Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ନେତା ଦଳରୁ ବହିସ୍କୃତ ||

04-Jun-2026

ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ

ଓଡିଶା ଜନମତ,ବାଲିଗୁଡା, ତା, ୦୪/୦୬,

ସଞ୍ଜୟ କୁମାର ପାଣିଗ୍ରାହୀ):  -----

ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟା ରେ ଦଳରୁ ବିଜେଡିର ଦୁଇଜଣ ସ୍ଥାନୀୟ ନେତା ନିଲମ୍ବିତ ହୋଇଛନ୍ତି। ସେ ହେଲେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ବିଜେଡି ଜିଲା ଉପସଭାପତି ଟୁନା ଦାସ ଓ ବିଧାୟକଙ୍କ ପ୍ରତିନିଧୂ ପ୍ରମୋଦ କୁମାର ସାହୁ। ଦଳ ବିରୋଧୀ କାର୍ଯ୍ୟ ଲାଗି ସେମାନଙ୍କୁ ନିଲମ୍ବିତ କରାଯାଇଛି। ଦଳୀୟ ସଭାପତିଙ୍କ ନିଷ୍ପତ୍ତି କ୍ରମେ ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି। ବାଲିଗୁଡା ବିଧାୟକ ଚକ୍ରମଣି କହଁର ଗତ ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ ଭୋଟ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ। ଏହା ପରଠାରୁ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀକୁ ଆସି ନ ଥିଲେ। ବୁଧବାର ବିଜେଡ଼ି ଜିଲା ଉପସଭାପତି ଟୁନା ଦାସଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀର ୪ଟି ବ୍ଳକର ଦଳୀୟ କର୍ମର୍କତ୍ତା ଓ ହଜାର ହଜାର ହଜାର କର୍ମୀ ଉପସ୍ଥିତ ରହି ନିଲମ୍ବିତ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା କରିଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ଆଗଧାଡିର ନେତା ଓ କର୍ମୀ ବିଧାୟକଙ୍କୁ ସାରଙ୍ଗଡ- ରାଇକିଆ ଛକ ଠାରୁ ସ୍ବାଗତ କରି ଏକ ବାଇକ୍ ଶୋଭଯାତ୍ରାରେ ପାଛୋଟି ନେଇଥିଲେ। ମହାସିଙ୍ଗି ସ୍ଥିତ ଟୁନା ଦାସ ଙ୍କ ଫାର୍ମ ହାଉସରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ହୋଇଥିଲା। ସଭାରେ ବିଜେଡି ଜିଲା ଉପସଭାପତି ଟୁନା ଦାସ ଉଦ‌ବୋଧନ ଦେଇ ରାଜ୍ୟସଭା ନିର୍ବାଚନ ପରେ ବିଧାୟକଙ୍କୁ ବିଜେଡି ନିଲମ୍ବିତ କରିଥିଲେ ହେଁ ଦଳ ତାଙ୍କୁ ଭଲ ପାଉଥିବାରୁ କର୍ମୀମାନେ ଆଜି ଏକଜୁଟ ହୋଇ ସ୍ବାଗତ ଜଣାଇଛୁ ବୋଲି କହିଥିଲେ। ବିଧାୟକ ଅନେକ ବିକାଶ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ୪୦ଟି ରାସ୍ତା କାମର ଅନୁମୋଦନ ହୋଇଯାଇଛି। ନିର୍ବାଚନମଣ୍ଡଳୀର ୫୪ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ବିଧାୟକ ଆଣିପାରିଛନ୍ତି ବୋଲି କହି ସେ ବିଧାୟକଙ୍କୁ ପ୍ରଶଂସା କରିଥିଲେ। ନିଲମ୍ବିତ ଥାଇ ମଧ୍ୟ ଟୁନା ଦାସଙ୍କ ନେତୃତ୍ବରେ ଜନସମାଗମରେ ମୋତେ ସମ୍ବଦ୍ଧିତ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଧାୟକ ଶ୍ରୀ କହଁର ସମ୍ବର୍ଦ୍ଧନା ସଭାରେ କହିଥିଲେ। ବିଗତ ଦିନରେ ସମସ୍ତଙ୍କ ସହିତ ଥୂଲି ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହି ଆମ ନିର୍ବାଚନ ମଣ୍ଡଳୀର ବିକାଶ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏନଏସି ଅଧ୍ଯକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକଙ୍କ ପ୍ରତିନିଧୂ ଅବନୀକାନ୍ତ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ, ଜିଲା ସମ୍ପାଦକ ପ୍ରମୋଦ ସାହୁ, ବିଧାୟକଙ୍କ କୋଟଗଡ଼ ପ୍ରତିନିଧୂ ମନୋଜ ସାବତ, ତିନୋଟି ବ୍ଲକର ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP