Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |

07-Oct-2026

ବେଗୁନିଆପଡା ଠାରେ 70 ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ l

ଓଡିଶା ଜନମତ, ବେଗୁନିଆପଡା :07/10/26 :

ଭଞ୍ଜ କିଶୋର ମହାରଣା l

ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ 14 ଏବଂ 17 ବର୍ଷରୁ କମ ବାଳକ ଓ ବାଳିକା ବର୍ଗକୁ ନେଇ 70 ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ  ଦ୍ୱାରା ପ୍ରାୟୋଜିତ ଏବଂ ବେଗୁନିଆପଡା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ଅଧ୍ୟକ୍ଷତା ବେଳେ ଆସିକା ଲୋକସଭା ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ l ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଦ୍ୟାର୍ଥୀ ମାନଙ୍କୁ ଆଗକୁ ନେବାପାଇଁ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ଉଭୟ ଜନପ୍ରତିନିଧି ପ୍ରକାଶ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରି ବିଶ୍ୱଦରବାରରେ ଓଡିଶା ତଥା ଭାରତର ପ୍ରତିନିଧିତ୍ବ କରିବାକୁ ଉଦ୍ୟମ କରିବାକୁ ପ୍ରେରଣା ଦେଇଥିଲେ l  ଅନ୍ୟମାନଙ୍କ ବେଗୁନିଆପଡା ବିଡ଼ିଓ ସୁନୀଲ କୁମାର ସାମନ୍ତ, କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ,ଏଡିଓ ପ୍ରଭାତୀ ପରିଡା,କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଖଲ୍ଲିକୋଟ ବିଇଓ ସତ୍ୟ ନାରାୟଣ ଦାସ, ପ୍ରମୁଖ ସମ୍ନାନିତ ଅତିଥି ଭବେ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଭାଗିରଥି ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବେଗୁନିଆପଡା ବିଇଓ ତଥା କାର୍ଯ୍ୟକ୍ରମ ସମ୍ପାଦକ ରୁଦ୍ର ନାରାୟଣ ସାହୁ ଏବିଇଓ ଜ୍ୟୋତିର୍ମୟୀ ନନ୍ଦ, ବେଗୁନିଆପଡା ବ୍ଲକର ସମସ୍ତ ସିଆରସିସି, ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ, ଏବଂ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସାଂସଦ ଶ୍ରୀମତୀ ପଟ୍ଟନାୟକ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଚାରୋଟି ଜାତୀୟ ଏବଂ ଖେଲୋ ଇଣ୍ଡିଆ ରେ ଭଗନେଇଥିବା ଚିକିଟି ବ୍ଲକ ଗିରିସୋଲା ମଦନ ମୋହନ ବିଦ୍ୟାଳୟର ଛାତ୍ର ଟି ଶଙ୍କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ପ୍ରତିଯୋଗିତାରେ  ଗଞ୍ଜାମ ଜିଲ୍ଲାର 22 ଗୋଟି ବ୍ଲକ ଏବଂ ବ୍ରହ୍ମପୁର ବିଏମସିର ପ୍ରାୟ 600 ଛାତ୍ରଛାତ୍ରୀ ଯୋଗଦେଇ ପ୍ରତିଯୋଗିତାରେ ଅବତ୍ତୀର୍ଣ ହୋଇଛନ୍ତି l ଅକ୍ଟୋବର 7 ଠାରୁ ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା 9 ଅକ୍ଟୋବର ଦିନ ଉଦଯାପିତ ହେବ l

News Comment

You Might Also Like

BACK TO TOP