Breaking
News
Breaking
News
28-Aug-2026
ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଗହ୍ମାପର୍ବ ପାଳିତ।
ଓଡ଼ିଶା ଜନମତ, ଜଗତସିଂହପୁର
ଜ୍ୟୋତି ରଞ୍ଜନ ପଟ୍ଟନାୟକ....
କଟକ ଜିଲ୍ଲା ଅନ୍ତର୍ଗତ ମାହାଳହାଟ ମୁଗୁରିଆ ଜଗନ୍ନାଥ ମନ୍ଦିରରେ ଭବ୍ୟ ରୀତିନୀତି ଅନୁଯାୟୀ ଗହ୍ମାପର୍ବ ପାଳନ କରାଯାଇଛି।ପ୍ରଭୁ ବଳଭଦ୍ର ଦେବଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗୁରୁବାର ସକାଳୁ ସେବାୟତଙ୍କ ସହ ଗ୍ରାମବାସୀ ଖୋଳ ସଙ୍କୀର୍ତ୍ତନ କରି ନିକଟସ୍ଥ ମାର୍କଣ୍ଡେୟ ପୁଷ୍କରିଣୀ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରାଯାଇ ପୁଷ୍କରିଣୀରୁ ମୂର୍ତ୍ତିକା ସଂଗ୍ରହ କରି ମୂର୍ତ୍ତି କାରିଗରଙ୍କ ଦ୍ୱାରା ବଳଭଦ୍ର ଦେବଙ୍କ ପିତୁଳା ଗଢା ଯାଇଥିଲା। ଉକ୍ତ ପିତ୍ତୁଳାକୁ କର୍ତ୍ତା ବିଭୂତି ଭୂଷଣ ସ୍ବାଇଁ ମୁଣ୍ଡରେ ରଖି ଏକ ଶୋଭାଯାତ୍ରାରେ ମନ୍ଦିରକୁ ଆଣିଥିଲେ। ମାଟିରେ ନିର୍ମିତ ପିତୁଳାକୁ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା। ଏହାପରେ ଗର୍ଭଗୃହ ମଣ୍ଡପକୁ ବିଜେ କରାଯାଇଥିଲା। ଶୁକ୍ରବାର ଉକ୍ତ ପିତୁଳାକୁ ବିସର୍ଜନ କରାଯିବ ବୋଲି କର୍ତ୍ତା ସ୍ବାଇଁ ପ୍ରକାଶ କରିଥିଲେ। ଏହି ଅବସରରେ ଦିନତମାମ ମନ୍ଦିରରେ ଭଜନ କୀର୍ତ୍ତନ ଲାଗିରହିବା ସହ ପ୍ରବଳ ଜନଗହଳି ଲାଗି ରହିଥିଲା।ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ତିନି ଠାକୁରଙ୍କୁ ଝୁଲଣ ବେଦୀକୁ ନିଆଯାଇ ଉପଚାର କରାଯାଇଥିଲା। ଗଗନ ବିହାରୀ ପୁହାଣ, ପବିତ୍ର ପରିଜା ଓ ରମାକାନ୍ତ ମଲ୍ଲଙ୍କ ସହ କମିଟି ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଭକ୍ତ ଓ ଦର୍ଶନକାରୀ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
BACK TO TOP