Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବେଆଇନ ଭାବେ ଝିଅ କୁ ଚାକିରୀ ଦେଈ ବାଗଲ କୋଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଝିଅ କାର୍ଯ୍ୟରୁ ନିଲମ୍ବିତ |

23-Sep-2026

ବେଆଇନ ଭାବେ ଝିଅକୁ ନିଯୁକ୍ତି ଦେଇ କର୍ଣ୍ଣାଟକ  ବାଗଲକୋଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିଲମ୍ବିତ  |

ଓଡିଶା ଜନ ମତ ବ୍ୟୁରୋ,

ନିଜ ଝିଅକୁ ନିୟମ ବହିର୍ଭୂତ ଭାବେ ସରକାରୀ ``ନମ୍ମା କ୍ଲିନିକ୍``ରେ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତି ଦେବା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜକୁମାର ୟାରଗାଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କ ଝିଅ ଡାକ୍ତର ଅଙ୍କିତା ୟାରଗାଲ, ଯିଏ କି ବାଗଲକୋଟର କଂଗ୍ରେସ ବିଧାୟକ ଉମେଶ ମେଟିଙ୍କ ଝିଆରୀ, ପୋଷ୍ଟ ଗ୍ରାଜୁଏଟ୍ (ଏମଡି) ପାଠପଢ଼ିବା ସହ ବେଆଇନ ଭାବେ ସରକାରୀ ଚାକିରି କରି ପ୍ରତିମାସରେ ୭୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଦରମା ଉଠାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉପସ୍ଥାନ ନିୟମିତ ରେକର୍ଡମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଅଙ୍କିତା ତାଙ୍କର ଏମଡି ପାଠପଢ଼ା ଜାରି ରଖିଥିବା ବେଳେ ଦୀର୍ଘ ଦିନ ଧରି କ୍ଲିନିକରୁ ଅନୁପସ୍ଥିତ ରହୁଥିଲେ, ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଟି ଡାକ୍ତରହୀନ ହୋଇପଡ଼ିଥିଲା। ତଥାପି ଦୁଇଟି ଅଲଗା ଅଲଗା ସ୍ଥାନରେ ତାଙ୍କର ଉପସ୍ଥାନ ନିୟମିତ ରେକର୍ଡ ହେଉଥିଲା। ଏହି ଘଟଣାରେ ବାଗଲକୋଟ ଜିଲ୍ଲା ପଞ୍ଚାୟତ ସିଇଓ ଗଜାନନ ବାଲେ ଅଙ୍କିତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ସେ ପ୍ରଥମ ସମନକୁ ଏଡ଼ାଇ ଯାଇଥିବା ବେଳେ ତାଙ୍କୁ ପୁନର୍ବାର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନାଧିକୃତ ଭାବେ ନିୟୋଜିତ ଥାଇ ନେଇଥିବା ଦରମା ରାଶି ଫେରସ୍ତ ଅସୁଲ କରାଯିବା ସହ ପେଶାଗତ ଅବହେଳା ପାଇଁ କର୍ଣ୍ଣାଟକ ମେଡିକାଲ କାଉନସିଲ୍ ଓ ଜାତୀୟ ମେଡିକାଲ କମିଶନକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଯଦିଓ ତାଙ୍କ ପିତା ରାଜକୁମାର ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କ ଝିଅ ଏମଡି ପଢ଼ିବା ପରଠାରୁ କୌଣସି ଦରମା ନେଇନାହାନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା କମିଶନରଙ୍କ ଦ୍ୱାରା ଜାରି ନିଲମ୍ବନ ଆଦେଶରେ କେବଳ ଝିଅଙ୍କ ନିଯୁକ୍ତି ନୁହେଁ, ବରଂ ଡାକ୍ତର ରାଜକୁମାରଙ୍କ ନିଜର ଅନେକ ପ୍ରଶାସନିକ କର୍ତ୍ତବ୍ୟହୀନତାକୁ ଦର୍ଶାଯାଇଛି। ସେ ନିଜ କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତ ନ ରହିବା, ଜନସାଧାରଣ ଓ ବିଭାଗୀୟ କାର୍ଯ୍ୟକ୍ରମକୁ ବିଳମ୍ବିତ କରିବା ଏବଂ କର୍ଣ୍ଣାଟକ ସିଭିଲ ସରଭିସେସ୍ ନିୟମାବଳୀକୁ ଉଲ୍ଲଂଘନ କରି ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏହାସହ ସହକର୍ମୀ ଓ ଜନସାଧାରଣଙ୍କ ପ୍ରତି ତାଙ୍କର ବ୍ୟବହାର ଦାୟିତ୍ୱହୀନ ଥିବା ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ତଦନ୍ତରୁ ସ୍ପଷ୍ଟ ହେବା ପରେ ବିଭାଗୀୟ ତଦନ୍ତ ପେଣ୍ଡିଂ ରଖି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି  |

News Comment

You Might Also Like

BACK TO TOP