Breaking News

ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||     

4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||

28-Aug-2026

ଛେଲିଗଡ଼ ବିସ୍ଥାପିତ ପରିବାର ଙ୍କ ପାଇଁ ଖୁସି, ୭୫.୬୦ କୋଟିର ପ୍ୟାକେଜ୍ ଓ 112 ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,

ଏବଂ ଗଞ୍ଜାମ ରେ ଚାରି ଦଶନ୍ଧି ର ସ୍ଥାୟୀ ସମାଧାନ କଲେ  ମୁଖ୍ୟମନ୍ତ୍ରୀ |

ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିସ୍ଥାପିତ ପରିବାରଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍‌ ଘୋଷଣା ସହ ଘର ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି । 
ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍‌ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିବା ଜଟିଳ ବିସ୍ଥାପିତ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୫.୬୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିବା ସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଏବଂ ଚାଷଜମିର ପଟ୍ଟା ପ୍ରଦାନ କରାଯାଇଛି ।
ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ତୀବ୍ର ବର୍ଷିଥିଲେ । ସେ କହିଥିଲେ ଯେ, ବିଗତ ୨୪ ବର୍ଷ ଧରି ପୂର୍ବ ସରକାର ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି ଲୋକଙ୍କ ମୌଳିକ ସମସ୍ୟା ଓ ଭବିଷ୍ୟତକୁ ସରକାରୀ ଫାଇଲ ତଳେ ଚାପି ରଖିଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ଡବଲ ଇଞ୍ଜିନ୍ ସରକାର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତ୍ୟେକଟି ସମସ୍ୟାର ସ୍ଥାୟୀ ନିରାକରଣ କରୁଛି । ଏହି ଅବସରରେ ଜିଲ୍ଲାରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ବନ୍ଦରର ନବୀକରଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ଟି ନୂତନ ‘ଫିସ୍ ଲ୍ୟାଣ୍ଡିଂ ସେଣ୍ଟର’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଦୀର୍ଘ ବର୍ଷ ଧରି ସ୍ଥାୟୀ ପକ୍କା ଘର ଓ ଜମି ପଟ୍ଟା ନଥିବାରୁ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ପରିବାରଗୁଡ଼ିକ ଖରା, ବର୍ଷା ଓ ଶୀତରେ ଚରମ ଦୁର୍ଦ୍ଦଶା ଭୋଗୁଥିଲେ । ବାସହୀନତା ଯୋଗୁଁ ପିଲାମାନଙ୍କ ପାଠପଢ଼ା ଓ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା । ଏବେ ସରକାରଙ୍କ ତରଫରୁ ପକ୍କା ଘର, ଆର୍ଥିକ ସହାୟତା ଏବଂ ଜମି ପଟ୍ଟା ମିଳିବା ପରେ ବିସ୍ଥାପିତ ପରିବାରଗୁଡ଼ିକ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପକ୍ଷରେ, ବର୍ତ୍ତମାନ ସୁଦ୍ଧା ସୁବିଧାରୁ ବଞ୍ଚିତ ରହିଯାଇଥିବା ବାକି ବିସ୍ଥାପିତ ପରିବାରଗୁଡ଼ିକୁ ମଧ୍ୟ ଅବିଳମ୍ବେ ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ହିତାଧିକାରୀମାନେ ଅନୁରୋଧ କରିଛନ୍ତି ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ମଞ୍ଚାସୀନ ଥିଲେ । ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ହଜାର ହଜାର ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ | ଏହା ସହ ପ୍ରଶାସନିକ ଅଧିକାରୀ ଏସପି  ମଧ୍ୟ ଉପସ୍ଥିତ ଥିଲେ |ତେବେ  ବ୍ରହ୍ମପୁର ସାଂସଦ ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଗଞ୍ଜାମ ଜିଲ୍ଲା ର ବହୁ ଅସୁବିଧା କଥା  ଚିଠି ଲେଖି ଜଣାଇ ଥିବା ପରେ କିଛି ମାତ୍ରା ରେ ମୁଖ୍ୟମନ୍ତ୍ରୀ   ସାଂସଦ ଙ୍କ କଥା କୁ ଶୁଣି  ପୁର୍ଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଗଞ୍ଜାମ ଜିଲ୍ଲା ତରଫରୁ ବହୁତ କୃତଜ୍ଞତା ଜଣାଇ ଛନ୍ତି  | ତେବେ ଅନ୍ୟ ସମସ୍ୟା ଗୁଡିକ ପୂରଣ କରି ଗଞ୍ଜାମ ଜିଲ୍ଲା ଯାହାକି ରାଜନୀତିରେ ଏକ ନୁଆଁ ଚମକ ସୃଷ୍ଟି କରିଛି ଏବଂ କରିବ  ତାକୁ ମନେ ରଖିବାକୁ  ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି |

News Comment

You Might Also Like

BACK TO TOP