Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଆଉ ନାହାନ୍ତି ଲୋକ ପ୍ରିୟ ପ୍ରଯୋଜକ, ବିତରକ ରବୀନ୍ଦ୍ର ମୋହନ ସାହୁ |

18-Dec-2025

ଆଉ ନାହାନ୍ତି ଓଡ଼ିଆ ଫିଲିମ ଇଣ୍ଡଷ୍ଟ୍ରିସ ର ହେବିୱେଟ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ,

         ଓଡିଶା ଜନ ମତ ବ୍ୟୁରୋ, 

ଓଡ଼ିଆ ଫିଲିମ ଜଗତ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଲୋକଙ୍କ ମନକୁ ଛୁଇଁ ପାରିଥିବା ଓ ସମସ୍ତେ ଏକାଠି ବସି ଦେଖିପାରୁଥିବା ଓଡ଼ିଆ ଫିଲିମ କରି ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଥିବା କରିତ କର୍ମା ହେବି ୱେଟ ପ୍ରଯୋଜକ  ରବୀନ୍ଦ୍ର ମୋହନ ସାହୁ ସମସ୍ତଙ୍କୁ ଛାଡ଼ି ଆଜି ଆର ପାରିରେ |  ଓଡ଼ିଶା ରବିତରକ, ସିନେ ପ୍ରଯୋଜକ ତଥା ବିଶିଷ୍ଟ ବ୍ୟବସାୟୀ  ରବୀନ୍ଦ୍ରମୋହନ ସାହୁ ଆଉ ନାହାନ୍ତି । ସେ ଆଜିରାଜଧାନୀ ର ଏଜ ଘରୋଇ ହସ୍ପିଟାଲ ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ହୋଇଥିଲା | ସେ ଦୀର୍ଘଦିନ ଧରି  ଚିକିତ୍ସା ଧୀନ ଥିଲେ |ତାଙ୍କରମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଉପସ୍ଥିତ ଥିଲେ || ସେ ଓଡ଼ିଆ ସେନେ ଜଗତରେ ଏକ ମାଇଲ ଖୁଣ୍ଟ ତିଆରି କରିଛନ୍ତି | ଯାହାକି ସବୁବେଳେ ସିନେ ପ୍ରେମୀଙ୍କୁ ଆକୃଷ୍ଟ କରୁଥିବ | ସେହି ଫିଲିମ ର କାହାଣୀ ହେଉ, ସଙ୍ଗୀତ ହେଉ ଅବା ଡାଇଲଗ ହେଉ | ସବୁ ରକମର ମସଲା ରେ ତିଆରି ହେଉଥିବା ଫିଲିମ  ଲୋକଙ୍କ ହୃଦୟ କୁ ଛୁଇଁ ପାରୁଥିଲା | ତେଣୁ ସେଆଜି ମରିବି ଅମର ରହିଛନ୍ତି | ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆଫିଲମ " ଏଇତ ଦୁନିଆ `ଶ୍ରୀବଳଦେବ ଜୀଉ ପ୍ରଡକସନ୍  ରେ ନିର୍ମାଣ କରିଥିବା ଏହି ସିନେମା 1987ରେ ଆରମ୍ଭ ହୋଇଥିଲା | ଯାହାର  ନିର୍ଦ୍ଦେଶନା ଦେଇଥିଲେ ମହମଦ  ମହସୀନ୍ । ଏଥରେ ବିଜୟମହାନ୍ତି,ଉତମମହାନ୍ତି, , ମିହିର ଦାସ, ଅଜିତ ଦାସ, ମହମଦ ମହସିନ, ଅନୀତା ଦାସ, ଅପରାଜିତା, ଜୟୀ, ଦେବୁ ବୋଷ ଓ ନରି ପ୍ରମୁଖ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ଚିରସବୁଜ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ । ଏହା ସୁପରହିଟ୍ ହେବା ପରେ ରବୀନ୍ଦ୍ର ମୋହନ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋନି ବେଶ କରିଥିଲେ । ଏହାପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ, ବୋହୂ ହେବ ଏମିତି , ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ବରୀ, ଶାଶୁ ହାତ ଭାଉଜ ବେଡ଼ି, କୁଳନନ୍ଦନ, ରସିକନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ଦର୍ଶକ ଙ୍କୁ ଭେଟି ଦେଇଥିଲେ |ରବୀନ୍ଦ୍ର ମୋହନ ସାହୁ  ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ଯ ଥିଲେ | ତାଙ୍କ ବିୟୋଗ ରେ ଆଜି ଫିଲିମ ଇଣ୍ଡଷ୍ଟ୍ରି ର ଏକ ଅପୂରଣୀୟ କ୍ଷତି ହୋଇଛି | ଯାହାକି ଆଉକିଏ କେବେ ପୂରଣ କରି ପାରିବ ନାହିଁ  |  ତାଙ୍କରପାର୍ଥିବ ଶରୀର କୁ ଦେଖିବା ପାଇଁ ବହୁ ପ୍ରଯୋଜକ, ନିର୍ଦେଶକ ଅଭିନେତା, ଅଭିନେତ୍ରୀ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ |

News Comment

You Might Also Like

BACK TO TOP