Breaking
News
Breaking
News
07-Oct-2026
ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬
ଓଡିଶା ଜନମତ ରାୟଗଡା,୬ /୧୦(କାମେଶ୍ୱର କରକରିଆ)
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗମାଙ୍ଗ ଙ୍କ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠି ଶିକ୍ଷାଧିକାରୀ ପ୍ରତିଶୃତି ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରୀ ରହିଥିବା ବେଳେ ପାର୍ସାଲିପଞ୍ଚାୟତର ପୂର୍ବତନ ସରପଞ୍ଚ ବାମ ଶିକକା, ବରିଷ୍ଠ ଶିକ୍ଷକ ସଞ୍ଜୟ ଝାଲିଆ,କରପା, କଲ୍ୟାଣ ସିଂହପୁର, ସିଙ୍ଗାରି ଆଞ୍ଚଳିକ ସାଧାନ ସଂଯୋଜକ ନୟନ କୁମାର ଦାସ, ମଧୁସଦନ ସେନାପତି ଓ ଗୁଲସନ ବଚ୍ଛା ସଂମାନୀୟ ଅତିଥି ଭାବେ ମଞ୍ଚାସିନ ରହି ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଓ ପ୍ରତିଭାର ସଠିକ୍ ପରିପ୍ରକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ଲଷ୍ଟର ସଂଯୋଜକ ଭାସ୍କର କାଡ୍ରାକା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତାପସ୍ପିନୀ ଖଣ୍ଡେଇ ଓ ଜୟରାମ କୁଲିସିକା ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ। ଏହି ମହୋତ୍ସବରେ କ୍ଲଷ୍ଟର ଅଧୀନସ୍ଥ ୯ଟି ବିଦ୍ୟାଳୟରୁ ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକ ସ୍ତରୀୟ ‘ସୁରଭି’ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ ବୋଲି ସିଆରସିସି ଶ୍ରୀ କାଡ୍ରାକା ସୂଚନା ଦେଇଛନ୍ତି। କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅରକ୍ଷିତ କୌଶଲ୍ୟା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ନାରାୟଣପୁର ଓ ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କରାଯିବ ବୋଲି ସୂଚନା ମିଳିଛି।
BACK TO TOP