Breaking
News
Breaking
News
10-Oct-2026
ଲଉଡିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ବୟ ବୈଠକ ।
ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ :----
ଝାରବନ୍ଧ ବ୍ଲକ ଲଉଡିଦର୍ହା ଗ୍ରାମ ରେ କୁମାର ପୂର୍ଣ୍ଣିମା କୁ ବ୍ୟବସ୍ଥିତ ତଥା ଶୃଙ୍ଖଳିତ ଭାବେ କରିବା ପାଇଁ କୁମାର ପୂର୍ଣ୍ଣିମା କମିଟି ସଭାପତି କିଶୋର ସାମଲ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ସ୍ଥାନୀୟ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଲଉଡିଦର୍ହା ପଞ୍ଚାୟତ ଅଧୀନ ରେ ଥିବା ଗ୍ରାମ ଗୁଡ଼ିକ ଶିକାରିପାଲି,କୁର୍ମା,ଗୌଡ଼ମାଲ,ଡୁଙ୍ଗରିପାଲି,ନିଲଜିପତ୍ରା ଗ୍ରାମ ରୁ ଗ୍ରାମ୍ୟ କମିଟି ର ସଭାପତି ଏବଂ ସମ୍ପାଦକ ମାନେ ଯୋଗ ଦେଇ ନିଜ ନିଜ ର ମତାମତ ରଖିଥିଲେ। କୁମାର ପୂ୍ଣ୍ଣିମା ପୂଜା କମିଟି ପକ୍ଷରୁ ପୂଜା ର ସମସ୍ତ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦିଆଯାଇ ଉପସ୍ଥିତ ଗ୍ରାମ୍ୟ କମିଟି ସଭାପତି ଏବଂ ସମ୍ପାଦକ ମାନଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଆଇନ ଶୃଙ୍ଖଳା ତଥା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶୃଙ୍ଖଳା ରେ ସଂଶ୍ଳିଷ୍ଟ ଅସାମାଜିକ ବ୍ୟକ୍ତି ଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଗ୍ରାମ ରୁ ଆସିଥିବା ସଦସ୍ୟ ମାନେ ସଭା ରେ ପ୍ରକାଶ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଜଗତସିଂପୁର ନାଟକ,ଆତସ ବାଜି ରାବଣ ପୋଡ଼ି,ପରାୟଣ,ଦଣ୍ଡ ନୃତ୍ୟ,ଛତିଶଗଡ଼ି ଗହମତ ,ଓଡ଼ିଶା ଛିତିଶଗଡ଼ ସୀମାଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ଯାତ୍ରା ର ଭିଡ କୁ ଦୃଷ୍ଟି ରେ ରଖି ,ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରାଯାଇଥିବା ଆୟୋଜକ କମିଟି ପକ୍ଷ ରୁ କିଶୋର ସାମଲ,ରାମଦାସ ମାଝୀ ସୂଚନା ଦେଇଛନ୍ତି।
BACK TO TOP