Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଦୁର୍ନୀତି ଯୋଗୁଁ ବାଲିପଦର ମହିଳା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ସ୍କୁଲରୁ ନିଲମ୍ବିତ ||

16-Jun-2026

ବାଲିପଦର  ବାଳିକା ଉଚ୍ଚ ମହିଳା  ବିଦ୍ୟାଳୟ ର  | ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ନୀତି ଅଭିଯୋଗ ରେ ନିଲମ୍ବିତ |

      ଓଡିଶା ଜନ ମତ ବ୍ୟୁରୋ,

ଆଜିକାଲି ମହିଳା ମାନେ ମଧ୍ୟ ଲଜ, ସରମ ଭୁଲି ସବୁପ୍ରକାର ଦୁର୍ନୀତି କରିବାରେ ଉସ୍ତାଦ ହୋଈ ଗଲେଣି, ଏପରି ଜଣେ ଶିକ୍ଷୟତ୍ରୀ ଙ୍କ ଦୁର୍ନୀତି  ଯୋଗୁଁ ସେ ସ୍କୁଲ ରୁ ନିଲମ୍ବିତ ହୋଈ ଛନ୍ତି ତାହା ହେଉଛି ବୁଗୁଡ଼ା ବ୍ଳକର ବାଲିପଦର ଗ୍ରାମସ୍ଥ ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ଗ୍ରାମବାସୀ ଆଣିଥିବା ଦୁର୍ନୀତି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ସେ ନିଲମ୍ବିତ ହୋଇଥିବା ଜଣାଯାଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶାଙ୍କ ୯୪୫୨ ତା୧୧-୦୫-୨୦୨୬ରିଖ ପ୍ରକାରେ ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କୁ ନିଲମ୍ବନ ଆଦେଶ ପ୍ରଦାନ କରାଯାଇଥିବା ସହ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାଜିରା ଦେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି । ତେବେ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ଗ୍ରହଣ କରିବାକୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେବା ଘଟଣାକୁ ନେଇ ସାଧାରଣରେ ଜୋରସୋରରେ ଆଲୋଚନା ହେଉଛି । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ବାଲିପଦର ଗ୍ରାମବାସୀବୃନ୍ଦଙ୍କ ପକ୍ଷରୁ ଅଣାଯାଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ଓଡ଼ିଶା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରକଳ୍ପ ଅଧିକାରୀ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଥିଲା ଯେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ ଦୀର୍ଘ ତିନି ମାସ ହେଲା ମଧ୍ୟାହ୍ନ ଭୋଜନ ଦିଆଯାଉନଥିଲା ଏବଂ ଗଚ୍ଛିତ ବସ୍ତାବସ୍ତା ମଧ୍ୟାହ୍ନ ଭୋଜନ ଚାଉଳକୁ ବଜାର ଦରରେ ବିକ୍ରି କରିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ମସୁଧା ଚଳାଇଥିଲେ । ଏଥ୍ ସହ କଳା, କ୍ରୀଡା ଓ ହିନ୍ଦୀ ବିଷୟରେ ଶିକ୍ଷୟିତ୍ରୀ ପରିବର୍ତ୍ତେ ଶିକ୍ଷକ ଏବଂ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଜାଲ ନିଯୁକ୍ତି ଦେବା ସହ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ନିୟମିତ ହୋଇପାରିନଥିବା ଶିକ୍ଷୟିତ୍ରୀମାନଙ୍କଠାରୁ ସେମାନଙ୍କ ପଦବୀ ଅନୁମୋଦନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଆତ୍ମସାତ କରୁଥିଲେ । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଆୟବ୍ୟୟ ହିସାବ କାହାରିକୁ ଦେଖାଉନଥିଲେ ଏବଂ ସେ ବିଦ୍ୟାଳୟର ଗଛଗୁଡ଼ିକୁ କାଟି ବିକ୍ରି କରିବା ସହ ପୂର୍ବରୁ ହୋଇଥିବା ଫାଇଭ୍-ଟି କାର୍ଯ୍ୟର ବିଭିନ୍ନ ସାମଗ୍ରୀ ମଧ୍ୟ ବଜାରରେ ବିକ୍ରି କରିଥିଲେ । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବିଇଓ ଚିନ୍ମୟ ମହାପାତ୍ର ଓ ତତ୍କାଳୀନ ଏବିଇଓ ଅମିତା କୁମାରୀ ପାଢ଼ୀ ଗତ ଏପ୍ରିଲ ୨୧ ତାରିଖରେ ବାଲିପଦର ଗାର୍ଲସ ହାଇସ୍କୁଲକୁ ପର୍ଯ୍ୟବେକ୍ଷଣ ପୂର୍ବକ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତେବେ ନିଲମ୍ବିତା ପ୍ରଧାନ ଶିକ୍ଷୟିତ୍ରୀ ସ୍ପଷ୍ଟୋକ୍ତିରେ ଗ୍ରାମବାସୀଙ୍କ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରିବା ସହ କୁଚକ୍ରାନ୍ତ ଚକ୍ରାନ୍ତ ହେତୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଏ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି ।

News Comment

You Might Also Like

BACK TO TOP