Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଦିଲ୍ଲୀ ରେ ମହା ମହିମ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କଲେ ଗଞ୍ଜାମ ନିମନ୍ତ୍ରଣ ଲୋକ କଳାକାର ଟିମ |

01-Sep-2026

ନିମନ୍ତ୍ରଣ କ୍ରମେ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଲୋକ କଳାକାର ଟିମ୍ | 

 ଓଡିଶା ଜନ ମତ, ଛତ୍ରପୁର, ତା.୧ / ୯,

 କେ.ସତ୍ୟନାରାୟଣ ରେଡ୍ଡୀ:-----
ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଜିଲ୍ଲାର ପାଞ୍ଚଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ଦିଲ୍ଲୀ ଗସ୍ତ କରିଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ କଳାକାରମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
   ନିକଟରେ ମହାମହିମ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ତପ୍ତପାଣିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ ଦଳଗୁଡ଼ିକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ପାରମ୍ପରିକ କଳା ପ୍ରଦର୍ଶନରେ ମହାମହିମ ରାଷ୍ଟ୍ରପତି ଅଭିଭୂତ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ।
ମହାମହିମ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣକ୍ରମେ ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍, ବ୍ରହ୍ମପୁରର ସଂରଚନା ଗ୍ରୁପ୍, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ୯୦ରୁ ଊର୍ଦ୍ଧ୍ୱ କଳାକାରମାନେ ଦିଲ୍ଲୀ ଗସ୍ତ କରିଥିଲେ ।
        କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ ମହାମହିମ ରାଷ୍ଟ୍ରପତି ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ କହିଥିଲେ ଯେ, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ ବରଦାନ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯୁବ କଳାକାରମାନେ ମନ ଦେଇ ପାଠ ପଢ଼ିବା ସହ ନିଜେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବା ସହ ବାପା-ମାଆ ଓ ଆତ୍ମୀୟ ସ୍ୱଜନଙ୍କର ସୁନାମ ବୃଦ୍ଧି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ମହାମହିମ ରାଷ୍ଟ୍ରପତି ପ୍ରଶଂସା କରିଥିଲେ।
କଳାକାରମାନଙ୍କ ପାଇଁ ଏହି ଦିନଟି ଏକ ଅବିସ୍ମରଣୀୟ ଅନୁଭୂତି ଦେଇଛି । ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭାବ ବିନିମୟ ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ଶ୍ରୀ ଜଗନ୍ନାଥ ନାୟକ ଏହି ଅନୁଭୂତିକୁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି କହିଛନ୍ତି ।
   ଏହି ପ୍ରତିନିଧି ଦଳ ସହିତ ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ଶ୍ରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅଦିତି ଆଚାର୍ଯ୍ୟ, ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ ।।

News Comment

You Might Also Like

BACK TO TOP