Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଆଖୁ ଚାଷ ପ୍ରତି ଚାଷୀଙ୍କ ବିମୁଖ, କମୁଛି ଆଖୁ ଉତ୍ପାଦନ |

23-Jul-2026

ଆଖୁଚାଷ ପ୍ରତି ଚାଷୀଙ୍କ ବିମୁଖତା, କମୁଛି ଆଖୁ ଉତ୍ପାଦନ l 
7 ବର୍ଷରେ 50% ଜମିରେ ହ୍ରାସ ପାଇଛି ଚାଷ l 
5 ସ୍ଥାନରେ 2 ଜଣ କର୍ମଚାରୀଙ୍କ ଭରସାରେ ଚାଲିଛି ଚାଷ l 

 ଓଡିଶା ଜନ ମତ,ବେଗୁନିଆପଡା : 23/07/26,

ଭଞ୍ଜ କିଶୋର ମହାରଣା :----

ଆଖୁ ଏକ ପ୍ରମୁଖ ଅର୍ଥକାରୀ ଫସଲର ମାନ୍ୟତା ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସମେତ ଆଖପାଖ ପଞ୍ଚାୟତରେ ଆଖୁଚାଷ ପ୍ରତି ଚାଷୀଙ୍କ ବିମୁଖତା ଚିନ୍ତାର ବିଷୟ ପାଲଟିଛି l ଦିନ ଥିଲା ବେଗୁନିଆପଡ଼ା ବ୍ଳକ୍ ଆଖୁ ଚାଷରେ ଏକ ନମ୍ବର ଥିଲା l କିନ୍ତୁ ବର୍ତ୍ତମାନ ଆଖୁ ଚାଷ ପାଇଁ ବେଗୁନିଆପଡ଼ା ବ୍ଳକ୍ ଅଞ୍ଚଳର ଚାଷୀଙ୍କ ଆଗ୍ରହ କମୁଛି l  ଫଳରେ ବର୍ଷକୁ ବର୍ଷ ଆଖୁ ଚାଷୀଙ୍କ ସଂଖ୍ୟା କମିବା ସଂଗେ ସଂଗେ ଆଖୁଚାଷ ହେଉଥିବା ଜମି ଓ ଆଖୁ ଉତ୍ପାଦନ ମଧ୍ୟ ହ୍ରାସ ପାଉଛି l ଦିନକୁ ଦିନ ଲୋକଙ୍କର ଚିନି ଚାହିଦା ବଢିବାରେ ଲାଗିଥିବା ବେଳେ ଆସ୍କା ଚିନି କଳରେ ମଧ୍ୟ ଚିନି ଉତ୍ପାଦନ ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି l ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦହୋଇ ଯାଉଥିବାରୁ ବାହାରେ ଉତ୍ପାଦିତ ଚିନି ଉପରେ ଆମକୁ ଅଧିକରୁ ଅଧିକ ନିର୍ଭର କରିବାକୁ ପଡୁଛି । ନୟାଗଡ, ବଡମ୍ବା, ବରଗଡ, ବଲାଙ୍ଗିରରେ ଥିବା ଚିନି କାରଖାନା ଆଦି ବନ୍ଦ ହୋଇ ଯାଇଥିବା ବେଳେ ଆସ୍କା ଚିନି କାରଖାନା ଏବେ ଉତ୍ପାଦନ କରୁଛି ସିନା ଚାଷୀ ସନ୍ତୁଷ୍ଟ ନୁହନ୍ତି l  ଆସିକା ଚିନିକଳକୁ ନୟାଗଡ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲାର ଆସିକା, ସାନ ଖେମୁଣ୍ଡି, ଶେରଗଡ, ଧରାକୋଟ ବେଲଗୁଣ୍ଠା ଓ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରୁ ଆଖୁ ଯାଉଥିବା ବେଳେ ବାର୍ଷିକ ବର୍ତ୍ତମାନ 21000 ଟନ ମଧ୍ୟରୁ ବେଗୁନିଆପଡା ବ୍ଲକରୁ କେବଳ 6500 ଟନ ଆଖୁ ଚିନି ଉତ୍ପାଦନ ପାଇଁ ଯାଉଛି ଯାହାକି ମୋଟ ଆଖୁର 31%  l  ବେଗୁନିଆପଡା ବ୍ଲକର କୋଦଳା,କାଳିମେଘି , ସାତନଳ, ଶାଳବଣ,ଏସ ଛଚିନା, ବି. ନୂଆଗାଁ, ତାଳସର, କୁମ୍ଭାର ଗାଁ, କୁମାରିପାରି, ହଂସତୁଳି, ସାଙ୍କୁଡ଼ା, ତିତିରିଡି, ଶାଳବଣ, ଚଣ୍ଡପଲ୍ଲୀ, ସୁମଣ୍ଡଳ, ସୌରାପଲ୍ଲୀ ଆଦି ଗ୍ରାମରେ ପାଖାପାଖି 200 ଜଣ ଆଖୁ ଚାଷ କରୁଥିବା ବେଳେ ବର୍ତ୍ତମାନ ମାତ୍ର 360 ଏକର ଜମିରେ ଆଖୁଚାଷ ହେଉଛି l 2017-2018 ମସିହାରେ ଏହି ବ୍ଲକରେ 600 ଏକର ଜମିରେ ଆଖୁଚାଷ ହେଉଥିବା ବେଳେ ବର୍ତ୍ତମାନ ତାହା ଖସିଆସି 360 ଏକରରେ ପହଁଚିଛି l ଏହି 360 ଏକର ଜମିରୁ 82 ଏକରରେ ନୂଆ ଆଖୁ ଚାଷ କରାଯାଇଥିବା ବେଳେ 278 ଏକରରେ ପୁରୁଣା ଆଖୁଚାଷ କରାଯାଉଛି। ଧାନ ଚାଷ ପାଇଁ ଯେପରି ଆଧୁନିକ ଯନ୍ତ୍ରପାତି ବାହାରିବା ସହ ଧାନ ରୁଆ ଠାରୁ ଅମଳ ପର୍ଯ୍ୟନ୍ତ ମେସିନ ବ୍ୟବହାର ହେଉଛି କିନ୍ତୁ ଆଖୁଚାଷରେ କେବଳ ମୁଲିଆ ମାନଙ୍କ ଉପରେ ନିର୍ଭର ହେଉଛି ଯାହା ଫଳରେ ମୁଲିଆଙ୍କ ଅଭାବ ଯୋଗୁଁ ଆଖୁଚାଷ ପ୍ରଭାବିତ ହେଉଛି l ସେପଟେ ବେସରକାରୀ ସୂଚନା ଅନୁଯାଇ ବେଗୁନିଆପଡ଼ା ବ୍ଳକ୍କୁ ଆଖୁ ଚାଷ ପାଇଁ 5 ଗୋଟି ସେକ୍ସନ ରେ ଭାଗ କରାଯାଇଛି । ସେଥି ମଧ୍ୟରେ ସାଙ୍କୁଡା -1, ସାଙ୍କୁଡା -2 ସାଙ୍କୁଡା -3, ବେଗୁନିଆପଡ଼ା -4, କୋଦଳା -5 ଅଞ୍ଚଳ ହୋଇଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ 4 ଜଣ ଆଖୁଚାଷ ଉନ୍ନୟନ ସହାୟକ ସହ ଜଣେ ପରିଦର୍ଶକ ରହିବା ଉଚିତ କିନ୍ତୁ ବର୍ତ୍ତମାନ ଏହି ବ୍ଲକରେ ଆଉଟସୋର୍ସିଙ୍ଗରୁ ଜଣେ ମାତ୍ର ସହାୟକ ଥିବା ବେଳେ ଆଉ ଜଣେ ପରିଦର୍ଶକ ଅଛନ୍ତି ଯିଏ ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ଚଳିତ ବର୍ଷ ଏହି ବ୍ଲକରେ 86249, 2009ଏ 252, 2009ଏ 107,ସି ଏ 0265, 92005, 8005, 13007, 1053 ଆଦି କିସମର ଆଖୁ ଚାଷ ହୋଇଥିବା ବେଳେ ଚାଷୀଙ୍କୁ ଟନ ପିଛା 4000 ଟଙ୍କା ( ମୂଲ୍ୟ 3700+ ବୋନସ 300)ମିଳୁଛି ସେପଟେ ଯଦି ଆଖୁର ପରିମାଣ ବାର୍ଷିକ 60000 ଟନ ହୁଏ ତେବେ ଟନ ପିଛା 4500ଟଙ୍କା ପ୍ରଦାନ କରାଯିବା ପାଇଁ  ଆସିକା ଚିନିକଳ ପକ୍ଷରୁ ଚାଷୀଙ୍କୁ ସୂଚନା ଦିଆଯାଇଛି ବୋଲି ସୂଚନା ମିଳିଛି। କିନ୍ତୁ ଆଖୁଚାଷ ପ୍ରତି ଚାଷୀଙ୍କ ଆଉ ଆଗ୍ରହ ନଥିବାରୁ ଏହି ପରିମାଣ ବୃଦ୍ଧି ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଅପର ପକ୍ଷରେ ଆଖୁଚାଷ ପାଇଁ ସରକାରଙ୍କ ତରଫରୁ ଆସୁଥିବା ପ୍ରୋତ୍ସାହନ ଏବଂ ସହାୟତାକୁ ବ୍ଲକ କୃଷି ବିଭାଗ ପକ୍ଷରୁ ଠିକ ସମୟରେ ଅବଗତ କରାଯାଉନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।ନୂଆ ଆଖୁଚାଷ ପାଇଁ ଏକର ପ୍ରତି 9000/-ଆସୁଥିବା ବେଳେ ଚାଷ ପାଇଁ 6200/-ଚାଷୀଙ୍କୁ ମିଳୁଥିବା ବେଳେ ଅବଶିଷ୍ଟ  2800/-ବିଭିନ୍ନ ସାର କୀଟନାଶକ ପାଇଁ ଆସୁଛି କିନ୍ତୁ କେଉଁ ସମୟରେ ଏହି 2800/- ମିଳିବ ଓ ଏଇଥିପାଇଁ କେବେ ଆବଶ୍ୟକୀୟ କାଗଜପତ୍ର କିମ୍ବା ରସିଦ ଦାଖଲ ହେବ ତାହା ବିଭାଗ ପକ୍ଷରୁ  ସଠିକ ସମୟରେ ଜଣାଯାଇପାରୁନାହିଁ ବୋଲି ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ପୁରୁଣା ଆଖୁ ଚାଷ ପାଇଁ ମିଳିବାକୁ ଥିବା 5000/- ମଧ୍ୟରୁ (3800+1200) ରେ ମଧ୍ୟ ଏହି ଅସୁବିଧା ଦେଖାଦେଇଛି। ମୋଟ ଉପରେ କହିବାକୁ ଗଲେ ବେଗୁନିଆପଡା ବ୍ଲକ ଆଖୁଚାଷର ହବ ହୋଇଥିବା ବେଳେ ଆଖୁଚାଷୀଙ୍କୁ ସ୍ୱତନ୍ତ ପ୍ରୋତ୍ସାହନ ସହ ନୂତନ ଯନ୍ତ୍ରପାତି ଓ ଜ୍ଞାନ କୌଶଳର ପ୍ରୟୋଗ, ସାଙ୍ଗକୁ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଗଲେ ଏହି ବ୍ଲକରେ ଆଖୁଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢିବା ସହ ପୁଣି ଅଧିକ ଜମିରେ ଆଖୁଚାଷ ହୋଇପାରିବ ବୋଲି ଚାଷୀ ଆଶା ରଖିଛନ୍ତି l

News Comment

You Might Also Like

BACK TO TOP