Breaking News

ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||     

4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |

16-Oct-2026

ଭୟାବହ ଅଗ୍ନିକାଣ୍ଡରେ ୪ ପରିବାରର ୯ ବଖରା ଘର ଭସ୍ମୀଭୂତ

ଆସବାବପତ୍ର ସହ ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସରକାରୀ ସହାୟତା ପାଇଁ ଦାବି

ଓଡିଶା ଜନମତ ରାୟଗଡ଼ା, ୧୩/୧୦ (କାମେଶ୍ୱର କରକରିଆ): ଭୟାବହ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଗଲା ୪ଟି ପରିବାରର ୯ ବଖରା ଘର। ଘରର ଆସବାବପତ୍ର, ଦରକାରୀ ସାମଗ୍ରୀ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନିଆଁରେ ଜଳି ନଷ୍ଟ ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ନାଇରା ପଞ୍ଚାୟତର ଚିନ୍ତଲଗୁଡ଼ା ଗ୍ରାମରେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଚାରିଟି ପରିବାର ସର୍ବସ୍ୱ ହରାଇ ଦୁର୍ଦ୍ଦିନରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଚିନ୍ତଲଗୁଡ଼ା ଗ୍ରାମର ଜଳେନ୍ଦ୍ର ଶବର, ଭରତ ଶବର, ଗଙ୍ଗା ଶବର ଓ ତ୍ରିନାଥ ଶବର କପା ଚାଷ ଜମିକୁ ଯାଇଥିବା ସମୟରେ ହଠାତ୍‌ ସେମାନଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରୁ ନିଆଁ ବାହାରୁଥିବା ଦେଖି ଗ୍ରାମବାସୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ତାହା ଦ୍ରୁତଗତିରେ ଚାରିଆଡ଼କୁ ବ୍ୟାପିଯାଇଥିଲା। ଫଳରେ ଚାରିଟି ପରିବାରର ୯ ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗୁଡ଼ାରି ଓ ଗୁମୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘରେ ଥିବା ଆସବାବପତ୍ର, ଅନ୍ୟାନ୍ୟ ସାମଗ୍ରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ନଷ୍ଟ ହୋଇସାରିଥିଲା। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପ୍ରଭାବିତ ପରିବାରଗୁଡ଼ିକ ଏବେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ତୁଳସା ଶବର ଅଗ୍ନିବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହି ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ଚାରିଟି ପରିବାରର କ୍ଷୟକ୍ଷତି ତୁରନ୍ତ ଆକଳନ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଓ ଥଇଥାନ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

News Comment

You Might Also Like

BACK TO TOP