Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବିକାଶ ଠାରୁ ବହୁ ଦୂର ରେ ରହିଛି ଗଞ୍ଜାମ ବ୍ଳକ ସୁବଳୟା ପଞ୍ଚାୟତ ର ସୂର୍ଯ୍ୟନାରାୟଣ ପୁର ଗାଁ |

18-Dec-2025

ସୂର୍ଯ୍ୟନାରାୟଣପୁର ଓ ଡି ଏନଟି କଲୋନୀକୁ ବିକାଶ ଛୁଇଁନି,୨୨୦ ପରିବାର ସମସ୍ୟାରେ ଦିନ କାଟୁଛନ୍ତି, 
ଗଞ୍ଜାମ ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ଦାବି  |

     ଓଡିଶା ଜନ ମତ ବ୍ୟୁରୋ,

ଦେଶ ସ୍ୱାଧୀନତାର 78 ବର୍ଷ ହୋଇଥିଲେ ମଧ୍ୟ କେତେ ଗୁଡିଏ ଗାଁର ଲୋକମାନେ ପରାଧୀନ ଭାରତ ରେ ବସ ବାସ କରୁଥିଲା  ବେଳେ ଭଲ ଥିଲା କିନ୍ତୁ ଦେଶ ସ୍ୱାଧୀନ ପରେ ମଧ୍ୟ ଯେଉଁ ତିମିରକୁ ସେଇ ତିମିର ଅବସ୍ଥା ରହିଛି |ଏପରି ଏକ ଗାଁ ହେଉଛି ଗଞ୍ଜାମ ବ୍ଳକର ସୁବଳୟା ପଞ୍ଚାୟତରେ ସୂର୍ଯ୍ୟନାରାୟଣପୁର ଓ ଡିଏନଟି କଲୋନୀ ରହିଛି। କିନ୍ତୁ ଏହି ଦୁଇ ଗାଁକୁ ରାସ୍ତା ସଂଯୋଗ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ସ୍ବାଧୀନତାର ୭ ଦଶନ୍ଧି ପରେ ଏହି ଦୁଇ ଗ୍ରାମର ବାସିନ୍ଦା ଦୁର୍ବିସହ ଜୀବନ ଜୀଉଛନ୍ତି। ଏମାନଙ୍କ ପାଇଁ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ରହିଥିବା ବେଳେ ଦର୍ଯ୍ୟ ରାସ୍ତା ଯାତାୟତରେ ବାଧକ ସାଜୁଛି | ପ୍ରଶାସନ ର ଉଦାସୀନତାରୁ ଏପରି ହେଉଛି | ତେବେ କିଛି ଅଭିଯୋଗ କଲେ ରାସ୍ତାରେ ମୋରମ ମାଟି ପଡୁଛି । କିନ୍ତୁ କଂକ୍ରିଟ କିମ୍ବା ପିଚୁ ରାସ୍ତା ଅଦ୍ୟାବଧୂ ନିର୍ମାଣ ହୋଇ ପାରିଲାନାହିଁ । ପକ୍କା ରାସ୍ତା ନିର୍ମାଣ ପାଇଁ ବହୁତ ଯୋଜନା ଥିଲେ ମଧ୍ୟ ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇ ପାରିନି। ପ୍ରଶାସନର ଉଦାସୀନତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୀତିର ପେଣ୍ଠସ୍ଥଳ କୁହାଯାଉଥିବା ସୁବଳୟା ପଞ୍ଚାୟତରଗାଁଗୁଡ଼ିକ ଏବେ ବି ବିକାଶ ଠାରୁ ବହୁତ ଦୂରରେ। ଗାଁ ର ମୌଳିକ ସୁବିଧା ସେମାନଙ୍କ ପାଇଁ ସାତ ସପନ ହୋଇଛି। ରାଜନେତା ଓ ନିର୍ବାଚିତ ପ୍ରତିନିଧୂମାନେ ଗାଁରେବିକାଶ ହେବ ବୋଲି ଗ୍ରାମବାସୀଙ୍କୁ ଆଶ୍ବସ୍ତି ଦେଉଛନ୍ତି । କିନ୍ତୁ ଗାଁ ବିକାଶ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ ।ସୂର୍ଯ୍ୟନାରାୟଣପୁର ଗ୍ରାମରେ ୭୦ ପରିବାର ଓ ଡ଼ିଏନଟି କଲୋନୀରେ୧୫୦ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତାଠାରୁ ଏକ କିଲୋମିଟର ମରଣଯନ୍ତା ରାସ୍ତା ଦେଇ ଗଲେ ଏହି ଦୁଇ ଗାଁ ପଡ଼େ । ଗାଁରେ ଅଙ୍ଗନୱାଡି ଗୃହ ନାହିଁ । ରାସ୍ତା ନଥିବା ଯୋଗୁଁ ଛାତ୍ରଛାତ୍ରୀ ରେଳପ‌ଥ ଓ ଜାତୀୟ ୧୬ ନମ୍ବର ରାଜପଥ ଦେଇ ସ୍କୁଲ, କଲେଜ ଓ କୋଟିଂ ପାଇଁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି। ଗାଧୋଇବା ପାଇଁ ପୋଖରୀ ନାହିଁ । ବହୁ ସମସ୍ୟା ଦେଇ ଲୋକେ ଦିନ କାଟୁଛନ୍ତି। ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ । ଉକ୍ତ ଦୁଇ ଗ୍ରାମ ଚାରିପଟେ ବଣ ଜଙ୍ଗଲ ଘେରି ରହିଥ‌ିବା ବେଳେ ରାତି ହେଲେ ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଗ୍ରାମକୁ ଷ୍ଟ୍ରିଟ ଲାଇଟ ସେବା ମିଳି ପାରିନଥିବା ଅଭିଯୋଗ ହୋଇଛି। ରାସ୍ତା ମରଣଯନ୍ତା ହୋଇଥିବାରୁ ବର୍ଷାଦିନେ ସମସ୍ୟା ଦ୍ବିଗୁଣିତ ହେଉଥିବା ଗ୍ରାମବାସୀ କହିଛନ୍ତି। ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି। ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ନଦେଲେ  ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ତେବେ ଏହି ଗାଁ ର 220 ଜଣ ପରିବାର ପ୍ରତି ଜିଲ୍ଲପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ କେଉଁ ଆନ୍ତରିକତା ଦେଖାଉ ଛନ୍ତି ତାହାକୁ ଦେଖିବାକୁ ବାକି ରହିଛି |

News Comment

You Might Also Like

BACK TO TOP