Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

"ସମ୍ୱନ୍ଧ `ମେଗା ସଦସ୍ୟତା ଅଭିଯାନ ଆରମ୍ଭ |

25-Sep-2026

*ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ "ସମ୍ବନ୍ଧ" ମେଗା ସଦସ୍ୟତା ଅଭିଯାନ ଆରମ୍ଭ ।।*

ଓଡ଼ିଶା ଜନମତ, ଛତ୍ରପୁର,ତା. ୨୫/ ୯,

କେ.ସତ୍ୟନାରାୟଣ ରେଡ୍ଡୀ:-----

ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଗଞ୍ଜାମ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଶୁକ୍ରବାର ଗଞ୍ଜାମ ଜିଲ୍ଲା ମହକୁମାସ୍ଥ (ଛତ୍ରପୁର) ଜିଲ୍ଲା ପରିଷଦ ଭବନ ର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
           କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଯୋଗଦେଇ ସମବାୟ ବ୍ୟବସ୍ଥାରେ ଅଧିକ ସଂଖ୍ୟକ ଗ୍ରାମୀଣ ପରିବାରଙ୍କୁ ସାମିଲ କରିବା ସହ ମହିଳା, ଯୁବକ ଓ ଯୁବତୀଙ୍କ ସକ୍ରିୟ ସହଭାଗିତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ସମବାୟ ବ୍ୟବସ୍ଥାର ସୁଯୋଗ ଓ ସୁବିଧା ସମ୍ପର୍କରେ ଗ୍ରାମାଞ୍ଚଳବାସୀଙ୍କୁ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ।
"ସମ୍ବନ୍ଧ" ଅଭିଯାନର ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟକ ଗ୍ରାମୀଣ ପରିବାରଙ୍କୁ ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ୍ ଆକାରର ଆଦିବାସୀ ବହୁମୁଖୀ ସମବାୟ ସମିତି ସହ ସଂଯୁକ୍ତ କରିବା। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣଙ୍କୁ ସମବାୟ ସମିତିରେ ଯୋଡ଼ିବା ଏହି ମେଗା ସଦସ୍ୟତା ଅଭିଯାନର ଲକ୍ଷ୍ୟ। ଏଥିରେ ଅନୁସୂଚିତ ଜାତି, ଜନଜାତିଙ୍କ ସମେତ ମହିଳା ଓ ଯୁବପିଢ଼ିଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଅତିଥି ମାନେ ଉଲ୍ଲେଖ କରିଥିଲେ ।
   ଅଭିଯାନ ଅଧୀନରେ ଅଙ୍ଗନବାଡ଼ି କର୍ମୀ, କୃଷକ ସାଥୀ, ପ୍ରାଣୀମିତ୍ର, ଆଶା କର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହ ସଦସ୍ୟତା ନାମଲେଖାରେ ସହଯୋଗ କରିବେ। ପ୍ରାୟ ୫୦୦ଟି ପରିବାର ପାଇଁ ଜଣେ ‘ସମବାୟ ସାଥୀ’ ନିୟୋଜିତ ହେବେ। ସଦସ୍ୟତା ପ୍ରକ୍ରିୟାକୁ ଡିଜିଟାଲ ବ୍ୟବସ୍ଥା ସହ ସଂଯୁକ୍ତ କରାଯାଇଛି।
    ଏହି ଅବସରରେ ପ୍ରଶାନ୍ତ କୁମାର ପଣ୍ଡା, ରାଜେନ୍ଦ୍ର ସାହୁ, କଲ୍ୟାଣୀ ସାହୁ, ପାନୁ ମଲ୍ଲିକ, ଜେ. ପୂର୍ଣ୍ଣିମା ରେଡ୍ଡୀ, ଡି. ଭୀମରାଜୁ ରେଡ୍ଡୀଙ୍କ ସମେତ ଭାଗ୍ୟଲକ୍ଷ୍ମୀ ଯୁଗ୍ମ ଦାୟିତ୍ୱ ଗୋଷ୍ଠୀ, ମାଆ ଲକ୍ଷ୍ମୀ ଯୁଗ୍ମ ଦାୟିତ୍ୱ ଗୋଷ୍ଠୀ, ଭଗବତୀ ଜୀବିକା ଉନ୍ନୟନ ଗୋଷ୍ଠୀ ଓ ଶ୍ରୀ ରାଧାକୃଷ୍ଣ ଜୀବିକା ଉନ୍ନୟନ ଗୋଷ୍ଠୀକୁ ସମ୍ବର୍ଦ୍ଧିତ କରାଯାଇଥିଲା।
   କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହର ଉପ ନିବନ୍ଧକ ଯୋଗମାୟା ସାବତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହକାରୀ ନିବନ୍ଧକ ଆଲୋକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଞ୍ଜନ ଦାସ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଲଳିତ ପଣ୍ଡା, ଆସିକା ଓ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଭାରତ ସାହୁ, ସହକାରୀ ନିବନ୍ଧକ ବିଜୟ ସାହୁ ଓ ଦେବାଶିଷ ସ୍ୱାଇଁଙ୍କ ସମେତ ସମବାୟ ବିଭାଗର କର୍ମଚାରୀ ଓ କୃଷକମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ପରଦା ମାଧ୍ୟମରେ ଅତିଥି ଓ ଅଂଶଗ୍ରହଣକାରୀମାନେ ଦେଖିଥିଲେ।
ଏହି ମେଗା ସଦସ୍ୟତା ଅଭିଯାନ ଦୁଇ ମାସ ଧରି ଚାଲିବ ବୋଲି ପ୍ରସାଶନ ପକ୍ଷରୁ କୁହାଯାଇଛି ।

News Comment

You Might Also Like

BACK TO TOP