Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ଗଞ୍ଜାମ ର ଗୌରବଶାଳୀ ରାଜବଂଶ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ!|

27-Jul-2026

ଗଞ୍ଜାମର ଗୌରବଶାଳୀ ରାଜବଂଶ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନାଚକ୍ର ।

ଛତ୍ରପୁର, ତା. ୨୬l ୭, ଓଡ଼ିଶା ଜନମତ, 

କେ.ସତ୍ୟନାରାୟଣ ରେଡ୍ଡୀ :-----
ଅବିଭାଜ୍ୟ ଗଞ୍ଜାମ ଜିଲ୍ଲା ଚବିଶଟି ଗୌରବଶାଳୀ ରାଜଵଂଶ ପରିଶାସିତ ଏକ ପ୍ରାକୃତିକ ଭୂଖଣ୍ଡ ରୂପେ ଅତୀତରେ ପ୍ରସିଦ୍ଧି ଲାଭ କରିଥିଲା l
ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀର ମାଠର ରାଜବଂଶ ଠାରୁ ଆରମ୍ଭ କରି ଶୈଳୋବ୍ଦବ ଓ ଗଙ୍ଗବଂଶୀ ଶାସକଙ୍କ ପର୍ଯ୍ୟନ୍ତ ବିଭିନ୍ନ ରାଜବଂଶର ଦାୟାଦଗଣ ଗଞ୍ଜାମ ଭୂଖଣ୍ଡରେ ଶାସନ କରିବା ସହ ଧର୍ମ, ସଂସ୍କୃତି, ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ, ନାଟକ ଓ ଚିତ୍ରକଳାର ପ୍ରସାର ତଥା ପୃଷ୍ଠପୋଷକତା କରି ଆସିଥିଲେ ବୋଲି ଏଠାରେ ଆୟୋଜିତ ଜାତୀୟ ସଂପାନରେ ଆମନ୍ତ୍ରିତ ଅତିଥି ଓ ଆଲୋଚକମାନେ ମତପ୍ରକାଶ କରିଛନ୍ତି l
    ରବିବାର ପୂର୍ବାହ୍ଣରେ ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ଓ ଅଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ  ଆନୁକୂଲ୍ୟରେ ଆୟୋଜିତ `ଓଡ଼ିଆ ଅସ୍ମିତା ଓ ଗଞ୍ଜାମର ଗୌରବଶାଳୀ ରାଜବଂଶ` ଶୀର୍ଷକ ଏକଦିବସୀୟ ଜାତୀୟ ସଂପାନ ମହାବିଦ୍ୟାଳୟ ପରିସରସ୍ଥ ଡ. ଏ.ପି.ଜେ. ଅବଦୁଲ୍ କାଲାମ୍ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଥିଲା l ବଡ଼ଖେମୁଣ୍ଡି ରାଜ ପରିବାର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବ ଉଦ୍ଘାଟକ ରୂପେ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ ପୂର୍ବକ ସଂପାନର ଶୁଭାରମ୍ଭ କରି ବଡ଼ଖେମୁଣ୍ଡି ରାଜବଂଶର ଅବଦାନ ବିଷୟ ଉଲ୍ଲେଖ କରିଥିଲେ l ବଡ଼ଗଡ଼ ରାଜ ପରିବାର ସଦସ୍ୟ କୃଷ୍ଣ ସିଂହ ବିଶିଷ୍ଟ ଅତିଥି ରୂପେ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରି ଗଞ୍ଜାମ ରାଜବଂଶ ଦାୟାଦମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରିଥିଲେ l ତ୍ରିନାଥ ଫାଉଣ୍ଡେସନ୍ ଓ ଛତ୍ରପୁର ସାହିତ୍ୟ ସଂସଦ ସହଯୋଗିତାରେ ଏହି ଜାତୀୟ ସଂପାନ ଆୟୋଜିତ ହୋଇଥିଲା l
       ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଅବିଭାଜ୍ୟ ଗଞ୍ଜାମ ଜିଲ୍ଲାର ରାଜନ୍ୟବର୍ଗ ପ୍ରଜାହିତୈଷୀ କେବଳ ନ ଥିଲେ, ଧର୍ମ, ସଂସ୍କୃତି, ଭାଷା, ସାହିତ୍ୟର ପ୍ରସାର ଓ ସୁରକ୍ଷା ନିମନ୍ତେ ପୂର୍ଣ୍ଣତଃ ସମର୍ପିତ ଥିଲେ ଏବଂ ପ୍ରଜାମାନେ କେବେ ବି କୌଣସି ସ୍ଥିତିରେ ରାଜାଙ୍କର ବିରୋଧ କରୁ ନ ଥିଲେ ବୋଲି କହିଥିଲେ l ଓଡ଼ିଆ ଅସ୍ମିତାର ଭାବଗତ ତାତ୍ପର୍ଯ୍ୟ ବିଷୟ ଉଲ୍ଲେଖ ପୂର୍ବକ ମୁଖ୍ୟବକ୍ତା ରୂପେ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ତାଙ୍କ ବକ୍ତବ୍ୟରେ ସାଂସ୍କୃତିକ ଗଞ୍ଜାମର ଚବିଶଟି ରାଜବଂଶର କୀର୍ତ୍ତିମାନ୍ ରାଜନ୍ୟବର୍ଗ, ସେମାନଙ୍କ କୃତିତ୍ୱ ଏବଂ ଭାଷାର ଉନ୍ନତି ସହ ସାହିତ୍ୟ ସର୍ଜନା କ୍ଷେତ୍ରରେ ବିଶେଷତା ପ୍ରଦର୍ଶନ କରିଥିବା ରାଜା ଓ ପାଟମହିଷୀମାନଙ୍କ ସଂପର୍କରେ ଆଲୋଚନା କରିଥିଲେ l ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁଜିତ୍ କୁମାର ପଣ୍ଡା ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ l ତ୍ରିନାଥ ଫାଉଣ୍ଡେସନ୍ ସଭାପତି ତ୍ରିନାଥ ନାୟକ ଓ ଛତ୍ରପୁର ସାହିତ୍ୟ ସଂସଦ ସଭାପତି ବ୍ରଜମୋହନ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ବକ୍ତବ୍ୟ ପ୍ରଦାନ କରିଥିଲେ l ମହାବିଦ୍ୟାଳୟ ପ୍ରାଶାସନିକ ଅଧିକାରୀ ସୁଶାନ୍ତ ଦାସ ସ୍ୱାଗତ ଭାଷଣ, ଓଡ଼ିଆ ବିଭାଗ ମୁଖ୍ୟା ଡ. ମଧୁସ୍ମିତା ଘଡ଼ାଇ ଅତିଥି ପରିଚୟ ଓ ଡ. ଶାନ୍ତିଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଇମତିହାନ୍ ଶାହା ଏହି ସଂପାନର ସଂଯୋଜନା କରିଥିଲେ l
      ପ୍ରଥମ ବୈଷୟିକ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. କୃଷ୍ଣପ୍ରସାଦ ମହାପାତ୍ର ପୌରୋହିତ୍ୟ କରିଥିଲେ l ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ଦେବୀପ୍ରସାଦ ଶତପଥୀ ମୁଖ୍ୟଅତିଥି ରୂପେ ଘୁମୁସରର ଭଞ୍ଜ ରାଜଵଂଶ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅଧିବେଶନରେ ଡ. ରୀନା ସାହୁ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଡ. ହୃଷୀକେଶ ପଣ୍ଡା ଓ ଡ. ରଶ୍ମିତା ପାତ୍ର ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ l 
    ଦ୍ଵିତୀୟ ବୈଷୟିକ ଅଧିବେଶନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. ବନମାଳୀ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ l ଏହି ଅଧିବେଶନରେ ଅଶୋକ ଚୌଧୁରୀ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଡ. ଅନନ୍ତରାମ କର (କୌଣ୍ଡିନ୍ୟ), ଡ. ଅଶୋକ କୁମାର ପଣ୍ଡା, ଡ. ଭି. ରାଜେନ୍ଦ୍ର ରାଜୁ, ଗବେଷକ ଦେବାଶିଷ ମହାପାତ୍ର ଓ ଦିଲୀପ ପଲେଇ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଡ. ଇମତିହାନ୍ ଶାହା ଉଭୟ ଅଧିବେଶନର ସଂଯୋଜନା କରିଥିଲେ l ଅଧ୍ୟାପିକା ଶୁଭଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଂପାନରେ ଭିକାରି ଚରଣ ମହାପାତ୍ର, ଡ. ପ୍ରଶାନ୍ତ ଶତପଥୀ, ଅରୁଣ ଶତପଥୀ, କପିଳ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ l

News Comment

You Might Also Like

BACK TO TOP