Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |

11-Oct-2026

ମୃତକଙ୍କ ପରିବାରକୁ ସମବେଦନା, ଅସୁସ୍ଥ କଂଗ୍ରେସ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିଷମ କଟକ ବିଧାୟକ |

ଓଡିଶା ଜନମତ ରାୟଗଡ଼ା, ୧୧/୧୦,

 କାମେଶ୍ୱର କରକରିଆ :----

 ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ସାନ୍ତ୍ୱନା ଦେବା ସହ ଅସୁସ୍ଥ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିଷମକଟକ ବିଧାୟକ ନୀଳମାଧବ ହିକକା। ରବିବାର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରି ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କ ଦୁଃଖସୁଖ ବୁଝିଥିଲେ।
ଗସ୍ତ ଅବସରରେ ବିଧାୟକ ଶ୍ରୀ ହିକକା ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ନାୟକଗୁଡ଼ା ଗ୍ରାମରେ ପହଞ୍ଚି ବନ୍ଧରେ ବୁଡ଼ି ପ୍ରାଣ ହରାଇଥିବା ଦୁଇ ନାବାଳିକା ଛାତ୍ରୀଙ୍କ ପରିବାରକୁ ଭେଟିଥିଲେ। ଅକାଳରେ ଦୁଇ ଝିଅଙ୍କୁ ହରାଇ ଭାଙ୍ଗିପଡ଼ିଥିବା ପରିବାରବର୍ଗଙ୍କୁ ସେ ସାନ୍ତ୍ୱନା ଦେବା ସହ ଏହି ଦୁଃଖଦ ସମୟରେ ସେମାନଙ୍କ ସହ ରହିଥିବା ପ୍ରକାଶ କରିଥିଲେ। ସେହିପରି ବୁଡ଼ାଗୁଡ଼ା ଗ୍ରାମକୁ ଯାଇ ଶିକରପାଇ ବାଲିଯାତ୍ରା ସମୟରେ ଛୁରାମାଡ଼ ଘଟଣାରେ ପ୍ରାଣ ହରାଇଥିବା ମହେଶ କାଡ୍ରାକାଙ୍କ ପରିବାରବର୍ଗଙ୍କୁ ଭେଟି ଶୋକ ପ୍ରକାଶ କରିଥିଲେ। ଏଥିସହ ଗୁରୁତର ଆହତ ରୋହନ କାଡ୍ରାକାଙ୍କ ପରିବାରକୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଉଭୟ ପରିବାରକୁ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବୁଡ଼ାଗୁଡ଼ା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ସୁକା କାଡ୍ରାକା କର୍କଟ ରୋଗରେ ପୀଡ଼ିତ ଥିବା ଖବର ପାଇ ବିଧାୟକ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଦୀର୍ଘ ଚାରି ମାସ ଧରି ଅସୁସ୍ଥ ଥିବା ସୁକା କାଡ୍ରାକାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବିଧାୟକ ଆଶ୍ୱାସନା ଦେଇଥିଲେ।
ଏହି ଗସ୍ତ ସମୟରେ କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ସଭାପତି ଚିନ୍ତାଲି ନାଗେଶ୍ୱର ରାଓ, ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ବିଧାୟକ ପ୍ରତିନିଧି ବାଲାରାଓ ବିଡ଼ିକା, ବ୍ଲକ କଂଗ୍ରେସ କମିଟି ସମ୍ପାଦକ ପ୍ରଶାନ୍ତ ନନ୍ଦ କୌଶଲ୍ୟା ଏବଂ ବିଷମକଟକ ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ନାଡ଼ଙ୍ଗଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP