Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ରାଷ୍ଟ୍ରୀୟ ଆୟୁର୍ବେଦ ଦିବସରେ କିଛି ଜାଣିବା କଥା |

23-Sep-2026

ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ  ଅବସରରେ ବାର୍ତ୍ତା। 

ଓଡିଶା ଜନ ମତ ବ୍ୟୁରୋ, 

ଅନୁବାଦ --ସନ୍ତୋଷ କୁମାର ପଣ୍ଡା, 

ଭାରତିୟ ପାରମ୍ପରିକ ଆୟୁର୍ବେଦ ଚକିତ୍ସା ଶାସ୍ତ୍ର ବହୁ ପ୍ରାଚୀନ ଯାହାକି ରାମାୟଣ,ମହାଭାରତ ଭଳି ପୌରାଣିକ ଶାସ୍ତ୍ରରେ ଆୟୁର୍ବେଦ ଚିକିତ୍ସା ପଦ୍ଧତି ର ଉପଯୋଗ ରହିଛି। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀ, ଖାଦ୍ୟପେୟ ସହ ଦୀର୍ଘାୟୁ ଜୀବନ ନିମନ୍ତେ ଏକ ସର୍ବ ଶ୍ରେଷ୍ଠ ମାଧ୍ୟମ ଅଟେ। 
    ହିନ୍ଦୁ ଶାସ୍ତ୍ର ମତାନୁସାରେ ଋକ ବେଦ,ଯଦୁର୍ବେଦ,ସାମବେଦ,ଅଥର୍ବବେଦ ଚାରୋଟି ବେଦ ରହିଥିବା ବେଳେ ଆୟୁର୍ବେଦ ଶାସ୍ତ୍ରକୁ ପଞ୍ଚମ ବେଦ ରୂପେ ଗ୍ରହଣ କରାଯାଇଛି। ଏହି ଶାସ୍ତ୍ର ସ୍ୱାସ୍ଥ୍ୟ ରକ୍ଷା ସହ ଧର୍ମ,ଅର୍ଥ,କାମ,ମୋକ୍ଷ ଚତୁରବର୍ଗ ଫଳପ୍ରାପ୍ତି କରାଇଥାଏ। ବେଦ, ଉପନିଷଦ,ବୈଶେଶିକ ଦର୍ଶନ ଶାସ୍ତ୍ର,ସାଂକ୍ଷ୍ୟ ମତ ସହ ଆୟୁର୍ବେଦ ଶାସ୍ତ୍ରର ନିବିଡତା ରହିଥିବା ବେଳେ ଭୌତିକ ଚିକିତ୍ସା,ରସାୟନ ଚିକିତ୍ସା, ବିଷଚିକିତ୍ସା, ଯୋଗ, ଆସନ, ପ୍ରାଣାୟାମ ଆଦି ଆୟୁର୍ବେଦ ଶାସ୍ତ୍ରର ପ୍ରମୁଖ ଅଂଶବିଶେଷ ଅଟେ। ସମସ୍ତ ଚିକିତ୍ସା ଶାସ୍ତ୍ରର ମୂଳ ଆଧାର ଆୟୁର୍ବେଦ ଅଟେ(ଆୟୁ ଅର୍ଥାତ ଜୀବନ,ବେଦ ଅର୍ଥାତ ଶାସ୍ତ୍ର )।  ମନୁଷ୍ୟ ନିଜ ସ୍ୱାସ୍ଥ୍ୟ କୁ ନିରୋଗ ରଖିବା ସହ ଧରାପୃଷ୍ଠରେ ଦିର୍ଘଦିନ  ବଞ୍ଚିରହିବାର ସୂତ୍ର ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି। ବର୍ତ୍ତମାନର  ଆଧୁନିକ ଚିକିତ୍ସା ପ୍ରଣାଳୀ ଆଶୁ ଚିକିତ୍ସାସହ ଜୀବନ ବଞ୍ଚାଇବା କୌଶଳ ସହଜରେ ଉପଲବ୍ଧ ହୋଇ ପାରୁଛି ଯାହାକି ମନୁଷ୍ୟର ତୁରନ୍ତ ଜୀବନ ରକ୍ଷା ରେ ସହାୟକ ହୋଇ ପାରୁଛି। ଆଧୁନିକ ଚିକିତ୍ସା ଶାସ୍ତ୍ରର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ବୃକ୍ଷ,ଲତା,ଗୁଳ୍ମ ସହ ପାରଦ, ଗନ୍ଧକ, ଗୁଗୁଳ, ଅସ୍ୱଗନ୍ଧା ଆଦି ବିଭିନ୍ନ ଆୟୁର୍ବେଦ ଦ୍ରବ୍ୟ ଦ୍ରବ୍ୟ ର ଉପଯୋଗୀ ରହିଅଛି। ଯାହାକି କର୍କଟ, ଉଚ୍ଚ ରକ୍ତଚାପ, ମଧୁମେହ, ନିଦ୍ରା ହିନତା ଆଦି ଜଟିଳ ରୋଗରେ  ବ୍ୟବହାର ହେଉଅଛି।

      ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ର ଏକ ପ୍ରାକୃତିକ ଚିକିତ୍ସା ଶାସ୍ତ୍ର ଅଟେ। ବିଭିନ୍ନ ବୃକ୍ଷଲତା ର ଉପାଦାନ ସହ ସ୍ୱର୍ଣ,ରୌପ୍ୟ,ବଙ୍ଗ ଲୌହ,ପିତଳ,ତାମ୍ବ୍ର,ପାରଦ ଆଦି ଧାତୁର ଭସ୍ମ ଦ୍ୱାରା ବିଭିନ୍ନ ଔଷଧ ପ୍ରସ୍ତୁତି କରାଯାଇ ନିରୋଗ ଓ ଦୀର୍ଘାୟୁ ଜୀବନ ନିମନ୍ତେ ଏଥିରୁ ନିର୍ମିତ ଔଷଧ ବ୍ୟବହାର କରାଯାଇଥାଏ। ଉକ୍ତ ଦ୍ରବ୍ୟ ଗୁଡିକ ପ୍ରକୃତିରୁ ମିଳୁଥିବାରୁ ଏହା ବହୁ ଜଟିଳ ତଥା ଦୁଃରାରୋଗ୍ୟ କୁ ଉପଶମ କରିବା ସହ ସ୍ୱାସ୍ଥ୍ୟକୁ ନିରୋଗ ରଖିବାରେ ସହାୟକ ହୋଇଥାଏ। 
       ଆୟୁର୍ବେଦ ଶାସ୍ତ୍ରର ସୃଷ୍ଟିକର୍ତ୍ତା ଧନ୍ଵନ୍ତରୀ  ଅଟନ୍ତି। ଚରକ, ଶୁଶ୍ରୁତ, ବାଗଭଟ ଆଦି ମୁନିଋଷି ମାନେ ବିଭିନ୍ନ ପ୍ରକାର ବୃକ୍ଷ,ଲତା,ଗୁଳ୍ମ ଆଦିର ଔଷଧୀୟ ଗୁଣ ତତ୍ତ୍ୱ କୁ ନିଜର ଧୀଶକ୍ତି ବଳରେ ନିର୍ଦ୍ଧିଷ୍ଟ ରୋଗରେ ବ୍ୟବହୃତ ନିମନ୍ତେ ପ୍ରୟୋଗ କରାଯାଉଥୁବା ଔଷଧ ଗୁଡିକୁ ବର୍ତ୍ତମାନ ର ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ବହୁ ପରୀକ୍ଷା ନିରୀକ୍ଷା କରାଯାଇ ସତ୍ୟତା ପ୍ରତିପାଦିତ ହୋଇପାରିଛି। ଏଥିରୁ ପ୍ରମାଣିତ ଯେ ଭାରତୀୟ ଚିକିତ୍ସା ଶାସ୍ତ୍ର ଏବଂ ପ୍ରାଚୀନ ଆୟୁର୍ବେଦ ବିସାରଦ ମାନଙ୍କ ଚିକିତ୍ସା ପଦ୍ଧତି ଅତି ମହାନ ଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ଶାସ୍ତ୍ର ରେ ଶୁଶ୍ରୁତ ଙ୍କୁ ଶଲ୍ୟ ତନ୍ତ୍ର ର ଜନକ (Father of Surgery) ବୋଲି ମାନ୍ୟତା ଦିଆଯାଇଅଛି। 
    ଭାରତ ସରକାରଙ୍କ ଦ୍ୱାରା ଆୟୁଷ ମନ୍ତ୍ରଣାଳୟ ଖୋଲାଯାଇ ପ୍ରତି ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରର ଲୋକାଭିମୁଖୀ ନିମନ୍ତେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆୟୁର୍ବେଦ ଚିକିତ୍ସକଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଉଥିବା ବେଳେ ଆୟୁର୍ବେଦିକ ଡିସ୍ପେନସେରୀ ମାନଙ୍କରେ ଡିଗ୍ରୀ ଧାରୀ ଆୟୁର୍ବେଦ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଆମ ଓଡ଼ିଶାରେ ତିନି ଗୋଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ରହିଥିବା ବେଳେ ଦୁଇ ଗୋଟି ଘରୋଇ ଆୟୁର୍ବେଦ ମହାବିଦ୍ୟାଳୟ ରହିଛି। ପୁଣି ଏକାଧିକ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଖୋଲାଯିବା ନିମନ୍ତେ ପ୍ରୟାସ ଜାରିରହିଛି,ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ।  ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ ନିମନ୍ତେ କେନ୍ଦ୍ର ସରକାରଙ୍କ  ଦ୍ୱାରା ପ୍ରବେଷିକା ପରୀକ୍ଷା "ନିଟ" (NEET)  ମାଧ୍ୟମରେ ଏମ.ବି.ବି.ଏସ, ବି.ଏ. ଏମ.ଏସ. ଏବଂ ବି.ଏଚ.ଏମ.ଏସ ଛାତ୍ରଙ୍କୁ ଚୟନ କରାଯାଇଥାଏ। 
    କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ଦ୍ୱାରା ୨୦୧୬  ମସିହା ଠାରୁ ପ୍ରତିବର୍ଷ  ସେପ୍ଟେମ୍ବର ୨୩ ତାରିଖ କୁ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଆସୁଅଛି। ଚଳିତ  ବର୍ଷ "୨୩ ସେପ୍ଟେମ୍ବର ୨୦୨୬" ଦିନ ୧୧ ତମ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଅଛି। ଚଳିତ ବର୍ଷ  ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରିକରାଯାଇଥିବା ବାର୍ତ୍ତା ହେଲା "Ayurved for One Health" ଅର୍ଥାତ "ସମଗ୍ର ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ" ଏହି ବାର୍ତ୍ତା କୁ ସମସ୍ତ ଆୟୁର୍ବେଦ ଚିକିତ୍ସକ ଓ ବୁଦ୍ଧିଜୀବୀ ସମୂହ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ର ହିତ ନିମନ୍ତେ ପ୍ରତ୍ୟେକ ରୋଗ ର ନିରାକରଣ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାର କରିବା ଏବଂ ନିରୋଗ ଓ ଦୀର୍ଘାୟୁ ନିମନ୍ତେ ପ୍ରୟାସ ଜାରି ରଖିବା ଉଚିତ। 
     ସାମ୍ପ୍ରତିକ ପରିସ୍ଥିତିରେ ଆମ ଓଡ଼ିଶାରେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯାଇଅଛି। ସରକାର ଙ୍କ ତରଫରୁ ଜନସାଧାରଣଙ୍କ ନିମନ୍ତେ ଆୟୁର୍ବେଦିକ ଔଷଧ ପ୍ରଦାନ କରାଯାଉଥିବା ବେଳେ ପ୍ରତ୍ୟେକ ବିଭାଗକୁ ଆବଶ୍ୟକତା ମୁତାବକ ଆୟୁର୍ବେଦିକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଯଦ୍ୱାରା ଆୟୁର୍ବେଦ ଚିକିତ୍ସା ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇପାରିବ। 
    ଆୟୁର୍ବେଦ ଚିକିତ୍ସା ବିଜ୍ଞାନକୁ ଲୋକାଭିମୁଖୀ କରାଇବା ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ନିମନ୍ତେ ପ୍ରତି ପଞ୍ଚାୟତ ସ୍ତରରେ ଆୟୁର୍ବେଦ ଚିକିତ୍ସାକେନ୍ଦ୍ର ଖୋଲାଯିବାର ଆବଶ୍ୟକତା ରହିଥିବା ବେଳେ ଆମ ରାଜ୍ୟରେ ଅଧିକ ପରିମାଣରେ ନୂତନ ଆୟୁର୍ବେଦିକ ଡିସ୍ପେନସେରୀ ଖୋଲାଯାଇ ଆବଶ୍ୟକତା ମୁତାବକ ଡାକ୍ତର ନିଯୁକ୍ତି କରାଯିବାର ଆବଶ୍ୟକତା ରହିଥିବାବେଳେ । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ରେ "ପଞ୍ଚକର୍ମ"ଚିକିତ୍ସା ପଦ୍ଧତି ଦ୍ୱାରା ବହୁ ପୁରାତନ ଓ ଜଟିଳ ରୋଗ ଉପଶମ ହୋଇଥାନ୍ତି,ତେଣୁ ଆମ ରାଜ୍ୟରେ "ପାଞ୍ଚକର୍ମ"ଚିକିତ୍ସା କେନ୍ଦ୍ର ଖୋଲାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆବଶ୍ୟକ ରହିଥିବା ବେଳେ ଏ.ଏମ.ସ (AIIMS)ଢାଞ୍ଚIରେ ଆୟୁର୍ବେଦ ଚିକିତ୍ସାଳୟ ଖୋଲାଯାଇ,ଏହି ସର୍ବ ପୁରାତନ ଚିକିତ୍ସା ବିଜ୍ଞାନ କୁ ଅଧିକ ରୁ ଅଧିକ ଗବେଷଣା କରାଯାଇ,ଆୟୁର୍ବେଦିକ ଶାସ୍ତ୍ରୀୟ ଔଷଧ ସହ ଏହାକୁ ମୋର୍ଡେନ ବା ପଟେଣ୍ଟ ଆୟୁର୍ବେଦ ଔଷଧ ପ୍ରସ୍ତୁତି ଦିଗରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ଯଦ୍ୱାରା ସମସ୍ତ ପ୍ରକାର ଜଟିଳ ଦୁରାରୋଗ୍ୟ ଉପସମରେ ସହାୟକ ହୋଇପାରିବ,ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଦ୍ୱାରା ଶରୀରରେ ବିନା ପାର୍ଶ୍ୱ ପ୍ରତିକ୍ରିୟା ଦ୍ୱାରା ଶରୀରରୁ  ସମସ୍ତ ପ୍ରକାର ରୋଗର ଚିକିତ୍ସାକରାଯାଇଥାଏ, ଆମ ରାଜ୍ୟରେ ଏ ସବୁ ସୁବିଧା ଉପଲବ୍ଧି ହୋଇପାରିଲେ, ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରର ପ୍ରଚାର ପ୍ରସାର ହେବାସହ ସର୍ବସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ସହାୟକ ହୋଇପାରିବ। 

ଆଲେଖ୍ୟ --ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ,
ଠିକଣା - ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ଜିଲ୍ଲା - ନବରଙ୍ଗପୁର,
ଫୋନ -୭୮୯୪୧୧୨୪୮୭

News Comment

You Might Also Like

BACK TO TOP