପୂର୍ଣ୍ଣିମାର ତିଥି ରହିଛି। ଏହି ବର୍ଷ ରକ୍ଷାବନ୍ଧନ ଅନେକ ସ୍ଥାନରେ ୨୭ ଓ ୨୮ ଅଗଷ୍ଟରେ ପାଳନ ହେବ।
ଜ୍ୟୋତିଷଙ୍କ ମତାନୁସାରେ, ଶ୍ରାବଣ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ଦିନ ୨୮ ଅଗଷ୍ଟ, ୨୦୨୬ ସକାଳ ୯:୨୭ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣିମା ଦିନର ଉଦୟ ତାରିଖ ୨୮ ଅଗଷ୍ଟରେ ପଡୁଥିବାରୁ, ଏହି ଦିନ ରକ୍ଷାବନ୍ଧନ ପାଳନ କରିବା ଶୁଭ ବୋଲି ବିବେଚନା କରାଯାଏ।
ଜ୍ୟୋତିଷଙ୍କ ଅନୁଯାୟୀ, ରାଖି ବାନ୍ଧିବାର ସବୁଠାରୁ ଶୁଭ ସମୟ ହେଉଛି ସକାଳ ୫:୫୭ ରୁ ୯:୪୮ପର୍ଯ୍ୟନ୍ତ। ଏହି ସମୟରେ ଆପଣଙ୍କ ଭାଇର ହାତରେ ରାଖି ବାନ୍ଧିବା ଶୁଭ ହେବ। ୨୮ ଅଗଷ୍ଟରେ ମୁହୂର୍ତ୍ତ ସକାଳ ୧୧:୫୬ରୁ ମଧ୍ୟାହ୍ନ ୧୨:୪୮ପର୍ଯ୍ୟନ୍ତ ରହିବ।
ପଞ୍ଚାଙ୍ଗ ଅନୁସାରେ, ୨୭ ଅଗଷ୍ଟରେ ଭଦ୍ରା ସକାଳ ୯:୦୮ ରୁ ରାତି ୯:୩୨ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ସମୟରେ ରାକ୍ଷୀ ନ ବାନ୍ଧିବାକୁ ପରାମର୍ଶ ଦିଆଯାଏ। ମାତ୍ର ୨୮ ଅଗଷ୍ଟ ସକାଳ ୧୦ଟା ମଧ୍ୟରେ ରାକ୍ଷୀ ବାନ୍ଧି ପାରିବେ।
୨୮ ଅଗଷ୍ଟ, ୨୦୨୬ରେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ମଧ୍ୟ ହେବ। ଏହି ଗ୍ରହଣ ଭାରତର ଅଧିକାଂଶ ସ୍ଥାନରୁ ଦୃଶ୍ୟମାନ ହେବ ନାହିଁ। ତେଣୁ, ଯେଉଁଠାରେ ଗ୍ରହଣ ଦୃଶ୍ୟମାନ ହେଉନାହିଁ, ସେଠାରେ ସାଧାରଣ ଧାର୍ମିକ ବିଶ୍ୱାସ ଅନୁସାରେ ଗ୍ରହଣ ସହିତ ଜଡିତ ସୂତକ ନିୟମ ପ୍ରଯୁଜ୍ୟ ନୁହେଁ।
ରକ୍ଷାବନ୍ଧନ ୨୦୨୬ ପାଇଁ, ୨୮ ଅଗଷ୍ଟ ସକାଳ ୧୦ଟା ମଧ୍ୟରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି ବିବେଚନା କରାଯାଉଛି। ଭାଇ ଏବଂ ଭଉଣୀମାନେ ଏହି ଶୁଭ ସମୟରେ ରାକ୍ଷୀ ବାନ୍ଧିପାରିବେ ଏବଂ ପରସ୍ପରର ସୁଖ, ସମୃଦ୍ଧି ଏବଂ ଦୀର୍ଘ ଜୀବନ କାମନା କରିପାରିବେ |
BACK TO TOP