Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |

07-Oct-2026

ଧୁମ୍‌ଧାମରେ ସରିଲା ଗଜାନନଙ୍କ ଭସାଣି ଉତ୍ସବ

୨୩ ଦିନର ପୂଜା ପରେ କଲ୍ୟାଣୀ ନଦୀରେ ବିସର୍ଜନ, ଭସାଣିରେ ଜମିଲା ହଜାର ହଜାର ଲୋକଙ୍କ ଭିଡ଼

ଓଡିଶା ଜନମତ ରାୟଗଡା -୬/୧୦(କାମେଶ୍ୱର କରକରିଆ)

 ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତ ଅନ୍ତର୍ଗତ ବଡ଼ଦ୍ୱାର ସାହିରେ ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ଭସାଣି ଉତ୍ସବ ମଙ୍ଗଳବାର ଧୁମ୍‌ଧାମରେ ସମାପନ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୩ ଦିନ ଧରି ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସକାଳ ଓ ସନ୍ଧ୍ୟାରେ ବିଧିବିଧାନ ଅନୁଯାୟୀ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବୁଗିବୁଗି ଡ୍ୟାନ୍ସ ପ୍ରତିଯୋଗିତା ଓ ଆନୁଷ୍ଠାନିକ ଡ୍ରାମା ଆଦି ୨୧ ଦିନ ଧରି ଆୟୋଜିତ ହୋଇଥିଲା। ଭସାଣି ଦିନ କଳାହାଣ୍ଡି ଜିଲ୍ଲା ଠେମରାର ଦିଲଦାର ମେଲୋଡି ବାଜାର ତାଳେ ତାଳେ ଯୁବକ ଓ ମହିଳାମାନେ ନାଚଗୀତରେ ମସଗୁଲ ହୋଇଥିଲେ। ରସଣି ଓ ବାଣ ଫୁଟାଇ ଶ୍ରୀ ଗଜାନନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଦର ପରିକ୍ରମା କରାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଭସାଣି ଶୋଭାଯାତ୍ରାରେ ସମଗ୍ର କଲ୍ୟାଣସିଂହପୁର ସହର ଉତ୍ସବମୁଖର ହୋଇଉଠିଥିଲା। ପରେ ଶ୍ରୀ ଗଜାନନଙ୍କ ମୂର୍ତ୍ତିକୁ ଶ୍ରଦ୍ଧା ଓ ଭକ୍ତିର ସହ କଲ୍ୟାଣୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ଶ୍ରୀ ଗଜାନନଙ୍କ ୫ କିଲୋ ଓଜନର ଲଡୁ ନିଲାମ କରାଯାଇଥିଲା। ନିଲାମରେ ବଡ଼ଦ୍ୱାର ସାହିର ଜଳନ୍ତ ଭତ୍ରା ୧୨ ହଜାର ୧ ଟଙ୍କାରେ ଲଡୁଟିକୁ ନିଲାମରେ ନେଇ ବିଜେତା ହୋଇଥିଲେ। ଏହି ନିଲାମକୁ ନେଇ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଯାଇଥିଲା।ଭସାଣି ଉତ୍ସବରେ ଗ୍ରାମର ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ଏବଂ ଶତାଧିକ ମହିଳାଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇ ଉତ୍ସବକୁ ସଫଳ କରିଥିଲେ। ଦୀର୍ଘ ୨୩ ଦିନ ଧରି ଚାଲିଥିବା ଏହି ପୂଜା ଓ ଭସାଣି ଉତ୍ସବ କଲ୍ୟାଣସିଂହପୁର ବ୍ଲକରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଥିଲା। ମା’ ବନବୈରବୀ ପୂଜା କମିଟି ଯୁବକ ସଂଘର ସଭାପତି ଅମର କୌଶଲ୍ୟା, ସମ୍ପାଦକ ହେମନ୍ତ କୌଶଲ୍ୟାଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ସଭାପତି ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜାନନଙ୍କ ପୂଜା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଯୁବକଙ୍କଠାରୁ ପ୍ରତ୍ୟେକଙ୍କ ପାଖରୁ ୫ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ପୂଜା ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଦୀର୍ଘ ୨୩ ଦିନ ଧରି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣିକୁ ନେଇ ବଡ଼ଦ୍ୱାର ସାହିରେ ଉତ୍ସବର ମାହୋଲ ଲାଗି ରହିଥିଲା। ଶେଷରେ ଭକ୍ତି ଓ ଉତ୍ସାହର ସହ ଗଜାନନଙ୍କୁ ବିଦାୟ ଦେଇଥିଲେ ଅଞ୍ଚଳବାସୀ।

News Comment

You Might Also Like

BACK TO TOP