Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ,( ଏସ ଆଇ ଆର ) ପାଇଁ ଜିଲ୍ଲା ସ୍ତରୀୟ ବୈଠକ |

19-May-2026

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପାଇଁ ଜିଲ୍ଲା ସ୍ତରୀୟ ବୈଠକ
ମ୍ୟାପିଙ୍ଗ ଏବଂ ଏସଆଇଆର ପ୍ରକ୍ରିୟାରେ ମତଦାତା ସଂଶୋଧନ କାମକୁ ଦ୍ୱାୟିତ୍ୱର ସହ ତୁଲାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଓଡ଼ିଶା ଜନମତ ,ଯାଜପୁର,

ପ୍ରଦୀପ କୁମାର ମଲ୍ଲିକ୧୯|୦୫ :----
ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ଲାଗୁ କରାଯାଇଛି। ଏହିକ୍ରମରେ ଯାଜପୁର ଜିଲ୍ଲାରେ ଏସଆଇଆର୍ ଆରମ୍ଭ ହେବ। ସେଥିପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏସଆଇଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା। ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଏବଂ ଡୁପ୍ଲିକେଟ ନାମଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ହଟାଯିବ। ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ। ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଏସଆଇଆର ଲାଗୁ କରାଯାଉଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ। ନୂଆ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବୁଥ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ମାନଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସେମାନଙ୍କ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ମ୍ୟାପିଙ୍ଗ ଏବଂ ଏସଆଇଆର ସମ୍ପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଜୁଲାଇ ୧ ତାରିଖକୁ କ୍ଵାଲିଫାଇଙ୍ଗ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଜୁନ୍ ୨୮ ସୁଦ୍ଧା ପୋଲିଂ ଷ୍ଟେସନଗୁଡିକର ରାସନାଲାଇଜେଶନ କରାଯିବ। ମଇ ୩୦ ରୁ ଜୁନ୍ ୨୮ ଯାଏଁ ବିଏଲଓଙ୍କ ଦ୍ଵାରା ଘର ଘର ବୁଲି ସର୍ଭେ କରାଯିବ। ଜୁଲାଇ ୫ ରେ ଡ୍ରାଫ୍ଟ ମତଦାତା ତାଲିକା ପ୍ରକାଶିତ ହେବ ଏବଂ ଜୁଲାଇ ୫ ରୁ ଅଗଷ୍ଟ ୪ ଯାଏଁ ଜନସାଧାରଣ ଆପତ୍ତି ଆବେଦନ କରିପାରିବେ। ସେପ୍ଟେମ୍ବର ୬ ତାରିଖରେ ଫାଇନାଲ ମତଦାତା ତାଲିକା ପ୍ରକାଶିତ ହେବ। ସୂଚନାଯୋଗ୍ୟ, ରାସନାଲାଇଜେଶନ ହେବା ପରେ ଯାଜପୁର ଜିଲ୍ଲାରେ ମୋଟ ୭ ଟି ଆସନରେ ୨୦୪୬ ଟି ପୋଲିଂ ଷ୍ଟେସନ୍ ରହିଛି। ଜିଲ୍ଲାରେ ମୋଟ ୨୦୫ ଜଣ ବିଏଲଓ ସୁପରଭାଇଜର ଏବଂ ୨୦୪୬ ଜଣ ବୁଥ ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି। ମଇ ୨୦୨୬ ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ୧୫,୩୭,୧୦୧  ଜଣ ମତଦାତା ଅଛନ୍ତି। ସେଥିରେ ପୁରୁଷ ମତଦାତାଙ୍କ ସଂଖ୍ୟା ୭,୮୯,୪୬୧ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୭,୪୭,୫୮୦ ରହିଛି। ଏହାସହ ମ୍ୟାପିଙ୍ଗ ଏବଂ ଏସଆଇଆର ପ୍ରକ୍ରିୟାରେ ମତଦାତା ସଂଶୋଧନ କାମକୁ ଦ୍ୱାୟିତ୍ୱର ସହ ତୁଲାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଶୋକ ଦେହୁରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଅତିରିକ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

News Comment

You Might Also Like

BACK TO TOP