Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବରୁଣେଇ କୃଷି ସମବାୟ ସମିତି ଆଗରେ ପଡ଼ିରହିଛି ଧାନ ବସ୍ଥା ଉତ୍ତପ୍ତ ଖରାରେ ସିଜୁଛନ୍ତି ଚାଷୀ ||

04-Jun-2026

ବରୁଣେଇ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବସ୍ତା ପଡ଼ିଛି 
ମିଲର ଗାଡି  ପଠାଉନି,ଡହଡହ ଖରାରେ ସିଝୁଛନ୍ତି ଚାଷୀ 
ଝୋଟ ଅଖାରେ ଚାଷୀଙ୍କ ଠାରୁ ଧାନ କିଣିବାକୁ ମିଲରଙ୍କ ଜିଦ୍ 
ମଣ୍ଡି ପାଇଁ ଭିତ୍ତି ଭୂମିର ଅଭାବ, ଜମି  ପ୍ରଦାନ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ,

ଓଡ଼ିଶା ଜନମତ , ଯାଜପୁର 

,ପ୍ରଦୀପ କୁମାର ମଲ୍ଲିକ ୪/୬/୨୦୨୬:----

ପ୍ରାଥମିକ କୃଷି ସମବାୟ ସମିତିରେ ରବି ଧାନ କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡିରେ ଧାନ ବିକ୍ରିକରି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ ଏସ ପି) ପାଉଛି। ତେବେ ଖରିଫ୍ ଧାନ ବିକ୍ରି ବେଳେ ଚାଷୀଙ୍କୁ ଟୋକନ, ଟାର୍ଗେଟ ଭଳି କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ପୁଣି ଝୋଟ ଅଖାରେ ଧାନ କିଣିବାକୁ ମିଲର ସର୍ତ୍ତ ରଖିଛି। ତେବେ ସ୍ଥାନୀୟ ବଜାରରେ ଝୋଟ ଅଖା ସହଜରେ ଉପଲବ୍ଧ ହେଉନାହିଁ ବୋଲି ବରୁଣେଇ ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ଯ ନିର୍ବାହୀ ମାନସ କବି କହିବା ସହ ଅଖା ପ୍ରତି ୨୫ ରୁ ୨୬ ଟଙ୍କା ମୂଲ୍ୟ ଦେଇ ସମିତି ଅଖା କିଣିଛି। ସେହିପରି ମିଲର ସନ୍ତୁକା ୧୦୦୦ ଝୋଟ ଅଖା ସମିତିକୁ ଯୋଗାଇ ଦେଇଛି। ସମିତିର ୧୦୦ ଜଣ ଚାଷୀ ରବି ଧାନ ବିକ୍ରି ପାଇଁ ଅନ୍ ଲାଇନରେ ନାମ ପଞ୍ଜିକରଣ କରିଥିଲେ ।ସେମାନଙ୍କ ମଧ୍ୟରୁ ୭୫ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଛି। ଚାଷୀ ପ୍ରାୟ ୪ ହଜାର ୫ ଶହ କ୍ଵିଣ୍ଟାଲ ଧାନ ବିକ୍ରି କରିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କ୍ଵିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି। ମହାବଳି, ସନ୍ତୁକା, ଆଶିର୍ବାଦ ଓ କୃପାଳୁ ରାଇସ ମିଲ୍ ଚାଷୀଙ୍କ ଠାରୁ ଧାନ କିଣିବାକୁ ଚୁକ୍ତି ହୋଇଛି। ସମିତି ସମ୍ମୁଖରେ ଚାଷୀ ଧାନ ବସ୍ତା ରଖି ଗାଡି ଆସିବାକୁ ଅପେକ୍ଷା କରିଥିବା ବେଳେ ମିଲର କେବେ ଗାଡି ପଠାଉଛି ତା ଉପରେ ଚାଷୀଙ୍କ ନଜର। ଗତ ୪ ଦିନ ତଳେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସମିତିକୁ ଅଚାନକ ପରିଦର୍ଶନ ରେ ଆସିଥିଲେ। ଧାନ ମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ଅଭାବ ଥିବା ଅନୁଭବ କରି ତୁରନ୍ତ ସରକାରୀ ଜମି ପାଇଁ ଆବେଦନ କରିବାକୁ ସମିତିର ସମ୍ପାଦକ ଶ୍ରୀ କବିଙ୍କୁ କହିଥିଲେ । ଭିତ୍ତିଭୂମି ଅଭାବରୁ ଚାଷୀ ସମିତି ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ଧାନ ବସ୍ତା ରଖିବାକୁ ବାଧ୍ୟ ହେଉଛନ୍ତି । ତେବେ ମନ୍ତ୍ରୀଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତା ଉପରେ ଚାଷୀଙ୍କ ନଜର। ସମିତିର ଅନୁରୋଧ କ୍ରମେ ମିଲର ସନ୍ତୁକା ୧୦୦୦ ଝୋଟ ଅଖା ବସ୍ତା ପଠାଇଛି ବୋଲି ସହକାରୀ ସମ୍ପାଦକ ଭଗବାନ ବେହେରା, ଡାଟା ଏଣ୍ଟ୍ରି ଅପରେଟର ଶୁଭମ୍ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି। ଝୋଟ ଅଖାର ଅଭାବ ଚାଷୀଙ୍କୁ କନ୍ଦାଉଛି। ମାତ୍ର ମିଲର ପ୍ଲାଷ୍ଟିକ ଅଖାରେ ଧାନ ନେବାକୁ ଅମଙ୍ଗ ହେଉଛି। ସମିତି ପକ୍ଷରୁ ଚାଷୀଙ୍କୁ ଝୋଟ ଅଖା ଯୋଗାଇ ଦେବାକୁ ପ୍ରୟାସ ଜାରି ରହିଛି। ଝୋଟ ଅଖାରେ ଧାନ ଦେଲେ ଅଖା ବାବଦରେ ଧାନ କଟନି ହେଉ ନଥିବାରୁ ଚାଷୀ ଲାଭାନ୍ଵିତ ହେଉଛି। ତେବେ ମଣ୍ଡି ପାଇଁ ସରକାରୀ ଜମି ମିଳିବା ପୂର୍ବରୁ ସମିତି ସମ୍ମୁଖରେ ଛାମୁଣ୍ଡିଆ ବ୍ୟବସ୍ଥା କରାଯିବାକୁ ଚାଷୀ ହରେକୃଷ୍ଣ ଦାସ ଓ ଅନ୍ୟ ମାନେ ଦାବି କରିଛନ୍ତି।

News Comment

You Might Also Like

BACK TO TOP