Breaking
News
Breaking
News
08-Oct-2026
ବେଗୁନିଆପଡା ବ୍ଲକରେ ଓଡିଶା ବନ୍ଦର ମିଶ୍ରିତ ପ୍ରଭାବ l
ଓଡିଶା ଜନମତ, ବେଗୁନିଆପଡା :08/10/26 :
ଭଞ୍ଜ କିଶୋର ମହାରଣା l
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବେଗୁନିଆପଡା ବ୍ଲକରେ ମିଶ୍ରିତ ପ୍ରଭାବ ପଡିଛି l ଆଜି କୋଦଳା ଏନଏସି ତଥା ଆଖପାଖ ଅଞ୍ଚଳରେ ଆଂଶିକ ପ୍ରଭାବ ପଡ଼ିଥିବା ଦେଖାଦେଇଥିଲା l ପେଟ୍ରୋଲ ପମ୍ପ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟ ଜାରିରହିଥିଲା l କିନ୍ତୁ ଏହାର ବିପରୀତରେ ବେଗୁନିଆପଡା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ପଡିଥିଲା l ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭବାନୀ ପ୍ରସାଦ ଜେନାଙ୍କ (ବୁଲା) ନେତୃତ୍ୱରେ କଂଗ୍ରେସ କର୍ମୀ ଏବଂ ବାମପନ୍ଥୀ କର୍ମକର୍ତ୍ତା ଯୋଗଦେଇ ଓଡିଶା ବନ୍ଦକୁ ସଫଳ କରିଥିଲେ l ବେଗୁନିଆପଡା ଠାରୁ ଅଙ୍ଗାର ଗାଁ ଯାଏଁ ସମସ୍ତ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର, ଯାତ୍ରୀବାହି ବସ, ଟ୍ରକ ଆଦି ଏହାର ପ୍ରଭାବରେ ଆସିଥିଲେ l ଶ୍ରୀ ଜେନାଙ୍କ ତତ୍ୱାବଧାନରେ କଂଗ୍ରେସ କର୍ମୀ ଦଣ୍ଡପାଣି ମହାରଣା,ପାଣୁ ସାହୁ, କମ୍ୟୁନିଷ୍ଟ ସଦସ୍ୟ ରଘୁନାଥ ସ୍ୱାଇଁ ସମେତ ବହୁସଂଖ୍ୟାରେ କର୍ମୀ ଯୋଗଦେଇ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ବେଗୁନିଆପଡା ଶାଖା ବନ୍ଦ କରିବା ସହିତ ସରକାରୀ ବିରୋଧୀ ନାରା ଦେଇଥିଲେ l
BACK TO TOP